No Result
View All Result
୧୭ ଫେବୃଆରୀ ,ଶୁକ୍ରବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡ଼ା :- ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଥିବା ପ୍ରସିଦ୍ଧ ଐତିହାସିକ ଦେବଗିରି ପଞ୍ଚାମୁଖୀ ସ୍ପଟିକ ନିଲାକଣ୍ଠେଶ୍ୱର ଶୌବ ପୀଠରେ ୭ଦିନ ଧରି ହେବାକୁ ଥିବା ମହାଶିବରାତ୍ରି ଜାଗର ଯାତ୍ରା ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା କାଲି ଜାଗର ଯାତ୍ରା ରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଓ ଆଇନ ଶୃଙ୍ଖଳା ପରିସ୍ଥିତି କୁ ଆଖିଆଗରେ ପ୍ରଶାସନ ଓ ଦେବଗିରି ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟ କରାଯାଉଛି ।ଦେବଗିରି ପାହାଡ଼ ତଳ ଭାଗ ଠାରୁ ଆରମ୍ଭ କରି ଉପରି ଭାଗ ପର୍ଯ୍ୟନ୍ତ ରଙ୍ଗମରା, ଆଲୋକ, ପାନୀୟ ଜଳ ବ୍ୟବସ୍ଥା କରାଯାଇଥିବା ବେଳେ ପାହାଡ଼ ତଳ ଭାଗରେ ବିଭିନ୍ନ ପ୍ରକାର ଦୋକାନ ବଜାର ,ମିନା ବଜାର ବ୍ୟବସ୍ଥା କରାଯାଇଛି । ସାତଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଭାବରେ ନୟାଗଡ଼ ଜିଲ୍ଲା ଶରଣକୁଳ ର ଲଡୁବାବା ନାଟ୍ୟକଳା ପରିଷଦ ର ପୌରାଣିକନାଟକ ପରିବେଷଣ କରାଯିବ ବୋଲି କମିଟି ତରଫରୁ ଜଣାପଡିଛି । ଆଲୋକ ସଜା, ଗାଡି ପାର୍କିଂ ,ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟପକ ଏକ ପ୍ଲାଟୁନ ପୁଲିସ , ୬ ଅଧିକାରୀ ,ଗୋଟିଏ ଥାନା ଅଧିକାରୀ ମୁକୁନ୍ଦ ଦେବ ନାୟକ,ଜଣେ ଡ଼ିଏସପି ଓ ସ୍ଥାନୀୟ ସିଆରପିଏଫ ଆସିଷ୍ଟାଣ୍ଟ କମାଂଡେଣ୍ଟ ଡି କୃଷ୍ନା ରାଓ ସମେତ ଜଵାନଙ୍କୁ ନିୟୋଜିତ କରାଯାଇଛି ।କମିଟି ପକ୍ଷରୁ ଭକ୍ତଙ୍କ ଠାରୁ ସ୍ୱଟିକ ଶିବଲିଙ୍ଗ ଦର୍ଶନ ନିମନ୍ତେ ୧୦ଟଙ୍କା ଲେଖାଏଁ ଅର୍ଥ ଆଦାୟ ନେଇ ଭକ୍ତ ଙ୍କ ପାଇଁ ଥଣ୍ଡା ପାନୀୟ ଜଳ ,ଖେଚୁଡ଼ି ,ତରକାରୀ ,ଚଲ୍ଲା ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି ।କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଯାତ୍ରା ବନ୍ଦ ହୋଇଥିବା ବେଳେ ବହୁ ସଂଖ୍ୟକ ଭକ୍ତ ଙ୍କ ସମାଗମ ହେବ ବୋଲି ପ୍ରଶାସନ ଓ କମିଟି ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଛି ।
No Result
View All Result