No Result
View All Result
୩୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଭଭ ଭାଇ ପଟେଲଙ୍କର ଜନ୍ମ ବାର୍ଷିକୀ ଉପଲକ୍ଷେ ଖୋର୍ଦ୍ଧାରୋଡ୍ ମଣ୍ଡଳ ଦ୍ୱାରା “ରାଷ୍ଟ୍ରୀୟ ଏକତା ଦିବସ” ପାଳନ କରାଯାଇଛି । ଭାରତର ଏକତା ପାଇଁ ତାଙ୍କର ଅବଦାନ ଅବିଶ୍ୱସନୀୟ ଏବଂ ଏହା ଦେଶର ଏକତା, ଅଖଣ୍ଡତା ଏବଂ ନିରାପତ୍ତାକୁ ସୁଦୃଢ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ବିକାଶ ଏବଂ ମଜଭୁତ କରିବା ପାଇଁ ଏକ ସୁଯୋଗ ।

ଏହି ଅବସରରେ ଖୋର୍ଦ୍ଧାରୋଡ଼ ମଣ୍ଡଳର ରେଳ ପ୍ରବନ୍ଧକ ଶ୍ରୀ ଏଚ୍ ଏସ୍ ବାଜୱା ମଣ୍ଡଳ ରେଳ ପ୍ରବନ୍ଧକ କାର୍ଯ୍ୟାଳୟରୁ ଖୋର୍ଦ୍ଧାରୋଡ଼ ଷ୍ଟେସନ ପର୍ଯ୍ୟନ୍ତ ଆୟୋଜିତ ଏକତା ଦୌଡକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ I ଏହି ଏକତା ଦୌଡରେ ସମସ୍ତ ଅଧିକାରୀ, କର୍ମଚାରୀ,ରେଳ ସୁରକ୍ଷା ବାହିନୀ ଓ ସ୍କାଉଟ-ଗାଇଡ୍ ପିଲାମାନେ ଅଂଶଗ୍ରହଣ କରିଥିଲେ ।

ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନଠାରେ ଶ୍ରୀ ଏଚ୍.ଏସ୍.ବାଜୱା ସମସ୍ତଙ୍କୁ “ଏକତା ଦିବସ ପ୍ରତିଶୃତି” ର ଶପଥ ପାଠ କରାଇ ଥିଲେ । ଦେଶର ଏକତା ରକ୍ଷା ପାଇଁ ନିଜକୁ ଉତ୍ସର୍ଗ କରିବାକୁ ସମସ୍ତେ ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀ ଅର୍ ଏନ ଏ ପରିଡ଼ା, ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ସଂଯୋଜନା କରିଥିଲେ ।

No Result
View All Result