No Result
View All Result
୧୧ ଫେବୃଆରୀ,ଶନିବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି :- ଗଜପତି ଆର,ଉଦୟଗିରି ବ୍ଳକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ମାଙ୍କଡଡିଆଁ ଠାରେ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ଯାହାକୁ ବିରୋଧ କରି ପଞ୍ଚାୟତ ସମିତି ମେମ୍ବରମାନେ ଅସନ୍ତୁଷ୍ଟ ହେବା ସହ ଉକ୍ତ ବୈଠକକୁ ବିରୋଧ କରିଥିଲେ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର,ଉଦୟଗିରି ଅଧ୍ୟକ୍ଷ ବ୍ଳକରେ ଥିବା ସମସ୍ତ ସମିତି ଓ ସରପଞ୍ଚଙ୍କୁ ନେଇ ଏକ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଉକ୍ତ ବୈଠକ ବ୍ଳକ କାର୍ଯ୍ୟାଳୟ ପରିସର ମଧ୍ୟରେ ନ କରି ପର୍ଯ୍ୟଟନ ସ୍ଥଳି ମାଙ୍କଡଡିଆରେ କାହିଁକି କରାଗଲା ଏବଂ ନିୟମ ପ୍ରକାରେ ସମିତି ଓ ସରପଞ୍ଚ ମାନଙ୍କୁ ସାତ ଦିନ ପୂର୍ବରୁ ଏହି ବୈଠକର ଚିଠା ପ୍ରେରଣ କରିବା କଥା କିନ୍ତୁ ତାହା ନ କରି ସମାଜିକ ଗଣମାଧମ ବା ଓ୍ବାଟସପ୍ ଜରିଆରେ ବୈଠକର ଦୁଇଦିନ ପୂର୍ବରୁ ସେମାନଙ୍କୁ ଚିଠା ପ୍ରଦାନ କରାଯାଇଥିଲା ।
ଯାହାକୁ ନେଇ ଏବେ ଏହି ବ୍ଲକର ମହେନ୍ଦ୍ରଗଡ, ଆର,ଉଦୟଗିରି, ରାମଗିରି, ଡାବରାଗୁଡା ବସ୍ତ୍ରୀଗୁଡା ଓ ଶବରପଲ୍ଲୀ ଭଳି ୬ ଗୋଟି ପଞ୍ଚାୟତର ସମିତି ସଭ୍ୟ ଓ ସଭ୍ୟାମାନେ ଏହାକୁ ବିରୋଧ କରିବା ଗଣମାଧମର ସେମାନଙ୍କୁ ଉନ୍ନୟନ ମୂଳକ କାର୍ଯ୍ୟରେ ସୂଚନା ଦିଆଯାଉନଥିବା ନେଇ ଆର,ଉଦୟଗିରି ଠାରେ ସମ୍ମିଳନୀ କରି ଗଣମାଧମ ଆଗରେ ସମସ୍ତ ସୁଚନା ପ୍ରଦାନ କରିଥିଲେ । ଯେହେତୁ ଏହି ସମିତି ସଭ୍ୟ ଓ ସଭ୍ୟା ମାନେ କଂଗ୍ରେସ ଦଳରୁ ସମର୍ଥୀତ ହୋଇଥିବା ବେଳେ ବ୍ଲକର ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର ଏମାନଙ୍କୁ ବ୍ଳକର କୌଣସି ସୁଚନା ପ୍ରଦାନ କରୁନାହାନ୍ତି କି .. ସେମାନେ ଯଦି ବ୍ଳକ ଅଧ୍ୟକ୍ଷଙ୍କୁ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ପଚାରିଲେ ସେ ସେମାନଙ୍କୁ ଅଣଦେଖା କରିବା ସହ ଏକ ଛତ୍ରବାଦ ଶାସନ ଚଳାଇ ଥିବା ନେଇ ଆର,ଉଦୟଗିରି ସମିତି ସଭ୍ୟା ଝୁନୁ ବେହେରା କହିଥିଲେ ।
ଆମକୁ ନ ଜଣାଇ ବ୍ଳକକୁ ଆସୁଥିବା ଉନ୍ନୟନ ଲାଗି ବିଭିନ୍ନ ପ୍ରକଳ୍ପ ବଣ୍ଟନ ରେ ପାତରଅନ୍ତର କରାଯାଇଛି । ପ୍ରକଳ୍ପ ଅନ୍ୟ ମାନଙ୍କୁ ପ୍ରଦାନ କରିଯାଉଛି ଯଦି ସେ ଉପରେ ଆମେ ପ୍ରତିବାଦ କରିବୁ ତାହାହେଲେ ସେମାନେ ଆମକୁ ଟଙ୍କା ଦିଅନ୍ତୁ କାମ କରନ୍ତୁ ବୋଲି ବ୍ଳକ ଅଧ୍ୟକ୍ଷ କହୁଛନ୍ତି ମହେନ୍ଦ୍ରଗଡ ସମିତି ସଭ୍ୟ ପୂଣ୍ଣଚନ୍ଦ୍ର ଗମାଙ୍ଗ ଅଭିଯୋଗ କରିଥିଲେ । ଅନ୍ୟପଟେ ଏହି ସମସ୍ତ ସମିତି ସଭ୍ୟ/ସଭ୍ୟା କଂଗ୍ରେସ ଦଳର ସମର୍ଥିତ ହୋଇଥିବା ହେତୁ ଏମାନଙ୍କୁ ଅଣ ଦେଖା କରୁଥିବା ସେମାନେ ଅଭିଯୋଗ କରିଥିଲେ । ବ୍ଳକ ବିଡିଓ ସମିତି ସଭ୍ୟ/ସଭ୍ୟା ଙ୍କୁ ଅଣଦେଖା କରୁଥିବା ହେତୁ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି କଂଗ୍ରେସ ସମିତି ସଭ୍ୟ/ ସଭ୍ୟା କହିଥିଲେ । ଏହି ବିଷୟ ନେଇ ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର ପଚାରିବାରୁ କଂଗ୍ରେସ ଦଳର ମିଛକହିବା ତାଙ୍କର ଅଭ୍ୟସ ମୁଁ କୌଣସି ସମିତି ସଭ୍ୟ/ସଭ୍ୟା ଅଣଦେଖା କରିନାହୁଁ କି ପାତର ଅନ୍ତର କରୁନାହିଁ ।
ମହେନ୍ଦ୍ରଗଡ ସମିତି ସଭ୍ୟ ପୂଣ୍ଣଚନ୍ଦ୍ର ଗମାଙ୍ଗଙ୍କୁ ୫ଲକ୍ଷ ଟଙ୍କା କାମ ସେ କାମ ଠିକ୍ କରିପାରୁ ନାହାନ୍ତି । ଆର,ଉଦୟଗିରି ସମିତିସଭ୍ୟା ଝୁନୁ ବେହେରା ୨ ଲକ୍ଷ ଟଙ୍କାରେ କାମ ଗୁଡିକୁ ଠିକାଦାର ଙ୍କୁ ବିକ୍ରି କରିଦେଲେ ମୁଁ କଣ କରିବି । ମୋହନା ବିଧାୟକ ଦାଶରଥି ଗମାଙ୍ଗ ବ୍ଳକ ଅଧ୍ୟକ୍ଷଥିବା ସମୟରେ ପୁରୁଣାପାଣି ପଞ୍ଚାୟତରେ ସମିତି ବୈଠକ ହୋଇଥିଲା ବୈଠକ ସମୟରେ ହୋଇଥିବା ଠିକ୍ କଂଗ୍ରେସ ଏହିପରି କରିବି ବୋଲି କହିଛନ୍ତି । ପୂର୍ବରୁ ଥିବା ସମିତି ବୈଠକ ପଞ୍ଚାୟତ କିପରି ହୋଇଥିଲା । ଏହି ବିଷୟ ନେଇ ବିଡିଓ ଲରିମନ ଖର୍ସେଲ ଯୋଗାଯୋଗ କରିବା ସେ କୌଣସି ସମିତି ସଭ୍ୟ/ ସଭ୍ୟା ଖରାପ ବ୍ୟବହାର କରୁନି ବୋଲି କହିଥିଲେ । ସବୁ ଦଳ ସମାନ ବ୍ୟବହାର କରୁଛି ।

No Result
View All Result