No Result
View All Result
୨୧ଫେବୃଆରୀ ,ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କଟାମା ଗ୍ରାମ ପଞ୍ଚାୟତ ଅଧୀନ ପାଜିଗିଡି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ଭୂଷୁଡିଯାଇଛି। ବିକାଶ ଆଢୁଆଳରେ ରହିଯାଇଛି। ପ୍ରଧାନ ଶିକ୍ଷକଙ୍କ ଏକଚାଟିଆ ନୀତି ଯୋଗୁଁ ଶିକ୍ଷାର୍ଥୀଙ୍କ ପାଠପଢାରେ ବାଧା ସୁଷ୍ଟି ହେଉଛି। ଏଠାକାର ଆଦିବାସୀ ପିଲାମାନେ ପଠା ପଢିବାରେ ଆଗ୍ରହ ଥିବା ବେଳେ ଏଠି ଏହାର ଓଲଟା ବାସ୍ତବ ଚିତ୍ର ଦେଖିବାକୁ ମିଳିଛି l ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ମୋଟ ୪୧ଜଣ ଛାତ୍ରୀଛାତ୍ର ଅଧୟନ କରନ୍ତି। ପାଜିଗିଡି ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆଲୋକ ମନ୍ତ୍ରୀଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଛାତ୍ର, ଛାତ୍ରୀ, ସରପଞ୍ଚ ଦୁଷ୍ମନ୍ତ କନ୍ଧ, ୱ।ର୍ଡ଼ ମେମ୍ବର ଆରତୀ ମାଝୀ , ଅବିଭାବକ, ରୋଷେୟା ଓ ଅଞ୍ଚଳବାସୀ ।
ପ୍ରଧାନ ଶିକ୍ଷକ ଆଲୋକ ମନ୍ତ୍ରୀଙ୍କ ବିରୋଧରେ ନିର୍ବାଚିତ ପ୍ରତିନିଧି ଓ ଗ୍ରାମବାସୀ ବାରମ୍ବାର ଲିଖିତ ଭାବେ ଜିଲ୍ଳା ପ୍ରଶାସନ ଓ ବ୍ଲକ ପ୍ରଶାସନକୁ ଅଭିଯୋଗ କରି ଆସୁଥିଲେ ମଧ୍ୟ ସୁଫଳ ମିଳୁନୁ। ପ୍ରତିକାର ନପାଇ ଅତିଷ୍ଠ ହୋଇ ପଡିଲେଣି ଗ୍ରାମବାସୀ । ଗ୍ରାମବାସୀ ଓ ସ୍କୁଲ କମିଟି ଓ ବିଦ୍ୟାର୍ଥୀଙ୍କ ଅଭିଯୋଗ ପ୍ରକାରେ ପ୍ରଧାନ ଶିକ୍ଷକ ୫୦ କିମି ଦୂର ମୋହନାରେ ରହୁଛନ୍ତି। ସ୍କୁଲକୁ ନିୟମିତ ଭାବେ ଠିକ ସମୟରେ ଆସୁନାହାନ୍ତି । କର୍ତ୍ତବ୍ଯରେ ଅବହେଳା କରୁଛନ୍ତି।
ବିଦ୍ୟାଳୟର ସର୍ବ ଶିକ୍ଷା ଅଭିଯାନ ଟଙ୍କା ହଡପ , ବିଏଲଓ କାର୍ଯ୍ୟରେ ଅବହେଳା ,ଛାତ୍ର ଛାତ୍ରୀଙ୍କ ପ୍ରତି ଦୁଃବ୍ଯବହାର, ମଧ୍ୟାହ୍ନ ଭୋଜନରେ ହରିଲୁଟ କରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଏପରିକି ବିଦ୍ୟାଳୟକୁ ବିଳମ୍ବରେ ଆସି ଶୀଘ୍ର ଚାଲିଯାଉଛନ୍ତି ବୋଲି ଶିକ୍ଷାର୍ଥୀ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ପ୍ରଧାନ ଶିକ୍ଷକଙ୍କୁ ଏହି ବିଦ୍ୟାଳୟରୁ ବଦଳି କରାନଯାଏ ତେବେ ସ୍କୁଲରେ ତାଲା ପଡିବ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ। ଏ ସଂପର୍କରେ ଗୋଷ୍ଠି ଶିକ୍ଷା ଅଧିକାରୀ ଦେବଦାସ ତାମରାପୁ କହିଛନ୍ତି ଜିଲ୍ଲାପାଳଙ୍କୁ ଅଵଗତ କରାଯାଇଛି।

No Result
View All Result