୧୨ ଫେବୃଆରୀ ରବିବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡ଼ା ବ୍ଲକ ଅନ୍ତର୍ଗତ ଛୁଇନରା ଠାରେ ରୋହିତ୍ କୁମାର ମାଝୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ୨୪ ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ଜୟ ଧରୁଆ ସମ୍ମାନନୀତ ଅତିଥିଭାବେ ସୁମତି ମାଝୀ ଯୋଗଦେଇ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଫାଇନାଲ ମ୍ଯାଚ ଧୂଙ୍ଗୀଆ ମୁଣ୍ଡା ଓ ପତ୍ରାପାଳି ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଉକ୍ତ ମ୍ଯାଚ ରେ ଧୂଙ୍ଗୀଆମୁଣ୍ଡା ଦଶ ଓଭରରେ ୬୭ ରନ୍ ସଂଗ୍ରହ କରିଥିଲା।ପତ୍ରାପାଳି ଟିମ୍ ୬ ଓଭରରେ ୬୮ ରନ୍ ସଂଗ୍ରହ କରି ବିଜୟ ହେଇଥିଲା। ଏହି ମ୍ଯାଚଟି ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା। ଉକ୍ତ ମ୍ଯାଚ ରେ ସମ୍ମାନିତ ଅତିଥି ସୁମତି ଧରୁଆ ବିଜେତା ଦଲ ପତ୍ରାପାଳି ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ଜୟା ଧରୁଆ ଧୁଙ୍ଗୀଆମୁଣ୍ଡା ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଖେଳ କୁ ନୀଳ ବେହେରା ଓ ଅକ୍ଷୟ ବେହେରା ପରିଚାଲାନା କରିଥିବା ବେଳେ ରୁପେଶ ନାଏକ ସ୍କୋର ଦାୟିତ୍ଵ ତୁଳାଇଥିଲେ । ସୁବାଷ ଧରୁଆ , ବିଶ୍ଵାମିତ୍ର ଧରୁଆ , ଦେବେନ୍ଦ୍ର ଧରୁଆ ଯୁବରାଜ ଧରୁଆ, ବ୍ରହ୍ମା ଦାସ, ଯଦୁମଣି ଭୋଇ, ଉମାକାନ୍ତ ଭୋଇ , ଲକ୍ଷ୍ମଣ ମାଝୀ ,କୃଷି ଧରୁଆ, ନାୟିକୁ ଧରୁଆ, ରୋହିତ୍ ଧରୁଆ ହୃଦାନନ୍ଦ ଧରୁଆ ମହିନ୍ଦ୍ରା ଧରୁଆ ଚୂଳ ଧରୁଆ, ପ୍ରଶାନ୍ତ ବେହେରା,ପ୍ରେମ ପାଣ୍ଡେ, ଶ୍ଯାମ ଧରୁଆ ପ୍ରମୁଖ ଛୁଇନରା ଗ୍ରାମ ବାସୀ ସହଯୋଗ କରିଥିଲେ।