୦୯ ଫେବୃଆରୀ ,ଗୁରୁବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ :- ଭାରତୀୟ ଜନତା ପାର୍ଟି ତରଫରୁ 300 ରୁ ଉର୍ଦ୍ଧ କର୍ମୀ ଙ୍କୁ ନେଇ ଆଜି ପ୍ରତ୍ୟୁଷାରାଜେଶ୍ୱରୀ ସିଂହ ଙ୍କର ନେତୃତ୍ୱରେ ପ୍ରଥେମେ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ସଫେଇ କାର୍ଯ୍ୟ ସହିତ, ଫଳ ବଣ୍ଟନ କାର୍ଯ୍ୟକ୍ରର୍ମ କରାଯାଇଥିଲା | ରୋଗୀଙ୍କ ସୁଖ ଦୁଃଖ ପଚାରି ବୁଝିଥିଲେ ଏବଂ ନୟାଗଡ ମୁଖ୍ୟ ଚିକିତ୍ସାଳୟର ଥିବା ଅବ୍ୟବସ୍ଥା ଉପରେ ପ୍ରତ୍ୟୁଷାରାଜେଶ୍ୱରୀ ସିଂହ CDMOଙ୍କ ସହିତ ଆଲୋଚନା କାଲେ | ଆନୁସଙ୍ଗିକ ସୁବିଧା ସୁଯୋଗ ରୋଗୀଙ୍କୁ ଯୋଗାଇଦେବେ ବୋଲି CDMO ପ୍ରତିଶୃତି ଦେଲେ |
ଏହା ପରେ ଆମ୍ଭେ ମାନେ ସମସ୍ତେ ନୟାଗଡ ବୃଦ୍ଧାଶ୍ରମ ସମର୍ପଣ କୁ ଯାଇକି ସେଠାରେ ଥିବା ବ୍ୟକ୍ତି ବୟୋଜ୍ୟେଷ୍ଠ ବୃଦ୍ଧା ବୃଦ୍ଧି ମାନଙ୍କ ମଧ୍ୟରେ ଫଳ ବଣ୍ଟନ, ବସ୍ତ୍ର ବଣ୍ଟନ କରାଗଲା | ଏହି କାର୍ଯ୍ୟ କର୍ମରେ ନୟାଗଡ ଭାରତୀୟ ଜନତା ପାର୍ଟି ତରଫରୁ ସମସ୍ତ ନେତୃବୃନ୍ଦ ମାନେ ଯୋଗ ଦେଇଥିଲେ | ଉକ୍ତ କାର୍ଯ୍ୟକ୍ରମରେ ନାସିର ମହମ୍ମଦ, ପ୍ରହଲ୍ଲାଦ ବରାଡ଼, ସତ୍ୟବାନ ନାୟକ, ଅମର ପ୍ରସାଦ ସାଥୁଆ, ସନ୍ତୋଷ ପ୍ରଧାନ, ସଞ୍ଜୟ କୁମାର ନାୟକ, ବସନ୍ତ କୁମାର ପଟ୍ଟନାୟକ, ସୌମ୍ୟରଞ୍ଜନ ପ୍ରଧାନ ସୂର୍ଯ୍ୟମଣି ବେହେରା, ଦିଲ୍ଲୀପ ବେହେରା, ଆରତୀ ଗୌଡ଼, କୃପାସିନ୍ଧୁ ଗୌଡ଼ ଆଦି ନେତୃବୃନ୍ଦ ଉକ୍ତ କାର୍ଯ୍ୟରେ ଉପସ୍ଥିତ ରହି, ସାଫଲ୍ୟ ମଣ୍ଡିତ କରିଛନ୍ତି |

© 2023 Odisha Taza News.