ଠିକାଦାର ରାସ୍ତା ଖୋଳତାଡ଼ କରି ମେଣ୍ଟାଲ ଓ କ୍ରସର ଡଷ୍ଟ ପକାଇବା ପରେ ଏବେ ୩ମାସ ହେଲା ରାସ୍ତା କାର୍ଯ୍ୟ ବନ୍ଦ ରହିଛି । ଫଳରେ ଉକ୍ତ ରାସ୍ତା ଦେଇ ଯାତାୟତ କଲାବେଳେ ଧୂଳି ଓ ଧୂଆଁରେ ସ୍ଥାନୀୟ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି । ରାସ୍ତା ପାର୍ଶ୍ବରେ ସ୍ଥାୟୀ ବାସଗୃହ ନିର୍ମାଣ କରି ରହୁଥିବା ଲୋକମାନେ ବିଶେଷ କରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭାଗୀୟ କତ୍ତୃପକ୍ଷଙ୍କ ଉଦାସୀନତାର ସୁଯୋଗ ନେଇ ସଂପୃକ୍ତ ଠିକାଦାର ମନଇଛା ରାସ୍ତାକାମ କରୁଥିବାରୁ ଉକ୍ତ ରାସ୍ତାଟି ଏଵେ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି ।
ରାସ୍ତା ସାରା ମେଣ୍ଟାଲ ବିଛାଡି ହୋଇ ପଡିରହିଥିବାରୁ ସ୍ଥାନୀୟ ବାସିନ୍ଦା ଯାତାୟାତ କଲାବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ ଖଣ୍ଡପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ମଧ୍ୟ କୈାଣସି ସୁଫଳ ମିଳୁନଥିବା ଅଭିଯୋଗ ହେଉଛି । ନୟାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ଉଚ୍ଚ କତ୍ତୃପକ୍ଷଙ୍କ ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ରାସ୍ତା କାର୍ଯ୍ୟ ଶେଷ ନିମନ୍ତେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

© 2023 Odisha Taza News.