No Result
View All Result
ବାଲିପାଟଣା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିପାଟଣା ବ୍ଲକ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ମହାସମାରୋହରେ ଆୟୋଜିତ ହେଉଥିବା ବେଳେ ବନମାଳୀପୁର ଠାରେ ଗତ ୫୦ ବର୍ଷରୁ ଅଧିକ ସମୟ ଧରି ଏହା ବହୁ ଜାକଜମକରେ ଅନୁଷ୍ଠିତ ହୋଇ ଆସୁଛି । ଏହାର ସବୁଠାରୁ ବଡ ଆକର୍ଷଣ ହେଉଛି ସର୍ବଧର୍ମ ସମନ୍ୱୟ, ବିଶାଳ ଭସାଣି ଉତ୍ସବ, ମା, ବୁଢ଼ୀ ଥାନପତିଙ୍କ ପାଖରେ ହରଦୁର୍ଗା ଭେଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ । ଚଳିତ ବର୍ଷ ବିନା ଡି ଜେ ରେ ଭସାଣି ସହିତ ଲକ୍ଷାଧିକ ଭକ୍ତଙ୍କ ସମାବେଶ ହେଉଥିବାରୁ ସୁରକ୍ଷା ପାଇଁ ସି ସି ଟି ଭି ର ବ୍ୟବସ୍ଥା କରିବାକୁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି ।

ଅନୁଷ୍ଠାନର ରବୀନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବରେ ଏହି ବୈଠକରେ ଉପସଭାପତି ଗୁରୁ କିଙ୍କର ଜେଠୀ, ଉପଦେଷ୍ଟା ଲଷ୍ମଣ କୁମାର ମଣ୍ଡଳ, ସହ ସମ୍ପାଦକ ପ୍ରତାପ କୁମାର ସାହୁଙ୍କ ସହିତ ଅନ୍ୟ କର୍ମକର୍ତା ଶ୍ରୀକାନ୍ତ ସାହୁ, ରବୀନ୍ଦ୍ର ସେନାପତି, ରଘୁନାଥ ଲେଙ୍କା, ମୁରଲୀଧର ସାହୁ, ମାନସ ପାତ୍ର, କୃଷ୍ଣ ସାହୁ, ତପନ ସାହୁ, ଉମାକାନ୍ତ ବାରିକଙ୍କ ସମେତ ବହୁ ସଭ୍ୟ ଉପସ୍ଥିତ ଥିଲେ । ଉକ୍ତ ଦୁର୍ଗାପୂଜା ଏବଂ ଭସାଣି ଉତ୍ସବଟି ସମଗ୍ର ବାଲିପାଟଣା ଅଞ୍ଚଳରେ ବହୁ ଚର୍ଚ୍ଚିତ ଅଟେ,। ଏହି ଉତ୍ସବରେ ସହ ସହ ସଂଖ୍ୟାରେ ଲୋକମାନେ ଯୋଗ ଦେଇ ମା, ଦର୍ଶନ କରିବା ସହ ଭସାଣି ଉତ୍ସବ ଉପଭୋଗ କରିଥାଆନ୍ତି ।

No Result
View All Result