
ପୁରୀ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଶାନ୍ତିପ୍ରିୟ ସତ୍ୟବାଦୀ ରେ ଏବେ ରାଜନୈତିକ ହିଂସା ଉଗ୍ରରୂପ ନେବାରେ ଲାଗିଛି | ବୁଧବାର ପୂର୍ବାହ୍ନ ସାଢେ ଏଗାରଟା ସମୟରେ କିଛି ବ୍ୟକ୍ତି ବେକରେ ବିଜେପି ଉତ୍ତରୀୟ ପକାଇ ବ୍ଲକ ପରିସର ରେ ଧସାଇ ପଶିଥିଲେ | ସେମାନେ ହଟାତ ବ୍ଲକ ଅଧକ୍ଷ ସୁନୀଲ କୁମାର ପଣ୍ଡା ଙ୍କ କାର୍ଯ୍ୟାଳୟ ର କବାଟ ଭାଙ୍ଗି ଦେଇଥିଲେ | ପରେ ଅଫିସ ରେ ଥିବା ଟିଭି, ପିଣ୍ଟର ମେସିନ, ଲାପଟପ,ସିସିଟିଭି ହାଡଡିସ୍କ,

ସହିତ ଆଲମାରୀରେ ଥିବା କିଛି ସରକାରୀ କାଗଜପତ୍ର ସହିତ ବହି ଓ ଜିଣିଷପତ୍ର ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି | ସତ୍ୟବାଦୀ ବିଡିଓ ଦେବାଶିଷ ନାୟକ ପଞ୍ଚାୟତ ସମିତି ସଭାଗୃହ ରୁ ଆସିବା ପରେ ଏପରି ପରିସ୍ଥିତି ଦେଖିଥିଲେ | ବିଡିଓ ସଙ୍ଗେ ସଙ୍ଗେ ସତ୍ୟବାଦୀ ଥାନା ଓ ସତ୍ୟବାଦୀ ତହସିଲଦାର ଙ୍କୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରିଛି | ଖବର ପାଇ ପୁରୀ ଜିଲ୍ଲା ବିଜେଡି ସଭାପତି ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ















