୧୬ ଫେବୃଆରୀ ,ଗୁରୁବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ପ୍ରଥମେ ଚାଉଳ ବନ୍ଦ କଲେ। ପୁଣି ଚଞ୍ଚକତା କରି ଖାଦ୍ୟ ସୁରକ୍ଷା ରେ ମିଳୁଥିବା ଚାଉଳ କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରେ ନାମିତ କରି ଗରିବ ଖାଉଟି ଙ୍କୁ ଭ୍ରମିତ କରିବାକୁ ମସୁଧା କଲେ। ଗରିବଙ୍କ ହକ୍ ୫କେଜି ଚାଉଳ କାଟି ସେମାନଙ୍କ ଅନ୍ନ ଛଡ଼ାଇ ନେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାର ୩.୨୫ କୋଟି ଓଡ଼ିଶା ବାସୀଙ୍କୁ ଭୋକରେ ଶୁଆଉଛନ୍ତି।ଏହାର ପ୍ରତିବାଦରେ ବିଜେଡ଼ି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରୁଛି ।ଏହି ପରିପ୍ରେକ୍ଷୀରେ ବରଗଡ଼ ବ୍ଲକ୍ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ରେ ଆଜି ଗାନ୍ଧୀ ଛକ ଠାରେ ବିଜେଡ଼ି ପକ୍ଷରୁ ଗଣଧାରଣା ଦେବାସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସାଢ଼େ ଚାରିକୋଟି ଓଡ଼ିଆଙ୍କୁ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପରିବାର ଭାବି ରାଜ୍ୟ ବାସୀଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ମହାମାରୀ କରୋନା ସମୟରେ ଯେମିତିକି କେହି ଭୋକିଲା ନରୁହେ ସେଇଥି ପାଇଁ ଗରିବ ଲୋକଙ୍କୁ ମାଗଣା ଚାଉଳ ଯୋଗାଇ ଦେଇଛନ୍ତି।କିନ୍ତୁ କେନ୍ଦ୍ରରେ ଥିବା ବିଜେପି ସରକାର ୩.୨୫ କୋଟି ଓଡ଼ିଶା ବାସୀଙ୍କ ପେଟରେ ଲାତ ମାରିଛନ୍ତି । ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି । ରାଜ୍ୟ ସରକାର ଦେଉଥିବା ମାଗଣା ଚାଉଳକୁ କାଟି ଦେଇଛନ୍ତି ବୋଲି ବିକ୍ଷୋଭ ସଭାରେ ମତପ୍ରକାଶ କରିଥିଲେ। ଯଥାଶିଘ୍ର ଆମ ହକ୍ ଆମକୁ ଫେରେଇ ଦିଅନ୍ତୁ କେନ୍ଦ୍ର ସରକାର ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ । ରାଜ୍ୟର ହକ୍ ପାଇଁ ବିଜେଡ଼ି ରାଜରାସ୍ତାକୁ ଓହ୍ଲାଇବ ଏବଂ ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ ଉଚିତ୍ ଜବାବ ଦେବେ ଆମ ହକ ଆମକୁ ଫେରେଇ ଦେବାକୁ ଦାବି କରି ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ବିକ୍ଷୋଭ ସଭାରେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଯୋଜନା ବୋର୍ଡର ସଭ୍ୟ ସାଧୁ ଚରଣ ନେପାକ, ପୈାରାଧ୍ୟକ୍ଷା କଳ୍ପନା ମାଝୀ, ଟାଉନ ସଭାପତି କିଶୋର ମିଶ୍ର, ସମୀର ସିଂ ପ୍ରମୁଖ ଶତାଧିକ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ।