No Result
View All Result
୮ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ନୁଆଗଡକୁ ଆଜି ଜିଲ୍ଲାପାଳ ସ୍କୃତି ରଞ୍ଜନ ପ୍ରଧାନ ନୁଆଗଡକୁ ଅଚାନକ ଗସ୍ତକରି ବିଭିନ୍ନ ପଞ୍ଚାୟତରେ ଚାଲିଥିବା ଉନ୍ନୟନମୂଳକ କାମ ବୁଲି ଦେଇଥିଲେ । ପ୍ରଥମେ ତିତିସିଂ ଗ୍ରାମର ରାଜ୍ୟ ସରକାରଙ୍କ ନିର୍ମିତ ଜଗନ୍ନାଥ ମନ୍ଦିରର ପାଚେରି ନିର୍ମାଣ ଦେଖିବା ସହ ଆଦିବାସୀ ସମ୍ବଳକେନ୍ଦ୍ର, ଆଶ୍ରମସ୍କଲ ଯାଇ ପିଲାଙ୍କୁ ପାଠପଢାବା ସହ ପିଲାଙ୍କୁ ଦିଆଯାଇଥିବା ଡାଇରି, ଖାତା ଓ ବହି ଦେଖିଥିଲେ ପିଲାଙ୍କୁ ମଧ୍ୟନଭୋଜନ କିପରି ଦିଆଯାଉଛି ବୁଝିଥିଲେ । ଏହାପରେ ବଡପଦା ୫ଟି- ହାଇସ୍କୁଲ ଯାଇ ବିଦ୍ୟାଳୟ ଲାଇବେରୀ ରୁମୁ, କାସ୍କରୁମୁ ଓ ବିଜ୍ଞାନଗାର ବୁଲି ଦେଖିବା ସହ ପଠାପଢା ପଚାରି ବୁଝିଥିଲେ ବିଦ୍ୟାଳୟ ପରିସରରେ ଝରି ଗୁଡିକ ପଢିଥିବା ଜିଲ୍ଲାପାଳ ବିରକ୍ତି ପ୍ରକାଶ କରିବା ତୁରନ୍ତ ସଫା କରିବାକୁ ନିର୍ଦେଶ ଦେଇଥିଲେ ତାହାସହ ବିଦ୍ୟାଳୟ ସମସ୍ୟାର ନେଇ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ ,

ସ୍ଥାନୀୟ ଚର୍ଚକୁ ରାଜ୍ୟ ସରକାରଙ୍କ ଦ୍ବାରା ଦିଆଯାଇଥିବା କାମ ବୁଲି ଦେଇଥିଲେ , ୟୁପିସ୍କୁଲ ବୁଲି ଦେଇଥିଲେ, ଅଙ୍ଗନବାଡି ଗୃହ, ପ୍ରଧାନମନ୍ତୀ ଆବାସ ଗୃହ ଓ ପଞ୍ଚାୟତ କାର୍ଯ୍ୟାଳୟକୁ ବୁଲି ଦେଇଥିଲେ । କେ, ଝାଲରସିଂ କୁକୁଡା ଫାର୍ମ, ଖଜୁରିପଦା କଲ୍ୟାଣ ମଣ୍ଡପ ଓ ହାଟପଦା ନିମିତ୍ତ ମହିଳାମଣ୍ଡର କାଫେ ବୁଲି ଦେଇଥିଲେ । ଏହାପରେ ଲୁହାଙ୍ଗର ଗ୍ରାମରେ ଥିବା ମାଛ ପୋଖରୀ ବୁଲି ଦେଇଥିଲେ ଏହାପରେ ନୁଆଗଡ ତହସିଲି କାର୍ଯ୍ୟାଳୟ ଯାଇ ବିଲି ଦେଖିବାକୁ ସହ କାଗଜ ପତ୍ର ଯାଞ୍ଚ କରିଥିଲେ । ବ୍ଳକ ସମସ୍ତ ପିଇଓ ଜଇନି ପ୍ରତ୍ର ଜିଲ୍ଲାପାଳକୁ ଦେଇଥିଲେ । ଏହି ପରିଦର୍ଶନରେ ସ୍ଥାନୀୟ ବିଡିଓ ଲୋକନାଥ ଶବର, ତହସିଲଦାର, କୁରେଶ ଚନ୍ଦ୍ର ଜାନୀ, ବ୍ଳକ ସହକାରୀ ନିର୍ବାହୀ ଯନ୍ତୀ ପ୍ରଦ୍ୟୁମ ଦାସ, ଏପିଓ ଦିଲ୍ଲୀପ କୁମାର ଦାସ, ଜିପିଇଓ ନୃସିଂହ ଚରଣ ମିଶ୍ର, ବଡପଦା ପିଇଓ ସନ୍ତୋଷ କୁମାର ସାହୁ, ସରପଞ୍ଚ ସମିତିସଭ୍ୟ ଜିଆଏସ ଏବଂ ପଞ୍ଚାୟତ ଓ୍ବାର୍ଡସଭ୍ୟସଭ୍ୟା ପ୍ରମୁଖ ଉପସ୍ଥତ ଥିଲେ ।

No Result
View All Result