No Result
View All Result
୦୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା : – ଶୀତରେ ପୈlଷ ମାଘମାସ , ଦେହରେ ରଖ ଶୀତବାସ , ବୋଧହୁଏ ଏ ଉକ୍ତିଟି ତାର ଯଥାର୍ଥତା ହରାଇବାକୁ ଯାଉଛି । ଏବେ ଦଶପଲ୍ଲା ଅଂଚଳରେ , ମାଘ ମାସରେ ବୈଶାଖର ଭ୍ରମ ସୃଷ୍ଟି ହେଲାଣି। ଦଶପଲ୍ଲାରେ ଗ୍ରୀଷ୍ମର ପ୍ରକୋପ ବେଶ୍ ବାରି ହୋଇପଡିଲାଣି। ଦିନ ଗଡିବା ସହିତ ଉତ୍ତାପ ମଧ୍ୟ ବଢୁଛି । ଦିନରେ ଖରା ସାଙ୍ଗକୁ ରାତିରେ ସ୍ଵଳ୍ପ ଶୀତ ଅନୁଭୂତ ହେଉଥିଲେ ହେଁ ଜଳାଭାବ ସମସ୍ୟା ନେଇ ଲୋକେ ଏବେଠୁ ଚିନ୍ତା ପ୍ରକଟ କଲେଣି। ଆଶା ଓ ଭରସାର କେନ୍ଦ୍ର କୂଆଁରୀଆ ଜଳଭଣ୍ଡାରର ରୂପ ଦେଖୁଲେ ଯେ କେହି ବିସ୍ମିତ ହେବା ସ୍ଵାଭାବିକ ।
୫୭ନଂ ଜାତୀୟ ରାଜପଥ କଡରେ ଠିଆ ହେଲେ ପାଣି କେଉଁଠି ଅଛି ତାହା ଆଉ ଠଉରେଇ ହେଉନି । ଜଳଧାରଣ କ୍ଷମତା କମି ଯାଉଥିବାରୁ ଖରାଦିନିଆ ପନିପରିବା ଚାଷ ହେଉ ଅଥବା ପାଇପ୍ ଜଳଯୋଗାଣ ବ୍ୟବସ୍ଥାର ଭବିଷ୍ୟତ ଏବେ ପ୍ରଶ୍ନ ଘେରରେ । ଦଶପଲ୍ଲା ବ୍ଲକର ସବୁ ଗାଁକୁ ଏବେବି ପାଇପ୍ ଜଳଯୋଗାଣ ବ୍ୟବସ୍ଥା ସଫଳ ହୋଇପାରି ନାହିଁ । ନଳକୂପ ଗୁଡିକର ଅବସ୍ଥା କ’ଣ ତାହା ସ୍ୱଚକ୍ଷୁରେ ନଦେଖୁଲେ ବିଶ୍ଵାସ କରି ହେବନାହିଁ । ଲୋକଙ୍କୁ ଖରାଦିନେ ପାନୀୟ ଜଳ ସମସ୍ୟାରୁ ମୁକ୍ତି ପ୍ରଦାନ ନିମନ୍ତେ ଆଗୁଆ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମାନେ ଚିନ୍ତା ପ୍ରକଟ କରିଛନ୍ତି ।

No Result
View All Result