୧୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ପାରଳାଖେମଣ୍ଡି ବନ ବିଭାଗ ତରଫରୁ ବିଭିନ୍ନ ବନାଞ୍ଚଳରେ ପାରଳାଖେମଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ ଏସ, ଆନନ୍ଦ ଙ୍କ ନିର୍ଦେଶ କ୍ରମେ ପାରଳାଖେମଣ୍ଡି ବନଖଣ୍ଡ ଅନ୍ତର୍ଗତ ମୋହନା, ଚନ୍ଦ୍ରଗିରି, ରାମଗିରି,ଆର,ଉଦୟଗିରି, ମହେନ୍ଦ୍ର, ଦେବଗିରି ତଥା କାଶୀନଗର ବନାଞ୍ଚଳରେ ମହିଳା ସହାୟକ ଗୋଷ୍ଠୀ(SHG) ମାଆ ମାନଙ୍କୁ ଛଅ ମାସିଆ ଚାରା ଉପାଦନ କରିବା ସହିତ Vermi Compost କାପରି ପ୍ରସ୍ତୁତ କରାଯିବ ତାହା ଉପରେ ପ୍ରଶିକ୍ଷକ ଶିବିର ଅନୁଷ୍ଠିତ ହୋଇଥିଲା ।

ଏହାର ମୁଖ୍ୟ ଉଦ୍ୟେଶ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ( SHG) ମାଆ ମାନଙ୍କୁ କିପରି ଅଧିକରୁ ଅଧିକ ସ୍ବାବଲମ୍ବୀ ହୋଇପାରିବେ ଏବଂ ଅଧିକ କାର୍ଯ୍ୟକ୍ଷମ ଓ କ୍ରିୟାଶୀଳ ହୋଇପାରିବେ ତାହା ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି । ଉକ୍ତ ପ୍ରଶିକ୍ଷଣ ଶିବିର ଗୁଡିକ ପାରଳାଖେମଣ୍ଡି ବନଖଣ୍ଡର ସହକରୀ ବନ ସଂରକ୍ଷକ ଶ୍ରୀ ଅଶୋକ କୁମାର ବେହେରା ଏବଂ ଶ୍ରୀ ଅରଣ କୁମାର ସାହୁ ସମ୍ପୂର୍ଣ ଭାବେ ରେଞ୍ଜ ଅଧିକାରୀ ମାନଙ୍କୁ ସହଯୋଗ କରି ମାର୍ଗ ଦର୍ଶନ କରିଥିଲେ ଏବଂ ପରାମର୍ଶ ପ୍ରଦାନ କରିଥିଲେ ।

ଏପରିକି ପ୍ରତେକ ରେଞ୍ଜର ରେଞ୍ଜ ଅଧିକାରୀ, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ମାନେ ଉପସ୍ଥିତ ରହି ନିଷ୍ଟାର ସହିତ କର୍ମ କ୍ଷେତ୍ରରେ ଅଧିକ ସହଯୋଗ କରିବା ପାଇଁ ମତ ଦେଇଥିଲେ । ଚଳିତ ବର୍ଷ ୪.୪୪.୦୦୦ (ଚାରି ଲକ୍ଷ ଚଉରାଳସି ହଜାର) ଚାରା ଉପାଦନ SHG ମାଆ ମାନଙ୍କ ଦ୍ବାରା କରିବା ପାଇଁ ନିଷ୍ପତି ନିଆଯାଇଛି ଏବଂ ବିଭିନ୍ନ SHG ଙ୍କୁ ମନୋନୀତ କରି ଚଳିତ ବର୍ଷ ସେପ୍ଟେମ୍ବର ମାସ ଶେଷ ସପାହରୁ ନର୍ସରୀ ଆରମ୍ଭ କରାଯିବ ଯେଉଁଥିରେ ସ୍ଥାନୀୟ ଲୋକଙ୍କ ଚାହିଦା ଅନୁସାରେ ଚାରା ଉପାଦନ କରି ମାଗଣାରେ ଚାରା ବଣ୍ଟନ କରାଯିବ ।
















