ମୋ ମନମୁଖୀ ଶାସନ ରଣପୁର ସମିତିସଭ୍ୟ ଓ ସଭ୍ୟା ଙ୍କୁ ହୋଇଛି କାଳ
ରଣପୁର BDO କରୁଛନ୍ତି ମନମୁଖୀ ଶାସନ : ସମିତି ସଭ୍ୟ ଓ ସଭ୍ୟାଙ୍କୁ କାହିଁଙ୍କି କରୁଛନ୍ତି ଅଣଦେଖା …!!
ରଣପୁର ଅସୁରକୁମାରୀ ପୀଠରେ ସମିତିସଭ୍ୟଙ୍କୁ ମେଳି କଲେ ବ୍ଲକ ଉପାଧ୍ୟକ୍ଷ ଲଣ୍ଡା ଦଳବେହେରା l ଭବିଷ୍ୟତକୁ ଆଖି ଆଗରେ ରଖି ନଣ୍ଡା ଅସୁର କୁମାରୀ ପୀଠରେ ସମସ୍ତ ସମିତିସଭ୍ୟ,ସଭ୍ୟା ଙ୍କୁ କରିଲେ ମେଳି .
୧୨ ଫେବୃଆରୀ ରବିବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ଅସୁରକୁମାରୀ ପୀଠରେ ରଣପୁର ବ୍ଲକର ସମିତି ସଭ୍ୟ ଓ ସଭ୍ୟା ମାନଙ୍କର ମେଳି ହୋଇଥିବା ଦେଖିବାକୁ ମିଳିଛି l ଏହି ମେଳି ରେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ସମିତିସଭ୍ୟ ଯୋଗ ଦେଇଥିବା ଦେଖିବାକୁ ମିଳିଛି l ପ୍ରଶାସନିକ ସ୍ତରରେ ସେମାନଙ୍କୁ ଅଣଦେଖା କରାଯାଉଥିବାରୁ ନିର୍ବାଚିତ ପ୍ରତିନିଧି ଭାବେ ସେମାନଙ୍କର ଅଧିକାରରୁ ବଂଚିତ କରାଯାଉଛି l
ଲୋକମାନେ ସେମାନଙ୍କୁ ଭୋଟ ଦେଇ ନିର୍ବାଚିତ କରିଥିବାବେଳେ, ଲୋକ ମାନଙ୍କର କୌଣସି ସମସ୍ୟା ନେଇ ବ୍ଲକକୁ ଗଲେ ସମସ୍ୟା ସମାଧାନ ହେଉନି l ବ୍ଲକରେ ସବୁ ସମିତିସଭ୍ୟ ମାନଂକୁ ସମାନ ଭାବେ ଗୁରୁତ୍ୱ ଦିଆଯାଉନାହିଁ l କେତେକ ନିର୍ଦ୍ଧିଷ୍ଟ ସମିତିସଭ୍ୟ ଙ୍କୁ ଅହେତୁକ ଅନୁକମ୍ପା ଦେଖାଯାଉଛି l ଯାହାଫଳରେ ରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି l ଯାହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ ପାଇଛି l
ଏହି ସମିତିସଭ୍ୟ ମାନଂକୁ ବୁଝାସୁଝା କରିବା ସହ ବିଜେଡି ବ୍ଲକ ସଭାପତି ପାଣ୍ଡବ ସେଠି, ସମିତି ଉପାଧ୍ୟାକ୍ଷ ଲଣ୍ଡା ଦଳବେହେରା, ନର୍ମଦା ରାୟ ପ୍ରମୁଖ ଯୋଗ ଦେଇଥିଲେ l ଶେଷରେ ଚାରୋଟି ଜୋନ ରୁ ୪ ଜଣ ସମିତିସଭ୍ୟଙ୍କୁ ନେଇ ଏକ ଶୃଙ୍ଖଳା କମିଟି କରାଗଲା l ଏହି କମିଟି ସମିତି ସଭ୍ୟ ମାନଂକର ସୁବିଧା ଅସୁବିଧା ସମାଧାନ କରିବେ ବୋଲି ନିଷ୍ପତି ହୋଇଥିବା ଜଣାଯାଇଛି l ସୁନାଖଳା ଜୋନ ରୁ ମିନକେତନ ନାୟକ , ରଣପୁର ଜୋନ ରୁ ସୁଦର୍ଶନ ମାନସିଂ , ଗୋପାଳପୁର ଜୋନ ରୁ ବିରଞ୍ଚି , ଚାନ୍ଦପୁର ଜୋନ ରୁ ଦିପ୍ତିମୟୀ ବେହେରା ପ୍ରମୁଖ ୪ ଟି ଜୋନରୁ ସମିତିସଭ୍ୟ ମାନଙ୍କୁ ଚୟନ କରାଯାଇଛି .















