No Result
View All Result

କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବଲାଙ୍ଗୀରର ସର୍ବପୁରାତନ ଅନୁଷ୍ଠାନ ଶିଶୁ ବିକାଶ କେନ୍ଦ୍ରର ୪୨ତମ ବାର୍ଷିକ ଉତ୍ସବ ବଲାଙ୍ଗୀର ଯାଦବ ଭବନ ସଭାଗୃହରେ ପାଳିତ ହୋଇଯାଇଛି। ଅନୁଷ୍ଠାନ ସଭାପତି କସ୍ତୁରୀ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଡା. ଜ୍ୟୋତିର୍ମୟୀ ସାହୁ ମୁଖ୍ୟ ଅତିଥି ଏବଂ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ମମତା ସ୍ୱାଇଁ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ପାଦକ ଡା. ଅଶୋକ କୁମାର ସେଠୀ ବିବରଣୀ ପାଠ କରିଥିଲେ। ଏହି ଅବସରରେ କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀର ସଭାପତି ତଥା ଓଡିଶା ଶିକ୍ଷା ସେବା ନିବୃଇ ଓଇଏସ-୨ ଅଧିକାରୀ ରାମଚନ୍ଦ୍ର ସାହୁଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ସୁଧାନିଧି ଶତପଥୀ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି। ସମ୍ମାନ ଗ୍ରହଣ ସମୟରେ ନିର୍ଝରିଣୀ ସମ୍ପାଦକ ବିରଞ୍ଚି ନାରାୟଣ ଦାଶ, ଉପସଭାପତି ସୂର୍ଯ୍ୟକାନ୍ତ ରଣା, ବରିଷ୍ଠ ସଭ୍ୟ ଥମିର ଛତ୍ରିଆ, ସଞ୍ଜୁକ୍ତା ପରିଛା, କୂଳଦୀପ ସାହୁ ଉପସ୍ଥିତ ଥିଲେ।

ଶ୍ରୀ ସାହୁ ଜଣେ ଆଦର୍ଶ ଶିକ୍ଷକ, କବି, ଲେଖକ, ସମାଜସେବୀ ଓ ବକ୍ତା। ତାଙ୍କ ରଚିତ “ସକାଳ ପକ୍ଷୀର କାକଳି” ଶିଶୁ-କିଶୋର କବିତା ସଙ୍କଳନ ପାଠକାଦୃତ ହୋଇଛି। ସମ୍ବର୍ଦ୍ଧନା ଖବର ପ୍ରସାରିତ ହେବା ପରେ କଣ୍ଟାବାଞ୍ଜି ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । କାର୍ଯ୍ୟକ୍ରମକୁ ସଫଳ କରିବାରେ ମଦନ ମୋହନ ରଥ, ଧୀରେନ୍ଦ୍ର ନାରାୟଣ ସିଂହ ଦେଓ, ସୁରଥ ସାହୁ, ଦୁର୍ଗା ସାହୁ, ଡା. ବନ ବିହାରୀ ସାହୁ, ସୀତାଂଶୁ ଶେଖର ନାୟକ, ସୁନାଧର ବନଛୋର, ସତ୍ୟାନନ୍ଦ ବିଶ୍ୱାଳ, ଗିରିଜା ଶଙ୍କର ରଥ, କପିଳ ପତି, ବଳିଷ୍ଠ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।


No Result
View All Result