୨୧ଫେବୃଆରୀ ,ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ରେ ଦିବ୍ୟାଙ୍ଗ ଶିକ୍ଷାର୍ଥୀ ପାଇଁ ଆନ୍ତର୍ନିବେଶୀ ଶିକ୍ଷା ଉପରେ ଆଧାରିତ ଶିକ୍ଷକ ତାଲିମ ଶିବିର କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଦେବଦାସ ତାମରାପୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କୁନା ପାତ୍ର, ବରିଷ୍ଠ ଶିକ୍ଷକ ଶଙ୍କର ପଣ୍ଡା ଓ ମୋହନା କ୍ଲଷ୍ଟର ସି ଆର ସି ସି ସିଦ୍ଧାର୍ଥ ପାତ୍ର ଉପସ୍ଥିତି ଥିଲେ l
ଏହି ତାଲିମ ଶିବିର ରେ 35ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ କୁ ନେଇ ତିନି ଦିନ ଅର୍ଥାତ ତା 20/02/2023ଠାରୁ 22/02/2023 ପର୍ଯ୍ୟନ୍ତ ଚାଲିବ l ସାଧନ କର୍ମୀ ଭାବେ ଜୟ ସେଠି, ସୁମନ୍ତ ପ୍ରଧାନ, ଇତିରଞ୍ଜନ ମହାପାତ୍ର ଓ ଗୌରହରି ପୋଲାଈ ତାଲିମ କାର୍ଯ୍ୟକ୍ରମ କୁ ପରିଚାଳିତ କରିଥିଲେ l ସାଧନ ସମ୍ବଳ କର୍ମୀ ଶ୍ରୀ ପ୍ରକାଶ କୁମାର ସାହୁ ଓ ସୁମନ୍ତ ପ୍ରଧାନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l

© 2023 Odisha Taza News.