No Result
View All Result
ସ୍ୱାମୀ ଶ୍ରାଵଣୀ ପାଣି ଭାର ଲାଗି ଵାହାରକୁ ଯାଇଛନ୍ତି ।
୧୬ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :- ଘରେ ଶୋଇଥିବା ବେଳେ ମହିଳାଙ୍କୁ କାମୁଡିଲା ବିଷାକ୍ତ ସାପ।ମହିଳା ଗୁରୁତର ଅବସ୍ଥାରେ ମହିଳା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇ ଚିକିତ୍ସା କରାଯିବା ସମୟରେ ଅବସ୍ଥା ସଂକଟାପନ୍ନ ହେବାରୁ ଖୋର୍ଦ୍ଧା ସଦର ମେଡିକାଲକୁ ସ୍ଥାନାନ୍ତରିତ କରାଗଲା । ଉକ୍ତ ମେଡିକାଲରେ ମହିଳାଙ୍କୁ ମ୍ରୁତ ଘୋଷଣା କଲେ। ଉକ୍ତ ମହିଳାଙ୍କ ନାମ ରୁନୁ ପ୍ରଧାନ ୪୦ ବର୍ଷ ।
ଳଘର ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଜରିପଡା ଦଳ ବେହେରା ସାହିରେ।ସୂଚନା ମୂତାବକ-ମହିଳା ଜଣକ ଘରେ ଖାଇ ପିଇ ସାରି ନିଜ ପୁତ୍ର ସହ ଘରେ ଶୋଇଥିଲେ । ହଠାତ୍ ରାତି ଅଧରେ ମହିଳାଙ୍କୁ ଏକ ସାପ କାମୁଡି ଦେଇଥିଲା । ମହିଳାଙ୍କ ଚିତ୍କାର ଶୁଣି ସାହି ପଡିଶା ଲୋକ ଏକାଠି ଖୋଜାଖୋଜି କରିବା ଫଳରେ ଘରେ ସାପ ରହିଥିବାର ଦେଖି ସାପକୁ ଉଦ୍ଧାର କରି ଏକ ପ୍ଲାଷ୍ଟିକ୍ ଡବାରେ ରଖିଥିଲେ ।
ଏପରିପ୍ରେକ୍ଷିରେ ମହିଳା ଜଣକ ବିଷାକ୍ତ ସାପର ଵିଷ ଜ୍ୱଳାରେ ମୃତୁ ଵରଣ କରିଥିବା ଵେଳେ ଅପରପକ୍ଷରେ ନିଜର ସ୍ୱାମୀ ଶ୍ରାଵଣୀ ପାଣି ଭାର ଲାଗି ଵାହାରକୁ ଯାଇଛନ୍ତି। ଏ ଦୁଃ ସମ୍ବାଦ ସାରା ଅଞ୍ଚଳରେ ଏକ ଦୁଃଖରେ ଆତ୍ମବିଭୋର ହୋଇ ଲୋତକାର୍ଣ୍ଣ୍ୟ ହୋଇପଡିଛି।

No Result
View All Result