No Result
View All Result
୭ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ତିତିସିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ଠାରେ ଆଦିବାସୀ ସମ୍ବଳ କେନ୍ଦ୍ର ଉଦଘାଟନୀ ମହତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ସଂଯୋଜକ (ପିଆଇଟିଡିଏ) ଫାଲଗୁନୀ ମାଝୀ ଉପସ୍ଥିତ ହୋଇ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକନାଥ ଶବର, ତହସିଲଦାର କୁରେସ ଚନ୍ଦ୍ର ଜାନି, ବ୍ଲକ ଅଧ୍ୟକ୍ଷା ମାଳତୀ ପ୍ରଧାନ, ଉପାଧକ୍ଷ ନିହିମୀୟ ରଇତ, ସରପଞ୍ଚ ଚମ୍ପା ରଇତ, ରା.ଉଦୟଗିରୀ ଗୋଷ୍ଠି ଶିକ୍ଷା ଅଧିକାରୀ ବିରେନ୍ଦ୍ର ମଣ୍ଡଳ ପ୍ରମୁଖ ଯୋଗଦେଇଥିଲେ। ପ୍ରଥମେ ଅତିଥି ମାନଙ୍କୁ ଆଦିବାସୀ ପାରମ୍ପରିକ ନୃତ୍ୟରେ ଗାଁ ମୁଣ୍ଡରୁ ପାଛୋଟି ଆଣିଥିଲେ।
ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱଳନ କରି ମୁଖ୍ୟ ଅତିଥି ଫଳକ ଉନ୍ମୋଚନ ଏବଂ ରିବନ କାଟି ସମ୍ବଳ କେନ୍ଦ୍ର ମଧ୍ୟରେ ପ୍ରବେଶ କରି ଆଦିବାସୀ ମାନଙ୍କ ପୁରାତନ କଳାର ଅସ୍ତ୍ରଶସ୍ତ୍ର, ପୋଷାକ, ବାଦ୍ୟ,ମୋହୁଁରି ଏବଂ ଭାଷାକୁ ଲିପିବଦ୍ଧ କରାଯାଇ ଥିବା ସମସ୍ତ ବୁଲି ଦେଖି ଥିଲେ ଅତିଥିଗଣ। ଏହା ପରେ ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା। ଅତିଥି ମାନଙ୍କୁ ଉପୋଢଙ୍କନ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀ ଆଦିବାସୀ ଭାଷାରେ ସ୍ଵାଗତ ଗୀତ ଗାନ କରିଥିଲେ।
ଲୁପ୍ତ ହେବାକୁ ଥିବା ଆଦିବାସୀ ମାନଙ୍କର ସଂସ୍କୃତି, ପରମ୍ପରା ଓ ଭାଷା କୁପୁନରୁଦ୍ଧାର କରିବା, ଏହି କେନ୍ଦ୍ରରେ ସରକାରଙ୍କ ଦ୍ଵାରା ସ୍ଵୀକୃତି ପାଇଥିବା ଆଦିବାସୀ ଭାଷାର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରି ସ୍କୁଲ ମାନଙ୍କରେ ଶିକ୍ଷାଦାନ କରିବା। ଆଦିବାସୀ ଯୁବ ପିଢ଼ି ଆଗାମୀ ଦିନରେ ଆଦିବାସୀ ପରମ୍ପରାକୁ ବଜାୟ ରଖିବେ ଏହାର ମୂଳ ଉଦ୍ଦେଶ୍ୟ ବୋଲି ଅଭିଭାଷଣରେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଗୋଷ୍ଠି ଶିକ୍ଷା ଅଧିକାରୀ ନୟନ ମଣ୍ଡଳ, ଏବିଇଓ ଲିଙ୍ଗରାଜ କାର୍ଜି, ନିଲାପୁ ବିମଳା ଏବଂ ବ୍ଲକର ସମସ୍ତ ସିଆରସିସି ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଶେଷରେ ଜାତୀୟ ସଙ୍ଗୀତ ଗାନ କରି ଉଦଘାଟନୀ ଉତ୍ସବକୁ ଉଜପାନି କରାଗଲା। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଇନାମ ଗମାଙ୍ଗ ପରିଚାଳନାରେ ସହଯୋଗ କରିଥିଲେ ।
No Result
View All Result