• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବାତ୍ୟା ଗଲା ପରେ …

Proprietor Abhimanyu Maharana by Proprietor Abhimanyu Maharana
November 2, 2026
in ଓଡ଼ିଶା, ଖୋର୍ଦ୍ଧା, ମନୋରଞ୍ଜନ, ମହାନଗର, ହୋମ୍
0
ବାତ୍ୟା ଗଲା ପରେ …
Share on FacebookShare on TwitterWhatsapp

ଡ. ଅରୁଣ କୁମାର ସାହୁ …

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ପତ୍ର ମାନେ ଧୀରେ ଧୀରେ ହଲିବାକୁ ଲାଗିଲେ, ପତ୍ର ଆଉ ଡାଳ ମାନେ ଯେତେବେଳେ ଧୀରେ ଧୀରେ ଦୋହଲନ୍ତି ପବନର ତାଳେ ତାଳେ-ଆନନ୍ଦିତ ହୁଏ ପରିବେଶ । ଗଛମାନେ ଖୁସି ହୁଅନ୍ତି …..। ମନ୍ଥର ଗତି- ଚଇତାଳି ପବନର ଧାରଣା ସୃଷ୍ଟି କରେ … । ସ୍ଵାଭାବିକ ଆନନ୍ଦ ମିଳେ..।
ପବନର ଗତି ବଢ଼ିଲା- ଡାଳ ମାନେ ନଇଁ ପଡ଼ି ଉପରକୁ ଉଠି ଦୋଳି ଖେଳିବା ଭଳି ଲାଗିଲେ – । କିଛି କ୍ଷଣ ପୂର୍ବରୁ ପବନର ଲହରି ବାତ୍ୟାର ଆଶଙ୍କାରେ ରୂପାନ୍ତରିତ ହେଲା । ଦୋଳି ଉପରକୁ ଉଡ଼ିଲେ ଯେମିତି ଛାତିରେ ଛାନିଆ ପଶେ…. ଠିକ୍ ସେମିତି ବେଳକୁ ବେଳ ଗତି ବଢ଼ିଲା … ଦୁର୍ବଳ ପତ୍ରମାନେ କର ଛଡ଼ା ଦେଇ ଆକାଶରେ ଉଡ଼ିବାରେ ଲାଗିଲେ । ଦଲକାଏ ‌ଜୋର ପବନରେ – ଗଛର ସର୍ବାଙ୍ଗ ଥରି ଉଠିଲା – । ନୂଆ ଅନୁଭୂତିରେ ଅଘଟଣ ଆଶଙ୍କାରେ ନୀରବ ଚିତ୍କାର ସବୁ ପବନର ଘୁ ଘୁ ଶଦ୍ଦରେ ମିଳେଇଗଲା ….. ।

ମଡ଼ ମଡ଼ ଶଦ୍ଦରେ ଡାଳ ଲେଉଟି ଖାଇଲା. ତଳେ ମାଡ଼ି ହୋଇପଡ଼ିଲା – । ଆଗରୁ କେବେ କେବେ ପତ୍ର ଝଡ଼ୁଥିଲା – ଆଜି ଡାଳ କଚାଡ଼ି ହୋଇପଡ଼ୁଛି ପୁଣି କାହାର ଅଣଚାଶ ମାଡ଼ରେ …. । ତଳେ ପଡ଼ି ମୁହଁ ଟେକି ଚାହିଁଲା- ବିଛିନ୍ନ ହୋଇଥିବା ତା ମୂଳ ପିଣ୍ଡ ଆଡ଼କୁ … । ସତେ ଯେମିତି ମଦମତ୍ତ ମଣିଷର ଟଳମଳ ଅବସ୍ଥାଠାରୁ ଆହୁରି ସଙ୍ଗୀନ ସ୍ଥିତି । ସର୍ବାଙ୍ଗ ନଇଁ ଆସୁଛି – ପୁଣି ସମସ୍ତ ଶକ୍ତି ଖଟେଇ ଠିଆ ହୋଇଯାଉଛି । ପବନ ବାତ୍ୟାର ରୂପ ନେଇ ସାରିଛି – । ଭୟଙ୍କର ଶଦ୍ଦ ସହ ପ୍ରଳୟର ଅସ୍ତ୍ରରେ ସଜ୍ଜିତ ହୋଇଛି । ନିଶେଷ କରିବାକୁ ସମସ୍ତ ଶକ୍ତି ଲଗାଇ ଦେଇଛି । ସୁ ସୁ ଘୁ ଘୁ ଶଦ୍ଦରେ କାନ ଅତଡ଼ା ପଡ଼ୁଛି । ଗତି ଆହୁରି ପ୍ରଖର ହେଉଛି । କେତେବେଳେ ଊର୍ଦ୍ଧ୍ଵମୁଖୀ ତ କେତେବେଳେ ନିମ୍ନମୁଖୀ, କେତେବେଳେ ଉତ୍ତରକୁ ତ କେତେବେଳେ ପଶ୍ଚିମକୁ – । ବିନା ଆମନ୍ତ୍ରଣରେ କାହିଁକି ଆକ୍ରୋଶ ! କାହିଁକି ଦାଉ ସାଧୁଛି ! ଗଛଟି ପ୍ରତିରୋଧ କରିବାର ଅଦମ୍ୟ ଚେଷ୍ଟା କରୁ କରୁ କେତେ‌କେତେ ଭାବନା ତା ମନ ଭିତରେ ଚହଟି ଯାଉଥାଏ – ।

ମୁକ୍ତ ଆକାଶ ତଳେ ମଥା ଟେକି ଠିଆ ହୋଇଥାଏ – । ମୋର ଘର ନାହିଁ । ଆକାଶର ଛାତ ତଳେ ମାଟିକୁ ଜଡ଼େଇ ଧରି ସଦର୍ପରେ ବିନା ଭୟଭ୍ରାନ୍ତିରେ ଠିଆ ହୋଇଥାଏ । ବର୍ଷାରେ ଭିଜେ – ଖରାରେ ସିଝେ – ଥଣ୍ଡା କାକରର ଶିଶିର ବିନ୍ଦୁ ଦେହ ସହେ । ମୋ’ର ଘର କ’ଣ ହେବ – ? ମୁଁ ଗୋଟିଏ ଘର । ମୋ ଉପରେ ପକ୍ଷୀ ବସା କରେ । ମୋ ଉପରେ କୀଟ ପତଙ୍ଗ ଆରାମରେ ଦିନ କାଟନ୍ତି – ସେମାନଙ୍କର ଅଭୟ ଆଶ୍ରୟସ୍ଥଳୀ । ମୁଁ ସେମାନଙ୍କର ଅତି ଆପଣାର । ମୋ ପତ୍ର ବି ଖାଆନ୍ତି, ଫଳ ବି ଖାଆନ୍ତି । ମୋ’ ଠାରୁ ନିର୍ଗତ ଅମ୍ଳଜାନରେ ବଞ୍ଚନ୍ତି । ପ୍ରକୃତିର ସନ୍ତୁଳନରେ ମୋ ଅବଦାନ ଅନସ୍ଵୀକାର୍ଯ୍ୟ । ସବୁଜିମାର ସୌନ୍ଦର୍ଯ୍ୟରେ – ପ୍ରକୃତି ପ୍ରେମୀ ବିମୋହିତ । ଛାଇର ଶୀତଳତା – ସମସ୍ତଙ୍କୁ ସୁଖ ଦିଏ । ଆହୁରି ଏମିତି କେତେ କ’ଣ …. । ପୁଣି ଆଉ ଏକ ଜୋର ଧକ୍କାରେ ଆଉଜି ପଡ଼ିଲା – ।

ଶେଷ ଚେଷ୍ଟା ମାଟିକୁ କାମୁଡ଼ି ଧରିବାକୁ । ଯେଉଁ ମାଟି ମା’ କୋଳରୁ – ପେଟ ଚିରି ଠିଆ ହୋଇଥିଲା – ଜାବୁଡ଼ି ଧରିବାକୁ ଶତ ପ୍ରୟାସ । ପୁଣି ଠିଆ ହୋଇଗଲା । ଆକାଶର ପଣତକାନି ତଳେ ନିର୍ବିଘ୍ନରେ ଖରା, ବର୍ଷା, ଶୀତ ସହି ଏତେ ଦିନ ଠିଆ ହୋଇଥିଲା – ତାକୁ ଅନେଇଲା । ପଣତକାନି ଲୁଚି ଯାଇଥିଲା । ଲୁଚି ଯାଇଥିଲା, କଳା ବାଦଲ ଭର୍ତ୍ତି ମେଘ ଉହାଡ଼ ସେପାରିରେ । ଯିଏ ଥିଲା, ସବୁ ଶକ୍ତିର ପ୍ରେରଣାର ଉତ୍ସ – ତା’ ନିବିଡ଼ ସମ୍ପର୍କ ମଝିରେ ପ୍ରାଚୀର ହୋଇ ଠିଆ ହୋଇଯାଉଛି, କଳା ଘୁଙ୍ଗୁର ମେଘ ଖଣ୍ଡ ମାନ । ନିସ୍ତେଜରେ ହତାଶ ହୋଇପଡ଼ିଲା । ଅଣଚାଶ ଆଗରେ ହାର ମାନୁଛି ଶତ ପ୍ରତିଶତ ପ୍ରୟାସ । ଯା’ର ହାଡ଼ ମଜବୁତ ହେଇଛି ପ୍ରକୃତିର ସବୁ ଉପଚାରରେ-ଖରା, ବର୍ଷା, ଶୀତ, କାକରରେ- ସିଏ ଆଜି ପ୍ରାକୃତିକ ଦୁର୍ବିପାକର ଶୀକାର ହେଉଛି । ପ୍ରକୃତିର ଚରମ ସୁନ୍ଦର ସୃଷ୍ଟି – ପ୍ରକୃତିର କ୍ରୁର ପାହାରରେ ଧରାଶାୟୀ ହେଇଛି – । ମାଟି ମା’ର ପେଟ ଫଟେଇ ଲମ୍ବ ହେଇ ଲୋଟିଗଲା – ମାଟି ମା’ର ଛାତି ଉପରେ …. ।

କେତେ କିଏ ବେସାହାରା ହୋଇଗଲେ – । ଖୋଜିବେ ଆଉ କୋଉ ଘର । ଆଉ କୋଉ ଠିକଣା । ଭୁଲି ଯିବେ ମାଟିରେ ଠିଆ ହୋଇ ଆଶ୍ରୟ ଦେଇଥିବା – ତା’ ପରେ ମାଟି ଉପରେ ବେସାହାରା ହୋଇ ଲୋଟି ପଡ଼ିଥିବା ଦ୍ରୁମଟିକୁ । କିଛି ଦିନ ତାଜା ରହିବ ସ୍ମୃତିରେ – । ଧୀରେ ଧୀରେ ଝାପସା ହେବ ସ୍ମରଣରେ … । ବାତ୍ୟା ଗଲେ ପରେ । ଗତକାଲି, ଆଉ କେତେ କାଲି ପରି ଅସ୍ଥିର ନଥିବ ସେଦିନ ଭଳି । ଯଦିବା ସବୁ ସ୍ଥିର ହୋଇଯାଇଥିବ – ତଥାପି ବାତ୍ୟା ଘନିଭୂତ ହଉଥିବ ସବୁ ଦିନ – ଯେବେ ନଜର ପଡ଼ୁଥିବ – କାଲି ଯିଏ ଥିଲେ, ଆଜି ସିଏ ନାହାନ୍ତି ସେଇଠାରେ ବୋଲି – । ବାତ୍ୟା କେବେ କେବେ ଆସେ ଆଉ ଯାଏ – । ସେ କିଛି ନେଇଯାଏ ନା ଛାଡ଼ି ଦେଇଯାଏ ? ଏ ପ୍ରଶ୍ନ ମୋ ଭିତରେ ତାଜା ହୋଇ ରହିଥିବ ଅନନ୍ତ କାଳ ଯାଏ … । ବାତ୍ୟା ଗଲା ପରେ … ।

ବାତ୍ୟାର ତାଣ୍ଡବରେ ଛାଡ଼ି ଯାଇଥିବା – ବିପର୍ଯ୍ୟସ୍ତ ଅସଜଡ଼ା ରାସ୍ତାଘାଟ, ଶିରି ଛଡ଼ା ଅଭାବନୀୟ ଦୃଶ୍ୟ, ଆଉଟା ଆଲୁଳାୟିତ କେଶ ରାଶି ଭଳି – ସବୁକିଛି ଅସ୍ତବ୍ୟସ୍ତ ଅବ୍ୟବସ୍ଥିତ ଦୁରବସ୍ଥା । ତା ଭିତରେ କିଏ ସଜାଡ଼ିବାରେ ଲାଗିଛି ତା’ର ଉଜୁଡ଼ା ଦୁନିଆକୁ । କିଏ ସାଇତିବାରେ ଲାଗିଛି – ତା ଚାରିପାଖରେ ଅପ୍ରତ୍ୟାଶିତ ଅଘଟଣ ମାନଙ୍କୁ । ଦୁଃଖ କାତର ଭିତରେ କାନ ଡେରି ଶୁଣୁଛି ଅନ୍ୟମାନଙ୍କର ଆଲୋଚନାକୁ । ମଝିରେ ମଝିରେ ଭାଗ ନେଉଛି ଯାହା ଦେଖିଛି ‌ଯାହା ଶୁଣିଛି । ହଜିଥିବା, ହଜେଇଥିବା ଭିତରେ ଯିଏ ଦୁଇ ପଦ ଅଧିକା କୁହେ – କିଛି ଅଧିକା ଜାଣିଛି ବୋଲି, ସେଥି‌ରେ ସେ ଆନନ୍ଦିତ ହୁଏ – । ଦୁଃଖ ଭିତରେ ବି ସୁଖ ପାଏ । ଯନ୍ତ୍ରଣା ଉପଶମ ହୁଏ । ଦୁଃଖ ବଖାଣିବା ଉପଶମର ବଡ଼ ଉପଚାର । ସିଏ ଯେ‌ବେ ସହରକୁ ଆସିଥିଲା କାହିଁ କେତେ ବର୍ଷ ତଳୁ – ଏଠି ସେଠି ରହୁ ରହୁ ଜାଗା ଖଣ୍ଡେ ଆଦରି ଥିଲା । ପଲିଥିନ ତଳେ ଜୀବନ ବିତଉଥିଲା । ଧୀରେ ଧୀରେ ଇଟାର କାନ୍ଥ ଦେଲା, ଆଉ ଟିଣ କେଇ ଖଣ୍ଡେ ଖଞ୍ଜି ଦେଇ ତା’ରି ତଳେ ପରିବାର ସହ ଦିନ ବିତେଇବାରେ ଲାଗିଲା । ସିଏ ବାହାରେ କାମ କରେ ଆଉ ତା ସ୍ତ୍ରୀ ବାବୁ ବାବୁଆଣି ମାନଙ୍କ ଘରେ ଲୁଗା ସଫା କରେ , ବାସନ ମାଜେ, ଓଳାଓଳି କରେ ।

ତା’ସାଥୀରେ ଛୋଟମୋଟ କାମ ପଡ଼ିଲେ କରେ । ଦୁଇ ତିନୋଟି ଘରେ କାମ କଲେ ଭଲ ରୋଜଗାର ମଧ୍ୟ ହୁଏ । ପୁରୁଷ ଅପେକ୍ଷା ବରଂ ତା’ର ରୋଜଗାର ଭଲ । ମାସ ଶେଷକୁ ଅନେଇ ଥାଆନ୍ତି – କେତେ ଶୀଘ୍ର କ୍ୟାଲେଣ୍ଡର (Calendar)ର ଗୋଟିଏ ପୃଷ୍ଠା ଛିଣ୍ଡି ଯାଆନ୍ତି କି, ଯେତେ ଜଲଦି ହେବ – ଦୁଇ ପଇସା ଘରକୁ ଆସିବ । ସୂର୍ଯ୍ୟୋଦୟରେ ସକାଳ ହୁଏ ସିନା କିନ୍ତୁ ତା’ର ସକାଳ ତା ବହୁ ପୂର୍ବରୁ ହୁଏ । ଯାହା ଘରକୁ କାମ କରିବାକୁ ଯାଏ ତାଙ୍କ ସକାଳ ହେବାକୁ ବହୁତ ଡେରି ଥାଏ। ୟା ହାତର ଯାଦୁରେ ତାଙ୍କ ଅଇଁଠା ବାସନ ନିଜକୁ ସଜେଇ ନେଇଥାନ୍ତି । ଘର ଭିତରର ଅଳିଆ ବାହାରେ ମୁନିସପାଲିଟି(Municipality )ର ଗାଡ଼ିକୁ ଅପେକ୍ଷା କରିଥାନ୍ତି । ଇଏ ଯେଉଁମାନଙ୍କ ଘରେ କାମ କରେ – , ସେମାନଙ୍କୁ ନିତିଦିନ ଦେଖେ – ତାଙ୍କର ବଡ଼ ପଣିଆ, ଅନେକ ପ୍ରକାର ଖାଦ୍ୟ, ଅଇଁଠା ବାସନରେ କିଛି କିଛି ବଳିଥିବାର ମଧ୍ୟ ।

ତା’ ଘରେ ନିଇତି ଗୋଟିଏ ପ୍ରକାର ଖାଦ୍ୟ – ଭାତ ଡାଲି କିମ୍ବା ପଖାଳ ଭାତ ସାଥିରେ – ଆଳୁ ଲଙ୍କା ଲୁଣ ସାଥିରେ ଅତି ବେଶୀରେ ଗୋଟିଏ ତରକାରି । ଏମିତି ସୁନ୍ଦରିଆ ଖାଦ୍ୟ ସବୁ ଦେଖିବା ପରେ ତା ଭିତରେ କ’ଣ କିଛି ପ୍ରତିକ୍ରିୟା ହୁଏ ନାହିଁ ? ଯଦି ହୁଏ, ଉପାୟ ତ ନାହିଁ । କିନ୍ତୁ ପ୍ରତିକ୍ରିୟାକୁ ଦମନ କରିବାର କଳା – ଏଇମାନଙ୍କ ଠାରୁ ସେଇମାନେ ଶିଖିବା କଥା । ଏଇମା‌ନେ ଜାଣନ୍ତି ଏମାନଙ୍କର ସୀମା ସରହଦ – ଏଇମାନେ ମାପି ପାରନ୍ତି ସେମାନଙ୍କ ପାଦ କେତେ ବାଟ ଯାଇପାରିବ । ଏଇମାନେ ଜାଣନ୍ତି – ଇଚ୍ଛାମାନଙ୍କୁ ଆୟତରେ ରଖିବାର ସୂକ୍ଷ୍ମ ସାଧନା । ଆଉ ସେଇମା‌ନେ – ଦୂରତ୍ଵ ମାପି ପାରନ୍ତି କିନ୍ତୁ ଦୂରତ୍ଵ ଲଂଘିବାର ଦୁର୍ବାର ବାସ୍ନା-ସାହସର ସହ ନୁହେଁ ବରଂ ଫନ୍ଦି ଫିକର କରି, ଶ୍ରମ କରି ନୁହେଁ ବରଂ ଅଳ୍ପ ଚେଷ୍ଟାରେ ଶୀଘ୍ର ପାଇବାର ପ୍ରକ୍ରିୟା ଆପଣେଇ … । କେବେ ବି ଥରେ ଭାବି ଥିବେ … ? ଆମେ ଖାଇବାର ମଜା ନେଉଥିବା ସମୟର – ଅଇଁଠା ବାସନ ମାଜୁଥିବା ମଣିଷର କ୍ରିୟା ପ୍ରତିକ୍ରିୟା ଆଉ ଭାବନା ସମ୍ପର୍କରେ … ? କେବେ ବି ଥରେ ଭାବିଥିବେ ? ବରଂ ଦଶହରା ବା କେଉଁ Occasionରେ ଯଦି ପୁରୁଣା ଲୁଗା ଖଣ୍ଡେ କି ବକସିସ୍ କିଛି ଦେଇଥିବେ ହିସାବ ଖାତାରେ ଯେମିତି ବଡ଼ ଭାଗଟିଏ ଅଜାଡ଼ି ଦେଇଥିବା ଗର୍ବ ବୋଧରେ ଫାଟି ପଡ଼ୁଥିବେ ।

ଏମିତି ସମସ୍ତେ ନୁହନ୍ତି – ତା ଭିତରେ କେହି କେହି ଭଲ ମଣିଷ ଅଛନ୍ତି । ସେମାନଙ୍କ ସଂଖ୍ୟା ହୁଏତ ଏମାନଙ୍କ ଅପେକ୍ଷା କମ୍ । କିନ୍ତୁ ଅଛନ୍ତି … । ଯେବେଠୁ ସିଏ ସହରରେ ଘର କରିଥିଲା – ସେବେଠୁ ଘର ପାଖରେ ଗୋଟିଏ ଆମ୍ବ ଗଛ ଓ ପଣସ ଗଛଟିଏ ଠିଆ ହୋଇଥିଲା। ସେଇ ଗଛ ତା’ର ନୁହେଁ – ବରଂ ସେଥିରେ ଯେଉଁ ଆମ୍ବ ଫଳେ- ସିଏ ତୋଳି ଦିଏ – ଯେଉଁ ବାବୁଙ୍କ ବାଡ଼ିରେ ଅଛି – ଯାହାଙ୍କର କୋଠା ଘର ଅଛି- ତାଙ୍କ ପାଇଁ । ଖରା ଦିନେ ତା ଘର ଥଣ୍ଡା ଲାଗେ – କାରଣ ଗଛ ଛାଇ ଯୋଗୁଁ- । ଗଛ ତା’ର ନୁହେଁ କିନ୍ତୁ ତାକୁ ବଡ଼ ଆପଣାର ଲାଗେ- ସତେ ଯେମିତି ତା’ର ନିଜର କେହି । ବାତ୍ୟା ଆସିବ । ଏଇ ବାଟେ ଯିବ । ଘର ଖାଲି କର । ସ୍କୁଲ ଘର, କୋଠା ଘର ଦେଖି ଆଶ୍ରୟ ନିଅ । ବାରମ୍ବାର ଘୋଷଣା । କେତେ କିଏ ବୁଲି ବୁଲି କହି ଦେଇଗଲେଣି ଘର ଛାଡ଼ି ନିରାପଦ ଜାଗାକୁ ଯିବାକୁ ପଡ଼ିବ – ତାହା ସତ୍ୟ । କିନ୍ତୁ ତା’ର ଆତ୍ମାର ବଖୁରିଏ ଘର । ତା ପାଇଁ କେତେ ବଡ଼ । ସେ କଥା ସିଏ ହିଁ ଜାଣେ । କାରଣ ତା ପେଟରୁ କାଟି କାଟି ଏ ଘର ସିଏ ବନେଇଛି ।

ଏଇତକ ପାଇଁ ସେ କେମିତି ଯୋଗାଡ଼ କରିଛି ତାକୁ ହିଁ ଜଣା । ତା ହାତରେ ସିଏ ଅନ୍ୟର ବଡ଼ ବଡ଼ ଘର ସିନା କରି ଦେଇଛି । ସେଥିପାଇଁ ତା’ର କେବେ ଲୋଭ ନାହିଁ । ବରଂ ସେଇ ଘର ମାନଙ୍କରେ କାମ କରି ତା’ର ଏହି ଘରକୁ ଫେରି ଆସିଲେ – ସିଏ ଚରମ ତୃପ୍ତିର ଅନନ୍ତ ସୁଖରେ ଲୋଟିପଡ଼େ । ଆପେ ଆପେ ଗାଢ଼ ନିଦ ଆସିଯାଏ । କେବେ ଯାଇ ଡାକ୍ତରଙ୍କୁ ପଚାରି ନାହିଁ ମୋତ ନିଦ କାହିଁକି ହେଉନି ? ଅନ୍ୟର ଖଟ ଆଉ ଗଦିର ଦାମ୍ ଠାରୁ ତା’ ସମ୍ପୂର୍ଣ୍ଣ ଘରର ଦାମ୍ ମଧ୍ୟ କମ୍ ପଡ଼ିବ। ତଥାପି ଆରାମର ନିଦ —– । ଆଜି ତା ଆଖିରେ ନିଦ ନାହିଁ । କାଲି ବାତ୍ୟା ଆସିବ —– । ଘର ରହିବ ଟି — ? ଛପର ଉଡ଼େଇ ନେବ … । ଭୟ ଘାରୁଛି । ୧୫ ବର୍ଷ ତଳେ ଯୁଆନ ଥିଲି । ବଳ ଭାଗୁଛି – ବୟସ ବଢ଼ୁଛି, ଏବେ ଘର ଭାଙ୍ଗିଗଲେ ଆଉ ପାରିବି ଟି ? ଯୋଉଠୁ ଆସିଥିଲି – ସେଠି ଆଉ କିଛି ନାହିଁ ।

ଏବେ ଯୋଉଠି ଅଛି ଯଦିବା ମୋର କିଛି ନୁହେଁ – ‌ସବୁ ମୋର ଏଇଠି ଅଛି । ଗତକାଲି – ଆଜି – ଭବିଷ୍ୟତ । ଛୁଆ ଦିଇଟା ବଡ଼ ହେଲେଣି । ସେମାନଙ୍କ (ବଡ଼ ବାବୁ)ଙ୍କ ଭଳି ହେବାକୁ ଭାବୁଛନ୍ତି । ‌ ଯେତିକି ନେଇ ହେବ – ସେତିକି ଧରି ସରକାର ଠିକ୍ କରିଥିବା ଆଶ୍ରୟ ସ୍ଥଳିକୁ ଚାଲିଲେ । ସରକାରୀ ରନ୍ଧା ଖାଦ୍ୟ ଖାଇ ଅନାଗତ – ନିଶ୍ଚିତ ବାତ୍ୟାର ଆଗମନକୁ – ଅଜସ୍ର ଭାବନା ଭିତରେ ଅନେଇ ରହିଲେ —- । ପ୍ରକୃତି ପ୍ରଳୟ କରୁଛି — । ନିଜେ ନିଜକୁ ଧ୍ଵଂସ କରୁଛି । ପ୍ରକୃତି ଦାଉ ସାଧୁଛି, ତା ନିଜ ଉପରେ । ନିଜର ସୌନ୍ଦର୍ଯ୍ୟକୁ ନିଜେ ରାମ୍ପୁଡ଼ିବିଦାରି ଛାରଖାର କରୁଛି । ନିଜ ମାଂସ ନିଜେ ଖାଉଛି – ନିଜ ରକ୍ତ ନିଜେ ପିଉଛି – ନିଜକୁ କଦାକାର କରିବାକୁ ସତେ ଯେମିତି ପ୍ରତିଜ୍ଞା କରିଛି । ଆଶ୍ରୟସ୍ଥଳି ଭିତରେ ସୁ ସୁ ଗର୍ଜନର ଶଦ୍ଦରେ ସ୍ଵାମୀ ସ୍ତ୍ରୀ ଛୁଆ ମାନେ କଳ୍ପନା ଜଳ୍ପନାରେ ଉବୁଟୁବୁ – ଘର ଅଛି ତ ? ଜୀବନ ଯାକର ସାଇତା ସମ୍ବଳ ଯାହାକୁ – ହାଡ଼ ବାଡ଼େଇ ବାଡ଼େଇ ଠିଆ କରିଥିଲା – ସେ ଥିବ ଟି ? ଶତ ଆଶଙ୍କା ଭିତରେ କ୍ଷୀଣ ଆଶାଟିଏ ତଥାପି ବଞ୍ଚିବାର ରାହା ଦେଖାଏ । ଚିତ୍ରଶିଳ୍ପୀ ଚିତ୍ର ଆଙ୍କୁଛି କାନଭାସ୍ ଉପରେ – ।

କେବଳ ଛପର ଉଡ଼ି ଯାଇଥିବ । କଳା ପଲିଥିନ ପକେଇ ଚଳିଯିବି । ନା ଚାରି ପଟେ ଉଚ୍ଚାକୋଠାର ପାଚେରୀ ଅଛି – ପବନ ଲାଗୁନଥିବ । ବଡ଼ ବଡ଼ ଗଛ ଅଛି – ପବନ ସେଠି ଧରୁନଥିବ । ବଡ଼ମାନେ ସେତେ ବେଶୀ ସାହା ହୁଅନ୍ତିନି, କିନ୍ତୁ ସାହା ପାଇବାର ଆଶାରେ ଛୋଟ ମାନେ ବଞ୍ଚି ଯାଆନ୍ତି । ବଡ଼ମାନଙ୍କ ନକରାତ୍ମକ ଭାବନା ଭଳି ସେମାନଙ୍କର ବିଶେଷ ନଥାଏ । ତାଣ୍ଡବ ରଚି ସାରିବା ପରେ — । ବାଉଳା ଅଣନିଶ୍ବାସୀ ହୋଇ ଦୌଡ଼ିଲା । ଚାରିଆଡ଼େ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି । ତା ଭିତରେ କଷ୍ଟେମଷ୍ଟେ ଆଶଙ୍କା ଭିତରେ ଘରର ନିକଟବର୍ତ୍ତୀ ହେବାରେ ଲାଗିଲା । ଲୋଟି ପଡ଼ିଥିବା ଗଛ ମାନଙ୍କ ଭିତରେ ତା ଘର ଦେଖା ଯାଉନଥିଲା । ଥିବ ନଥିବ ଆଶା ଆଶଙ୍କା ଭିତରେ ସ୍ନାୟୁ ତନ୍ତ୍ରୀ ସବୁ ତୀବ୍ରତର ହେବାରେ ଲାଗିଲା । ଭାବିଲା – ଭୁଲରେ ଆଉ କେଉଁଠି ପହଞ୍ଚିଗଲି କି ? ଚାରିଆଡ଼େ ସନ୍ତର୍ପଣରେ ଅନେଇଲା – । ଏଇ ସେଇ ପଣସ ଗ%

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିଡିଏମ୍‌ଙ୍କ ଅଗୋଚରରେ ଡାକ୍ତରଖାନା ପରିସରରେ ସର୍ବସାଧାରଣ ଶୌଚାଳୟ ନିର୍ମାଣ : ଉଦ୍ଦେଶ୍ୟକୁ ନେଇ ଉଠିଲା ପ୍ରଶ୍ନ

ସିଡିଏମ୍‌ଙ୍କ ଅଗୋଚରରେ ଡାକ୍ତରଖାନା ପରିସରରେ ସର୍ବସାଧାରଣ ଶୌଚାଳୟ ନିର୍ମାଣ : ଉଦ୍ଦେଶ୍ୟକୁ ନେଇ ଉଠିଲା ପ୍ରଶ୍ନ

November 3, 2026
ରଣପୁରରେ ବିଜେପିର ‘ଲୋକତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ନାଗରିକ ସଂଗୋଷ୍ଠୀ : ଦେଖିବାକୁ ମିଳିଲେନି ସାଂସଦ

ରଣପୁରରେ ବିଜେପିର ‘ଲୋକତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ନାଗରିକ ସଂଗୋଷ୍ଠୀ : ଦେଖିବାକୁ ମିଳିଲେନି ସାଂସଦ

November 3, 2026
Bhubaneswar Gets World-Class Fitness Centre with Launch of Bharat Fitness Den Enhanced

Bhubaneswar Gets World-Class Fitness Centre with Launch of Bharat Fitness Den Enhanced

November 3, 2026
ଗୀତା ଶ୍ଳୋକରେ ଗୁଞ୍ଜରିତ ହେଲା ବେଲପଡ଼ା ବାଳିକା ବିଦ୍ୟାଳୟ, ବ୍ଲକସ୍ତରୀୟ ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ

ଗୀତା ଶ୍ଳୋକରେ ଗୁଞ୍ଜରିତ ହେଲା ବେଲପଡ଼ା ବାଳିକା ବିଦ୍ୟାଳୟ, ବ୍ଲକସ୍ତରୀୟ ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ

November 3, 2026

Recent News

ସିଡିଏମ୍‌ଙ୍କ ଅଗୋଚରରେ ଡାକ୍ତରଖାନା ପରିସରରେ ସର୍ବସାଧାରଣ ଶୌଚାଳୟ ନିର୍ମାଣ : ଉଦ୍ଦେଶ୍ୟକୁ ନେଇ ଉଠିଲା ପ୍ରଶ୍ନ

ସିଡିଏମ୍‌ଙ୍କ ଅଗୋଚରରେ ଡାକ୍ତରଖାନା ପରିସରରେ ସର୍ବସାଧାରଣ ଶୌଚାଳୟ ନିର୍ମାଣ : ଉଦ୍ଦେଶ୍ୟକୁ ନେଇ ଉଠିଲା ପ୍ରଶ୍ନ

November 3, 2026
ରଣପୁରରେ ବିଜେପିର ‘ଲୋକତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ନାଗରିକ ସଂଗୋଷ୍ଠୀ : ଦେଖିବାକୁ ମିଳିଲେନି ସାଂସଦ

ରଣପୁରରେ ବିଜେପିର ‘ଲୋକତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ନାଗରିକ ସଂଗୋଷ୍ଠୀ : ଦେଖିବାକୁ ମିଳିଲେନି ସାଂସଦ

November 3, 2026
Bhubaneswar Gets World-Class Fitness Centre with Launch of Bharat Fitness Den Enhanced

Bhubaneswar Gets World-Class Fitness Centre with Launch of Bharat Fitness Den Enhanced

November 3, 2026
ଗୀତା ଶ୍ଳୋକରେ ଗୁଞ୍ଜରିତ ହେଲା ବେଲପଡ଼ା ବାଳିକା ବିଦ୍ୟାଳୟ, ବ୍ଲକସ୍ତରୀୟ ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ

ଗୀତା ଶ୍ଳୋକରେ ଗୁଞ୍ଜରିତ ହେଲା ବେଲପଡ଼ା ବାଳିକା ବିଦ୍ୟାଳୟ, ବ୍ଲକସ୍ତରୀୟ ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ

November 3, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିଡିଏମ୍‌ଙ୍କ ଅଗୋଚରରେ ଡାକ୍ତରଖାନା ପରିସରରେ ସର୍ବସାଧାରଣ ଶୌଚାଳୟ ନିର୍ମାଣ : ଉଦ୍ଦେଶ୍ୟକୁ ନେଇ ଉଠିଲା ପ୍ରଶ୍ନ

ସିଡିଏମ୍‌ଙ୍କ ଅଗୋଚରରେ ଡାକ୍ତରଖାନା ପରିସରରେ ସର୍ବସାଧାରଣ ଶୌଚାଳୟ ନିର୍ମାଣ : ଉଦ୍ଦେଶ୍ୟକୁ ନେଇ ଉଠିଲା ପ୍ରଶ୍ନ

November 3, 2026
ରଣପୁରରେ ବିଜେପିର ‘ଲୋକତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ନାଗରିକ ସଂଗୋଷ୍ଠୀ : ଦେଖିବାକୁ ମିଳିଲେନି ସାଂସଦ

ରଣପୁରରେ ବିଜେପିର ‘ଲୋକତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ନାଗରିକ ସଂଗୋଷ୍ଠୀ : ଦେଖିବାକୁ ମିଳିଲେନି ସାଂସଦ

November 3, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version