ତେଣୁ ଧାନ ସଂଗ୍ରହ କ୍ଷତିଗ୍ରସ୍ତ ହେବା ସହ କୃଷକମାନେ ଏମ ଏସ ପି ପାଇବାରୁ ବଞ୍ଚିତ ହେବେ । କେନ୍ଦ୍ର ସରକାରଙ୍କ କୃଷି ମାରଣ ନୀତି ,ଗରିବ ଙ୍କ ଦାନା ଛଡ଼ାଇବା ଆଦି ପ୍ରସଙ୍ଗ କୁ ନେଇ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ବ୍ଲକ୍ ଅଧ୍ୟକ୍ଷା, ଉପାଧ୍ୟକ୍ଷ,ସରପଞ୍ଚ ,ସମିତି ସଭ୍ୟ ସଭ୍ୟା,ଦଳୀୟ ବରିଷ୍ଠ ନେତୃବୃନ୍ଦ ଙ୍କ ସହିତ ଶହଶହ ଯୁବ ,ଛାତ୍ର ,ମହିଳା ମାନେ ସାମିଲ ହୋଇ କେନ୍ଦ୍ର ବିରୋଧୀ ସ୍ଲୋଗାନ ଏବଂ ବିକ୍ଷୋଭ ପ୍ରଦର୍ଶନ କରି ନୂଆଗାଁ ଡାକବଙ୍ଗଳା ଠାରୁ ବାହାରି ବଜାର ପରିକ୍ରମା କରି ବ୍ଲକ୍ ସମ୍ମୁଖରେ ପହଞ୍ଚିଥିଲେ ।
ସେଠାରେ କେନ୍ଦ୍ର ବିରୁଦ୍ଧରେ ନାରାବାଜି କରିବା ସହ ବ୍ଲକ୍ ଉନ୍ନୟନ ଅଧିକାରୀ ଙ୍କୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଚାଷୀ ଓ ଗରିବ ଙ୍କ ହକ୍ ପାଇଁ,ରାଜ୍ୟ ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ପାଇଁ ଲଢେଇ ଜାରି ରହିବ ବୋଲି ଦଶପଲ୍ଲା ବିଧାୟକ କହିବା ସହ ପଞ୍ଚାୟତ ସ୍ତରରେ କେନ୍ଦ୍ର ବିରୋଧୀ ଏବଂ ବ୍ଲକ୍ ସମ୍ମୁଖରେ ଗଣ ବିକ୍ଷୋଭ ସଫଳ ହୋଇଥିବାରୁ ଲୋକ ପ୍ରତିନିଧି,ଦଳୀୟ ବରିଷ୍ଠ କର୍ମକର୍ତ୍ତା,ଯୁବ ,ଛାତ୍ର ,ମହିଳା ଏବଂ ଦଳୀୟ କର୍ମୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।

© 2023 Odisha Taza News.