No Result
View All Result
୧४ ଫେବୃଆରୀ ମଙ୍ଗଳବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ରାଜ୍ୟ ବିଜେପିର ଆହ୍ୱାନକ୍ରମେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଓ ରାଜ୍ୟ ସରକାରଙ୍କ ହାତବାରିସୀ ସାଜିଥିବା ପୋଲିସ ପ୍ରଶାସନ ବିରୋଧରେ ରାଜ୍ୟ ସରକାରଙ୍କୁ ରାଜଧାନୀର ଚାରିପଟୁ ଘେରି ରାସ୍ତାରୋକ କରିଛି ବିଜେପି । ଏହି ଅବସରରେ ଖୋର୍ଦ୍ଧା ଓ ଜଟଣୀ ନିର୍ବାଚନ ମଣ୍ଡଳୀରୁ ଶତାଧିକ ନେତା ଓ କାର୍ଯ୍ୟକର୍ତା ସମ୍ମିଳିତ ହୋଇ ଖଣ୍ଡଗିରି ଛକ ଜାତୀୟ ରାଜପଥ ରାସ୍ତାକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ଏଥିରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର,ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ,ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଓ ଯତୀନ ମାହାନ୍ତି,ଜଟଣୀ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱରଞ୍ଜନ ବଡ଼ଜେନା ଓ କାଳୁ ଖଣ୍ଡାୟତ ରାୟ, ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର, ରାଜ୍ୟ କୃଷକ ମୋର୍ଚା ଉପ ସଭାପତି ଶ୍ରୀରଞ୍ଜନ ମଙ୍ଗରାଜ,ଖୋର୍ଦ୍ଧା ଜିଲ୍ଲା ଉପସଭାପତି ଡାକ୍ତର ବେହେରା,ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ମହାପାତ୍ର,ଯୁବମୋର୍ଚ୍ଚା ସଭାପତି ପ୍ରଦୀପ ବଡ଼ଜେନା,ଖୋର୍ଦ୍ଧା ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରବୀଣା ଭଞ୍ଜଦେଓ,ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ମନୋଜ କୁମାର ନନ୍ଦ,ତିନି ମଣ୍ଡଳର ସଭାପତି, ପ୍ରଦୋଷ ଜେନା, ସଂଗ୍ରାମ ସାମନ୍ତସିଂହାର, ଲିଟୁରଞ୍ଜନ ରାଉତରାୟ ଏବଂ ଯୁବନେତା ସତିଶ ଶର୍ମା ପ୍ରମୁଖ ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ ।
No Result
View All Result