No Result
View All Result
ରଣପୁର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଭାରତୀୟ ଜନତା ପାର୍ଟି ପକ୍ଷରୁ ସମଗ୍ର ଦେଶରେ “ଲୋକତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ”ଅଭିଯାନ ଆରମ୍ଭ କରାଯାଇଛି। ଏହି ପରିପେକ୍ଷୀରେ ରଣପୁର ନିର୍ବାଚନ ମଣ୍ଡଳୀ ବିଜେପି ଦଳ ଆନୁକୂଲ୍ୟରେ ରବିବାରଦିନ ଚାନ୍ଦପୁରସ୍ଥିତ ଅପସରା ହୋଟେଲ ରେ “ଲୋକତନ୍ତ୍ର ବଞ୍ଚାଅ ଅରାଜକତା ହଟାଅ “ନାଗରିକ ସଂଗୋଷ୍ଠୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମରେ ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ଡା . ମହେଶ ଚନ୍ଦ୍ର ଶର୍ମା,

ମୁଖ୍ୟବକ୍ତା ଭାବେ ରାଜ୍ୟ ବିଜେପି ମୁଖପାତ୍ର ତଥା ଲୋକତନ୍ତ୍ର ବଞ୍ଚାଅ ଅରାଜକତା ହଟାଅ କାର୍ଯ୍ୟକ୍ରମର ସଂଯୋଜକ ସୁଦୀପ୍ତ ରାୟ ଓ ସମ୍ମାନିତ ଅତିଥିଭାବେ ନୟାଗଡ଼ ଜିଲ୍ଲା ବିଜେପି ଉପସଭାପତି ନିର୍ମଳ କୁମାର ମତଗଜସିଂହ,ପରେଶ ମିଶ୍ର ଓ ସୁନୀତା ଶର୍ମା ପ୍ରମୁଖ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ !ଏହି କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲା ଉପସଭାପତି ନିର୍ମଳ କୁମାର ମତଗଜସିଂହଅତିଥିପରିଚୟ ପ୍ରଦାନ ସହିତ ମଞ୍ଚ ପରିଚାଳନା କରିଥିଲେ ! ନାଗରିକ ସଂଗୋଷ୍ଠୀ କାର୍ଯ୍ୟକ୍ରମରେ ବହୁ ଶିକ୍ଷାବିତ, ସମାଜସେବୀ, ବରିଷ୍ଠ ନାଗରିକ ଓ ବୁଦ୍ଧିଜୀମାନେ ସାମିଲ ହୋଇଥିଲେ !

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା କରିବା ଏବଂ ବିରୋଧୀ ଦଳଗୁଡ଼ିକର ଵା ଇଣ୍ଡିଆ ମେଣ୍ଟର କଥିତ ଅରାଜକ ମନୋଭାବ ବିରୋଧରେ ମୁଖ୍ୟ ଅତିଥି ମହେଶ ଚନ୍ଦ୍ର ଶର୍ମା ସମସ୍ତଙ୍କୁ ସୂଚନା ଦେଇ ସଚେତନ କରିଥିଲେ ।ବିରୋଧୀ ଦଳଗୁଡ଼ିକ ସାମ୍ବିଧାନିକ ସଂସ୍ଥା ଉପରେ ବାରମ୍ବାର ପ୍ରଶ୍ନ ଉଠାଇ ନିର୍ବାଚନର ଫଳାଫଳକୁ ଅସ୍ୱୀକାର କରୁଥିବା ଅଭିଯୋଗ ଆଣିବା ସହିତ ଗଣତନ୍ତ୍ରରେ ଅରାଜକତାର କୌଣସି ସ୍ଥାନ ନାହିଁ ବୋଲି ବାର୍ତ୍ତା ଦେବା ସହ ବିରୋଧୀଙ୍କ ଭ୍ରମାତ୍ମକ ପ୍ରଚାର ବିରୋଧରେ ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀ ଉପସ୍ଥିତ ଜନସାଧାରଣମାନଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ !

ଏହି କାର୍ଯ୍ୟକ୍ରମ କୁ ଚାନ୍ଦପୁର ମଣ୍ଡଳ ବିଜେପି ସଭାପତି ଅକ୍ଷୟ କୁମାର ସାହୁ, ରାଜସୁନାଖଳା ମଣ୍ଡଳ ବିଜେପି ସଭାପତି ଜ୍ୟୋତିରଞ୍ଜନ ସାହୁ, ଚାନ୍ଦପୁର ମଣ୍ଡଳ ବିଜେପି ସାଧାରଣ ସମ୍ପାଦକ ଗଣେଶ୍ୱର ମାନ୍ଧାତା,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଅଭିଷେକ ସାମନ୍ତରାୟ ଓ ଚାନ୍ଦପୁର ଶକ୍ତି କେନ୍ଦ୍ର ପ୍ରମୁଖ ସୁଶାନ୍ତ କୁମାର ମଲ୍ଲିକ, ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ। ପରିଶେଷରେ ଜିଲ୍ଲା ବିଜେପି ଉପସଭାପତି ପରେଶ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


No Result
View All Result