ସେହି ଧାରଣାକୁ ଭଣ୍ଡୁର କରିବା ପାଇଁ ବିଜେଡି କିଛି ଗୁଣ୍ଡା ଏବଂ ବିଜେଡି ସାଲିସରେ କେତେକ ପୋଲିସ ଅଫିସର ପ୍ରଥମେ ଧାରଣା ସ୍ଥଳରେ ଅଶାନ୍ତି ସୃଷ୍ଟି କରିଥିଲେ । ପରେ ପରେ ଧାରଣାରେ ସାମିଲ ହୋଇଥିବା ଯୁବ ମୋର୍ଚ୍ଚାର କାର୍ଯ୍ୟ କର୍ତ୍ତାଙ୍କୁ ଆକ୍ରମଣ କରିଥିଲେ । ଏଥିରେ ବହୁ କାର୍ଯ୍ୟକର୍ତ୍ତା ଆହତ ହୋଇଥିଲେ । ପୋଲିସ ନିଜର ଦୋଷ ଲୁଚାଇ ବାକୁ ଯାଇ ରାତାରାତି ୨୨ ଜଣ ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟ କର୍ତ୍ତାଙ୍କୁ ଗିରଫ କରି ହାଜତକୁ ପଠାଇଥିଲା ବୋଲି ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ସଂଯୋଜକ ଭକ୍ତ ବତ୍ସଳ ବସ୍ତିଆ କହିଥିଲେ ।
ଏଥିରେ କଟକ ଜିଲ୍ଲାର ୪ ଜଣ କାର୍ଯ୍ୟ କର୍ତ୍ତା ରହିଥିଲେ । ଦୀର୍ଘ ୫୫ ଦିନ ଧରି ଜେଲରେ ରହି ଫେରିଥିବା କଟକ ଜିଲ୍ଲାର , ୪ ଜଣ କାର୍ଯ୍ୟ କର୍ତ୍ତାଙ୍କୁ ଆଜି ଫୁଲନଖରା ଛକସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତି ନିକଟରେ ଯୁବ ମୋର୍ଚ୍ଚାର ଉକ୍ତ କର୍ମ କର୍ତ୍ତାଙ୍କୁ ,ରାଜ୍ୟ ବିଜେପି ମିଡ଼ିଆ ସେଲର ପ୍ରବକ୍ତା ଦିଲିପ ମଲ୍ଲିକ, ରାଜ୍ୟ ଏସି ମୋର୍ଚ୍ଚାର ପ୍ରଭାରୀ ସୁଶାନ୍ତ ମଲ୍ଲିକ, ବିଜେପି କଟକ ନଗର ଜିଲ୍ଲାର ଉପ ସଭାପତି ସ୍ୱାଧୀନଚେତା ମହାନ୍ତି ,
ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଭକ୍ତ ବତ୍ସଳ ବସ୍ତିଆ ହାପି ଭାଇ, ରଣଜିତ ପଣ୍ଡା ବୁନୁ ଭାଇ, ରାଜା ସାମନ୍ତରାୟ, ରାଜନ ମହାନ୍ତିଙ୍କୁ ପୁଷ୍ପ ମାଲ୍ୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପରେପରେ ଉକ୍ତ ୪ କାର୍ଯ୍ୟ କର୍ତ୍ତାଙ୍କୁ ଫୁଲନଖରା ରୁ ନିଆଳୀ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ନିଆ ଯାଇଥିଲା । ବ୍ରାହ୍ମଣଝରିଲୋ, ବାଗଲପୁର, ଅଡ଼ସପୁର ,ନିଆଳୀର ନୂଆଗାଁ ଠାରେ ବିଜେପି କର୍ମୀ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

© 2023 Odisha Taza News.