No Result
View All Result
୧୧ ଫେବୃଆରୀ,ଶନିବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ରାଜ୍ୟ ଗୃହ ନିର୍ମାଣ ନିଗମ ଦ୍ବାରା ବରଗଡ଼ ରେ ଅଦ୍ୟାବଧି କୌଣସି ପ୍ରକଳ୍ପ ହୋଇନାହିଁ। ଏଣୁ ବରଗଡ଼ ଜିଲ୍ଲାରେ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ସହଜ ଓ ସୁଲଭମୂଲ୍ୟରେ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ଯୋଜନା ବୋର୍ଡର ସଭ୍ୟ ସାଧୁ ଚରଣ ନେପାକ ରାଜ୍ୟ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ କଲିକେଶ ସିଂ ଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ ।
ଏଥିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ଜମି ଯୋଗାଇ ଦେବାକୁ ସେ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସହ ମଧ୍ୟ ଜିଲ୍ଲା ରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କାରୀ କରି ବାକୁ ଆଲୋଚନା କରିଥିଲେ । ଆଗାମୀ ଦିନରେ ଜିଲ୍ଲା ରେ ନୂତନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ଅଧ କ୍ଷ ଦ୍ବୟ ପ୍ରତିଶୃତି ଦେଇଥିଲେ ।

No Result
View All Result