No Result
View All Result
୫ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ବାଣପୁର ଵିଧାରପୁର ସ୍ଥିତ ଶୁଭ କଲ୍ୟାଣ ମଣ୍ଡପ ପରିସରରେ ଏକ ନୂତନ ପାଠାଗାର ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ଗୋଲକ ବିହାରୀ ପରିଡା ଙ୍କ ଉଦ୍ୟମରେ କଲ୍ୟାଣ ମଣ୍ଡପ ପରିସରରେ ଏକ ଭବ୍ୟ କୋଠରୀ ରେ ବହୁ ସଂଖ୍ୟକ ପୁସ୍ତକ ବିଶିଷ୍ଟ ଏହି ପାଠାଗାର କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ପାରିକୁଦ ରାଜା ସାହେବ ସନ୍ତୋଷ ମୋହନ ମାନସିଂହ ମର୍ଦ୍ଦରାଜ ଭ୍ରମରବର ରାୟ ।

ଏହି ଅବସରରେ ପାଠାଗାର ପରିସରରେ ମଧ୍ୟ ଏକ ମାସିକ ପ୍ରାଚୀର ପତ୍ର ଶ୍ରୀ ପରିଡା ଙ୍କ ଉଦ୍ୟମରେ ରାଜା ସାହେବ ଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା।ମଣ୍ଡପ ପରିସରରେ ଏହି ଉପଲକ୍ଷେ ଶୁଭ ମଙ୍ଗଳ ଗୀତ ସଙ୍ଗୀତ ଅନୁଷ୍ଠାନ ର ବାର୍ଷିକ ଉତ୍ସବ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ପଣ୍ଡିତ ନ୍ରୃସିହ ପ୍ରସାଦ ମିଶ୍ର, ବାଳମୁକୁନ୍ଦ ଦାସ, ନାଟ୍ୟ କାର ଭିକାରୀ ଚରଣ ପ୍ରଧାନ, ସଙ୍ଗୀତଜ୍ଞ ବିଷ୍ଣୁପ୍ରିୟା ବାରିକ, ଅଧ୍ୟାପକ କୈଳାସ ଚନ୍ଦ୍ର ମହାରଣା,ପ୍ରିୟ ଦର୍ଶିନୀ ମହାରଣା, ରୋଜି ମିଶ୍ର, ତ୍ରିଲୋଚନ ବାରିକ ପ୍ରମୁଖ ଯୋଗଦେଇ ଥିଲେ। ସମସ୍ତ ଙ୍କୁ ନୈଶଭୋଜନରେ ଆପ୍ୟାୟିତ କରାଯାଇଥିଲା ।

No Result
View All Result