୨୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲାର ଗର୍ବଗୌରବ କହିଲେ ଅତ୍ୟୁକ୍ତି ହେବନାହିଁ । ଯାହା କି ପଞ୍ଚାୟତ ଲାଗି ପ୍ରଥମ OAS ଅଫିସର୍ ହେବ ଆର.ଉଦୟଗିରି ବ୍ଳକ ଛେଲାଗଡ଼ ପଞ୍ଚାୟତର ଗଡର ଗ୍ରାମର ଯୁବକ କଳିଙ୍ଗ କୁମାର ପୂଜାରୀ । କଳିଙ୍ଗ ଜଣେ ଆଦିବାସୀ ବହୁଳ ଦୁର୍ଗମ ଅଞ୍ଚଳର ଜଣେ ମେଧାବୀ ଛାତ୍ର । ଆସା ଓ ଇଚ୍ଛା ଅନେକ ଥିଲା ଦିନେ ଜଣେ ଓଏଏସ ଅଫିସର ହେବାର ବାପା ମା ତଥା ଗୁରୁଜନ ମାନଙ୍କ ପ୍ରେରଣାରେ ଆଜି ନିଜ ଲକ୍ଷ୍ୟ ସ୍ଥଳରେ ପହଂଚିଛନ୍ତି । ଏହି ଖୁସିରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେବା ଲାଗି ଅଞ୍ଚଳ ବାସୀ ନିଜ ପଞ୍ଚାୟତରେ ଏକ ସଭାର ଆୟୋଜନ କରିଥିଲେ ।

ଏହି କାର୍ଯ୍ୟ କ୍ରମରେ ଆର ଉଦୟଗିରି ବିଡ଼ିଓ , ସମାଜସେବୀ ଜଗବନ୍ଧୁ ଦାସ ,ସରପଞ୍ଚ ଡାଳିମ୍ବ ଗମାଙ୍ଗ ,ନାଏବ ସରପଞ୍ଚ ସୁମତି ରଇତ ,ସମିତି ସଭ୍ୟ ଶିବାନୀ ବେହର୍ଦଲାଇ ସଭାରେ ଉପସ୍ଥିତ ରହି ନୂତନ ଭାବରେ ଓଏଏସ ପରୀକ୍ଷାରେ ସଫଳ ହୋଇଥିବା କଳିଙ୍ଗ କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା ଓ ସମ୍ମାନିତ କରିଥିଲେ । ସଭାରେ ପଞ୍ଚାୟତର ବୁଦ୍ଧିଜୀବୀ ମାନ୍ୟଗଣ୍ୟ ବ୍ୟକ୍ତି ତଥା ସମସ୍ତ ୱାର୍ଡ ମେମ୍ବର ଅଙ୍ଗନବାଡ଼ି କର୍ମୀ ଆସା କର୍ମୀ ପଞ୍ଚାୟତର ଅନ୍ୟ କର୍ମଚାରୀ ସମସ୍ତେ ଉପସ୍ଥିତ ଥିଲେ । ଏହି ଦୁର୍ଗମ ଆଦିବାସୀ ଅଞ୍ଚଳ ପାଇଁ କଳିଙ୍ଗ ଗର୍ବ ଓ ଗୌରବ ବୋଲି କହିବା ସହ ଆଗାମୀଦିନରେ ଅନ୍ୟ ଛାତ୍ର ଛାତ୍ରୀଙ୍କ ଲାଗି ପ୍ରେରଣା ଓ ଅଞ୍ଚଳ ଲାଗି ଇତିହାସ ହୋଇ ଲିପିବଦ୍ଧ ହେବ ବୋଲି କହିଛନ୍ତି ସମାଜ ସେବୀ ଜଗବନ୍ଧୁ ।

ନିଜ ଜେଜେ ମାଁ ଓ ଜେଜେ ବାପା ଶ୍ରୀ ଅଚ୍ୟୁତ ପୂଜାରୀ ଙ୍କୁ ନିଜର ଉପଦେଷ୍ଟା ମାର୍ଗ ଦର୍ଶକ ବୋଲି କହିଛନ୍ତି କଳିଙ୍ଗ । ଆଉ ଏହି ସବୁ ଆୟୋଜନ ଓ ସମ୍ମାନିତ କରିଥିବାରୁ ନିଜକୁ ଧନ୍ୟ ମନେକରିଥିବା ଓ ଅଞ୍ଚଳବାସୀଙ୍କ ସଦାସର୍ବଦା ଆଶୀର୍ବାଦ ସହ ଏମିତି ସହଯୋଗ ରହୁ ବୋଲି କହିଛନ୍ତି କଳିଙ୍ଗ । ସେହିପରି ଭାବେ କୁଷପଳ୍ଳି ତରା ବଟ ଠାରେ ଶବର ସମାଜ ପକ୍ଷରୁ ମଧ୍ୟ କଳୀଙ୍ଗଙ୍କୁ ସଙ୍କୀର୍ତ୍ତନ ସହ ପୁଷ୍ପଚନ୍ଦନ ଦେଇ ସ୍ଵାଗତ କରିବାସହ ସମ୍ମାନିତ କରିଛନ୍ତି , ଏହିକାର୍ଯ୍ୟ କ୍ରମରେ ରାମଚନ୍ଦ୍ର ରଣସିଂହ ନାୟକ ,ନୀଳମାଧବ ନାୟକ, ନରସିଂହ ନାୟକ ,ଖମ୍ବେଶ୍ଵର ପାଇକ ତଥା ସମସ୍ତ ଶବର ସମାଜର ସଦସ୍ୟ ଓ କର୍ମୀ ଯୋଗଦେଇଥିଲେ ।