ଓଡିଶା ତାଜା ନ୍ୟୁଜ୍ (୧୩ ଜୁଲାଇ ସୋମବାର) ଭୁବନେଶ୍ୱର :- ବରିଷ୍ଠ ଓଏଏସ୍ ଅଫିସର୍ ତଥା ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ଆଜି ଜାମିନ ମିଳିଛି । ମହିଳା ଠିକା କର୍ମଚାରୀଙ୍କୁ ଯୌନ ନିର୍ଯାତନା ମାମଲାରେ ସେ ଗତ ଜୁଲାଇ ୧୦ ତାରିଖରେ ଗିରଫ ହୋଇଥିଲେ । ପୋଲିସ୍ ତାଙ୍କ ବିରୋଧରେ ଲଗାଇଥିବା ମାମଲାରେ ତାଙ୍କୁ ଜାମିନ୍ ନ ମିଳିବାରୁ ଷଡ଼ଙ୍ଗୀଙ୍କୁ ଝାରପଡ଼ା ଜେଲ୍କୁ ପଠାଇ ଦିଆଯାଇଥିଲା । ୩ ଦିନ ଜେଲରେ ରହିବା ପରେ ଆଜି ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ପୀଡ଼ିତାଙ୍କୁ ନ ଧମକାଇବା, ପ୍ରମାଣ ନଷ୍ଟ ନ କରିବା ଓ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରିବା ଆଦି ଆଦି ସର୍ତ୍ତରେ ତାଙ୍କୁ ଜାମିନ ମିଳିଛି ।














