୧୨ ଫେବୃଆରୀ ରବିବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କୋରାପୁଟ :- କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅଞ୍ଚଳରେ ରବିବାର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏହି ଥାନା ଅଧୀନସ୍ଥ ତୋୟାପୁଟ ଗ୍ରାମରେ ଲିଙ୍ଗରାଜ ବିଷୋଇ ନାମକ ଜଣେ ଯୁବକ ତାଙ୍କ ପତ୍ନୀ ଓ ଝିଅ କୁ ହତ୍ଯା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ତେବେ କେଉଁ କାରଣରୁ ଏଭଳି ଅଭାବନୀୟ ଘଟଣା ଘଟିଛି ତାହା ଜଣାପଡୁନାହିଁ । ଖବର ପାଇ ଲକ୍ଷ୍ମୀପୁର ଥାନା ଅଧିକାରୀ ଶ୍ବେତପଦ୍ମା ସେଠ୍ ଙ୍କ ସହିତ ସହଯୋଗୀ ମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଲିଙ୍ଗରାଜ ବିଷୋଇ ତୋୟାପୁଟ ବଜାରରେ ଏକ ମୋବାଇଲ ଦୋକାନ କରିଥିଲେ । ସେ ଦୋକାନ ପଛପଟେ ଥିବା ତାଙ୍କ ଘରେ ସ୍ତ୍ରୀ ଜଶନା ବିଷୋଇ ପ୍ରାୟ ଦେଢ଼ ବର୍ଷର ଝିଅ ଗୁଡୁଲି ସହିତ ରୁହନ୍ତି । ଏ ତାଙ୍କ ବାପା ମଧ୍ୟ ରହନ୍ତି । ବଜାରର ଦୋକାନି ମାନଙ୍କ କହିବା କଥା ଲିଙ୍ଗରାଜ ଦିନ ୩ ଟାରେ ଦୋକାନରେ ବସିଥିଲେ, ତେବେ ଅପରାହ୍ନ ପ୍ରାୟ ୪ଟା ରେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି । ଘର ଭିତର ପଟୁ କବାଟ କିଳିଣି ଦିଆଯାଇଥିବା ଦେଖିବା ପରେ କଟର ସାହାଯ୍ୟରେ କାଟି ଦେଖିଲା ବେଳକୁ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ତେବେ ଖବର ଲେଖା ହେଲା ବେଳକୁ ଏନେଇ ଥାନାରେ କୌଣସି ଏତଲା ହୋଇନାହିଁ । ରାତି ହୋଇ ଯାଇଥିବାରୁ ଏନେଇ ସବିଶେଷ ବିବରଣୀ ମିଳି ପାରୁନାହିଁ ବୋଲି ଥାନା ଅଧିକାରୀ ଶ୍ରୀମତୀ ସେଠ୍ ପ୍ରକାଶ କରିଛନ୍ତି ।

କୋରାପୁଟ/ରିପୋର୍ଟ - ଶରତ ନାୟକ