ଆଲୋକ, ପାନୀୟ ଜଳ ବ୍ୟବସ୍ଥା କରାଯାଇଥିବା ବେଳେ ପାହାଡ଼ ତଳ ଭାଗରେ ବିଭିନ୍ନ ପ୍ରକାର ଦୋକାନ ବଜାର ,ମିନା ବଜାର ବ୍ୟବସ୍ଥା କରାଯାଇଛି । ସାତଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଭାବରେ ନୟାଗଡ଼ ଜିଲ୍ଲା ଶରଣକୁଳ ର ଲଡୁବାବା ନାଟ୍ୟକଳା ପରିଷଦ ର ପୌରାଣିକନାଟକ ପରିବେଷଣ କରାଯିବ ବୋଲି କମିଟି ତରଫରୁ ଜଣାପଡିଛି । ଆଲୋକ ସଜା, ଗାଡି ପାର୍କିଂ ,ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟପକ ଏକ ପ୍ଲାଟୁନ ପୁଲିସ , ୬ ଅଧିକାରୀ ,ଗୋଟିଏ ଥାନା ଅଧିକାରୀ ମୁକୁନ୍ଦ ଦେବ ନାୟକ,ଜଣେ ଡ଼ିଏସପି ଓ ସ୍ଥାନୀୟ ସିଆରପିଏଫ ଆସିଷ୍ଟାଣ୍ଟ କମାଂଡେଣ୍ଟ ଡି କୃଷ୍ନା ରାଓ ସମେତ ଜଵାନଙ୍କୁ ନିୟୋଜିତ କରାଯାଇଛି ।
କମିଟି ପକ୍ଷରୁ ଭକ୍ତଙ୍କ ଠାରୁ ସ୍ୱଟିକ ଶିବଲିଙ୍ଗ ଦର୍ଶନ ନିମନ୍ତେ ୧୦ଟଙ୍କା ଲେଖାଏଁ ଅର୍ଥ ଆଦାୟ ନେଇ ଭକ୍ତ ଙ୍କ ପାଇଁ ଥଣ୍ଡା ପାନୀୟ ଜଳ ,ଖେଚୁଡ଼ି ,ତରକାରୀ ,ଚଲ୍ଲା ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି ।କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଯାତ୍ରା ବନ୍ଦ ହୋଇଥିବା ବେଳେ ବହୁ ସଂଖ୍ୟକ ଭକ୍ତ ଙ୍କ ସମାଗମ ହେବ ବୋଲି ପ୍ରଶାସନ ଓ କମିଟି ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଛି ।

© 2023 Odisha Taza News.