• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡ଼ିଶା କଣ୍ଟ୍ରୋଲ ଦୋକାନୀ ସଙ୍ଘର କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀଙ୍କୁ ଭେଟିଲେ

Proprietor Abhimanyu Maharana by Proprietor Abhimanyu Maharana
October 7, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଓଡ଼ିଶା କଣ୍ଟ୍ରୋଲ ଦୋକାନୀ ସଙ୍ଘର କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀଙ୍କୁ ଭେଟିଲେ
Share on FacebookShare on TwitterWhatsapp

୦୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :-> ଓଡ଼ିଶା ଫେୟାର ପ୍ରାଇସ ସପ ଡିଲର୍ସ ଫେଡେରେସନ ଅର୍ଥାତ ଓଡ଼ିଶା କଣ୍ଟ୍ରୋଲ ଦୋକାନୀ ସଙ୍ଘର କର୍ମକର୍ତ୍ତାମାନଙ୍କର ଏକ ପ୍ରତିନିଧି ମଣ୍ଡଳ ସଭାପତି ନଗେନ୍ଦ୍ର ନାଥ ଜେନାଙ୍କର ନେତୃତ୍ବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ଏଠାରେ ସକ୍ଷାତ କରିଥିବା ଜଣାଯାଇଛି। ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସରକାର ଶାସନକୁ ଆସିବା ପରେ କଣ୍ଟ୍ରୋଲ ଦୋକାନୀମାନଙ୍କର କାର୍ଯ୍ୟକାଳକୁ ଆସନ୍ତା ଦେଢ଼ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଥିବାରୁ ଏହି ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଏବଂ ଯୋଗାଣ ମନ୍ତ୍ରୀଙ୍କ ନିକଟରେ ସଙ୍ଘ ତରଫରୁ କୃତଜ୍ଞତା ପ୍ରକାଶ କରିବା ସାଙ୍ଗକୁ ଏହି ମହତ ନିଷ୍ପତ୍ତି ପାଇଁ ସେମାନଙ୍କୁ ସାଧୁବାଦ ଜଣାଇଥିଲେ ।

ଏହି ଅବସରରେ ସଙ୍ଘ ତରଫରୁ ଶ୍ରୀ ମାଝି ଏବଂ ଶ୍ରୀ ପାତ୍ରଙ୍କୁ ଆଠ ଦଫା ବିଶିଷ୍ଟ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଦାବୀପତ୍ରରେ ସ୍ଥାନ ପାଇଥିବା ଦାବୀଗୁଡ଼ିକ ମଧ୍ୟରେ ଅନ୍ୟ ରାଜ୍ଯ ପରି ଓଡ଼ିଶାରେ କଣ୍ଟ୍ରୋଲ ଆଇନ ୨୦୧୬ରୁ ଧାରା ୪ କୁ ଉଚ୍ଛେଦ କରାଯାଇ ଘରୋଇ ଡିଲରମାନଙ୍କୁ ସାମିଲ କରାଯିବା, ଡିଲରଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ପୁନଃ ନିଯୁକ୍ତି କରାଯିବା ସହ ବକେୟା ଅର୍ଥ ସହସା ପ୍ରଦାନ କରାଯିବା, ପିଓଏସ୍ ମେସିନରେ ଗୋଟିଏ ଥର ଆଙ୍ଗୁଠି ଛାପ ନିଆଯାଇ ରାସନ ସାମଗ୍ରୀ ଦିଆଯିବାର ବ୍ୟବସ୍ଥା କରାଯିବା,

ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ଇ-କେୱାଇସି କାର୍ଯ୍ୟ ଚାଲୁ ରହିଥିବା ପରିପ୍ରେକ୍ଷୀରେ ପିଓଏସ୍ ମେସିନ ସହିତ ଓଜନ ମାପ ଯନ୍ତ୍ରର ସଂଯୋଗୀକରଣକୁ ଖାଉଟିମାନଙ୍କର ସାମୁହିକ ହିତକୁ ଦୃଷ୍ଟିରେ ରଖି ଆସନ୍ତା ଅପ୍ରେଲ ୨୦୨୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ପ୍ରଥମ ଅଶୀ ଭାଗର ବଣ୍ଟନ ସହିତ ଅଗ୍ରୀମ କମିଶନ ରାଶିକୁ ସଂଯୁକ୍ତ କରାଯାଇ ପ୍ରଦାନ କରାଯିବା, ବର୍ତ୍ତମାନ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟଗୁଡ଼ିକର ଅହେତୁକ ମୂଲ୍ୟ ବୃଦ୍ଧି ହେତୁ ପରିବାର ପ୍ରତିପୋଷଣ ଦିଗରେ ଅସୁବିଧା ସୃଷ୍ଟି ହେଉଥିବା ଦୃଷ୍ଟିରୁ ଅନ୍ୟ ରାଜ୍ଯମାନଙ୍କ ଭଳି ଏଠାରେ ମଧ୍ଯ ପାରିଶ୍ରମିକ ରାଶିକୁ ଯଥୋଚିତ ବୃଦ୍ଧି କରାଯିବା,

ସଦ୍ୟ ପ୍ରଚଳିତ ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟବୀମା ଯୋଜନା ଅଧିନରେ ସମସ୍ତ କଣ୍ଟ୍ରୋଲ ଦୋକାନୀ ଏବଂ ସେମାନଙ୍କର ପରିବାର ବର୍ଗଙ୍କୁ ସାମିଲ କରାଯିବା, ବିଗତ ଦିନରେ ଓଡ଼ିଶାର ସମସ୍ତ ଜିଲ୍ଲାକୁ ଗହମ ଯୋଗାଣ କରାଯାଇଥିଲେ ସୁଦ୍ଧା ପୁରୀ ଜିଲ୍ଲାକୁ ୧୩ ମାସ ହେଲା ଗହମ ଯୋଗାଇ ଦିଆଯାଇନଥିବାରୁ, ତୁରନ୍ତ ପୁରୀ ଜିଲ୍ଲା ପାଇଁ ବକେୟା ଗହମ ପ୍ରଦାନ କରାଯାଇ ଏହି ଗୁରୁତର ସମସ୍ୟାର ସମାଧାନ କରାଯିବା ଆଦି ଅନ୍ତର୍ଭୁକ୍ତ। ଦାବୀଗୁଡ଼ିକୁ ସହୃଦୟତାର ସହିତ ବିଚାର କରିବାକୁ ଉଭୟ ମୁଖ୍ୟମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିବା ସଙ୍ଘର ସଭାପତି ନଗେନ୍ଦ୍ର ନାଥ ଜେନା ଏଠାରେ ଗଣମାଧ୍ୟମକୁ ସୂଚାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, କଣ୍ଟ୍ରୋଲ ଦୋକାନୀ ମାନେ ବିଭାଗୀୟ ନିର୍ଦ୍ଦେଶାନୁସାରେ ଖାଉଟିମାନଙ୍କର ସ୍ୱାର୍ଥ ପ୍ରତି ସମୁଚିତ ପ୍ରାଧାନ୍ୟ ଦେବା ସହିତ ସଠିକ ଓଜନ ଏବଂ ସାମଗ୍ରୀମାନଙ୍କର ସ୍ଵଚ୍ଛ ବଣ୍ଟନକୁ ସୁନିଶ୍ଚିତ କରିବା ଏବଂ କାର୍ଯ୍ୟ ପ୍ରଣାଳୀରେ ପାରଦର୍ଶିତା ପ୍ରମାଣିତ କଲେ ପର୍ଯ୍ୟାୟ କ୍ରମେ ଅଗ୍ରାଧିକାର ଭିତ୍ତିରେ ସେମାନଙ୍କର ଦାବୀଗୁଡ଼ିକ ପୂରଣ କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶ୍ଵାସନା ଦେଇଥିବା ଶ୍ରୀ ଜେନା ଦର୍ଶାଇଥିଲେ । ଏହି ପ୍ରତିନିଧି ଦଳରେ ସାମିଲ ଥିବା ସଙ୍ଘର କର୍ମକର୍ତ୍ତାମାନଙ୍କ ମଧ୍ୟରେ ସଭାପତି ନଗେନ୍ଦ୍ର ନାଥ ଜେନା, ଉପ-ସଭାପତି ଦତ୍ତହରି ସାମଲ, କୋଷାଧ୍ୟକ୍ଷ ସୁଧାଂଶୁ ଦାସ, କାର୍ଯ୍ୟକାରୀ କମିଟି ସଦସ୍ୟ ବୃନ୍ଦ ଯଥା ; ଜଗନ୍ନାଥ ବେହେରା, କରୁଣାକର ବେହେରା, ଶତୃଘ୍ନ ନାୟକ, ନୀଳମଣି ସାହୁ ଏବଂ ରବି ନାରାୟଣ ଜେନା ପ୍ରମୁଖ ଅନ୍ୟତମ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

May 11, 2026
ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

May 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version