No Result
View All Result

ଚିଲିକା (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ର ଉଦଯାପନୀ ସନ୍ଧ୍ୟାରେ ଅଞ୍ଚଳ ର ଉଦୀୟମାନ କବି ଶଶୀଭୁଷଣ ବରାଳ ଙ୍କ ଭକ୍ତି ସମର୍ପଣ ଭାବ ଆଧାରିତ ପଞ୍ଚାବନ ଟି କବିତା ସମାହାର ର ସଂକଳନ ଆକୁଳ ଆବେଗ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଙ୍କ କରକମଳରେ ଉନ୍ମୋଚିତ ହୋଇ ଯାଇଛି । ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ,

ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଜିଲ୍ଲା ମୁଖ୍ୟଉନ୍ନୟନ ଅଧିକାରୀ ଜ୍ୟୋତିଶଙ୍କର ସାହୁ, ଖୋର୍ଦ୍ଧା ଉପ ଜିଲ୍ଲା ପାଳ ସଂକଳ୍ପ ସ୍ୱସ୍ତିକ ସାହୁ,ଚିଲିକା ବୋଇତ ବନ୍ଦାଣ କମିଟି ର କାର୍ଯ୍ୟକାରୀ ସଭାପତି ଦୁଷ୍ମନ୍ତ ହରିଚନ୍ଦନ, ବିଶ୍ଵମୁକ୍ତିର ସମ୍ପାଦକ ପ୍ରଫେସର ଶଶାଙ୍କ ଶେଖର ଚୂଡ଼ାମଣି, ବାଲୁଗାଁ ନଗରପାଳ ସୁକାନ୍ତି ପାଇକରାୟ, ବାଣପୁର ନଗରପାଳ ମିଟୁ ନାୟକ, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା ପ୍ରମୁଖ ମଂଚାସୀନ ମାନ୍ୟ ଗଣ୍ୟ ଅତିଥି ମାନଙ୍କୁ କବିତା ସଂକଳନ ର ଲୋକାର୍ପଣ ଅବସରରେ କବି ଶଶୀଭୁଷଣ ବରାଳ ସ୍ୱରଚିତ ପୁସ୍ତକ ପ୍ରଦାନ କରିଥିଲେ ।

No Result
View All Result