No Result
View All Result
୧୦ ଫେବୃଆରୀ, ଶୁକ୍ରବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ପୁରୀ ଶ୍ରୀମନ୍ଦିରର ମାଁ ଲକ୍ଷ୍ମୀଙ୍କ ମନ୍ଦିରରୁ ଆଜ୍ଞାମାଳ ଆସିବା ପରେ କଲେଜ୍ ରୋଡ଼ ଠାରେ ନିବନିର୍ମାଣ ଦିନ ମାଁ ଲକ୍ଷ୍ମୀ ଙ୍କ ଭବ୍ୟ ମନ୍ଦିର ର ରତ୍ନ ମୁଦ ସ୍ଥାପନା ଉତ୍ସବ କାର୍ଯ୍ୟ ଆରମ୍ଭ ହୋଇଛି । ଗତକାଲି ଶତାଧିକ ମହିଳା ଙ୍କ କଳସ ଶୋଭାଯାତ୍ରା ସହ ମନ୍ଦିର ପରିସରରେ ହୋମଯଜ୍ଞ ଦୁଇଦିନ ଅନୁଷ୍ଠିତ ହୋଇଥିଲା ।
ମୁଖ୍ୟ କର୍ତ୍ତା ରୂପେ ବରଗଡ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀ ଦେବଶ ଆଚାର୍ଯ୍ୟ ଓ ତାଙ୍କ ଧର୍ମ ପତ୍ନୀ ଶ୍ରୀମତି ମାହେଶ୍ବତା ଆଚାର୍ଯ୍ୟ ପୂଜା କାର୍ଯ୍ୟ ତୁଲାଇଥିଲେ । ଏହି ଅବସରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ।

No Result
View All Result