ସେହି ଗର୍ତ୍ତ ରାସ୍ତା ଦେଇ ଦୈନଦିନ ଶହ ସ୍କୁଲ କଲେଜ ଛାତ୍ର ଛାତ୍ରୀ , ବ୍ୟବସାୟୀ , ଜନସାଧାରଣ , ଛୋଟ ଓ ବଡ଼ ଧରଣର ଯାନବାହାନ ଯାତାୟାତ କରୁଛନ୍ତି । ଉକ୍ତ ରାସ୍ତା ରେ ଥିବା ଗର୍ତ୍ତ ଯୋଗୁଁ ଯାତାୟାତ ରେ ଜନସାଧାରଣ ବିପଦ ର ସମ୍ମୁଖୀନ ହେଇଥିବା ସହ ଦୈନଦିନ ଛୋଟ ବଡ଼ ଧରଣର ଦୂର୍ଘଟଣା ମାନ ଘଟୁଥିବା ଏକ ନିତିଦିନିଆ ଘଟଣା ରେ ପରିଣତ ହୋଇଯାଇଛି ।
ସ୍ଥାନୀୟ ଜନସାଧାରଣ ସମେତ କିଛି ସାମ୍ବାଦିକ ବନ୍ଧୁ ମଧ୍ୟ ଏହି ଗର୍ତ୍ତ ବିଷୟରେ ପୂର୍ତ୍ତ ବିଭାଗ ର ଉପନିର୍ବାହିଯନ୍ତ୍ରୀ (ଏସ ଡି ଓ) , କନିଷ୍ଠ ଯନ୍ତ୍ରୀଙ୍କୁ ଅବଗତ କରାଇଥିବା ବେଳେ ଉଭୟେ ଆଜି କାଲି କରାଇଦେବା କହି ଦିନ ଗଡ଼ାଇ ଚାଲିଛନ୍ତି । ଏ ସମ୍ପର୍କରେ ଉପନିର୍ବାହୀ ଯନ୍ତ୍ରୀ (ଏସଡିଓ ) ଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରନଥିଲା । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବା କୁ ଜନସାଧାରଣ ଦାବି କରିଛନ୍ତି ।

© 2023 Odisha Taza News.