No Result
View All Result

କଟକ (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ପବିତ୍ର ପ୍ରାଚୀନଦୀର କଟକ ଜିଲ୍ଲା ଅନ୍ତର୍ଗତ ନିଆଳୀସ୍ଥ ସୁନାମୁହିଁଘାଟଠାରେ ଆଜି ସଂଧ୍ଯାରେ ବାବା ବଳିଆଙ୍କ ପ୍ରବର୍ତ୍ତିତ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଶେଷହୋଇଛି । ଇତିହାସ କୁହେ ଏଇ ସୁନାମୁହିଁ ଘାଟରୁ ବାଣିଜ୍ଯ ସକାଶେ ବୋଇତ ସବୁ ଜାଭା,ବୋର୍ଣ୍ଣିଓ ଓ ଶ୍ରୀଲଙ୍କା ପର୍ଯ୍ୟନ୍ତ ଯାଉଥିଲା ।ପଣ୍ଯଦ୍ରବ୍ଯସବୁ ବୋଝେଇ କରୁକରୁ ସାଧାରଣତ ସନ୍ଧ୍ଯା ହୋଇଯାଉଥିଲା । ଆକାଶରେ ପୂର୍ଣ୍ଣଚନ୍ଦ୍ର ଦେଖି ସାଇବାଣୀମାନେ ସାଧବମାନଙ୍କ ସହିତ ବୋଇତରୁ ବନ୍ଦାପନା କରୁଥିଲେ । ସେହିଐତିହାସିକ ତଥ୍ଯକୁ ପାଥେୟକରି, ଏବେ ବି କିଛି ବର୍ଷ ହେଲା, ନିଆଳୀ ପ୍ରାଚୀପ୍ରାଚ୍ୟ ଚକ୍ର ଅନୁଷ୍ଠାନ କାର୍ତ୍ତିକ ପୂର୍ଣ୍ଣମୀର ସଂଧ୍ଯାରେ ବୋଇତ ବନ୍ଦାଣ ପର୍ବ ହୋମ ଯଜ୍ଞ ସହପାଳନ କରୁଅଛି ।

ଅନୁଷ୍ଠାନର ସଭାପତି ସାହିତ୍ୟିକ ଡକ୍ଟର ତ୍ରିନାଥ ପଟ୍ଟନାୟକ ପ୍ରଥମେ ନୌବାଣିଜ୍ଯ ପରଂପରା ବିଷୟରେ କିଛି କଥା ରଖିଥିଲେ । ତାପରେ ସଂଘର ଭାଇ ଭଉଣୀମାନଙ୍କ ଦ୍ବାରା ହୋମ ,ଯଜ୍ଞ, ନୌକାପୂଜା କରିଥିଲେ । ସୁଲକ୍ଷଣୀ ନାରୀମାନେ ହୁଳହୁଳି ସହ ବୋଇତ ବନ୍ଦାପନା କରି ପ୍ରାଚୀନଦୀର ପବିତ୍ର ଜଳଧାରା ନୌକାକୁ ଭସାଇଥିଲେ । ଉପସ୍ଥିତ ଭାଇମାନେ ସହଯୋଗ କରିଥିଲେ । ସଂଘର ବରିଷ୍ଠ ସଭ୍ଯ ଛାୟାପୂରବୀ ଦେହାନ୍ତ ହୋଇଯାଇଥିବାରୁ ତାଙ୍କର ଅନୁପସ୍ଥିତିକୁ ସମସ୍ତେ ଅନୁଭବ କରି ଶୋକପ୍ରକାଶ କରିଥିଲେ ।

ଉକ୍ତ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଡାଃ ଅଧିରାଜ ପରିଡା,ଡାକ୍ତର ଚିତ୍ତରଞ୍ଜନ ମିଶ୍ର, ସାମ୍ବାଦିକ ନାରାୟଣ ବେହେରା,ସାହିତ୍ୟିକ କାର୍ତ୍ତିକ ଷଡଙ୍ଗୀ , ଲେଖିକା ପୁଷ୍ପା ପରିଡା ପ୍ରଭୃତି ବୋଇତ ବନ୍ଦାଣ ବିଷୟରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନିରଞ୍ଜନ ସିଂହ ଉପେନ୍ଦ୍ର ଜେନା, କବିତା ସାହୁ ,ସନାତନ ଆଚାର୍ଯ୍ୟ, ଶିକ୍ଷାବିତ ଦିଲ୍ଲୀପ ମହାନ୍ତି, ଗଙ୍ଗାଧର ଷଡଙ୍ଗୀ ଅତୁଲ ମହାରଣା ଓ ଗୁଣନିଧି ଭୋଇ ପ୍ରଭୃତି ଯୋଗଦାନ କରିଥିଲେ । ସୁନାମୁହିଁ ଘାଟ ଠାରେ ଅନୁଷ୍ଠିତ ଏହି ବୋଇତ ବନ୍ଦାଣ ଉତ୍ସବ ଅତୀତର ଗୌରବମୟ ପରମ୍ପରାକୁ ମନେ ପକାଇଥାଏ । ନିଆଳିର ଏହି କାର୍ଯ୍ୟକ୍ରମକୁ ସବୁଠି ପ୍ରଶଂସା କରାଯାଇଛି ।

No Result
View All Result