ସ୍ଥାନୀୟ ସରପଞ୍ଚ ସୁମିତ୍ରା ଜାନୀ,ସମିତି ସଭ୍ୟା ପ୍ରଭାତୀ ମଳିକ,ନୂଆଗାଁ ସରପଞ୍ଚ ଙ୍କ ପ୍ରତିନିଧି ପଦ୍ମଲୋଚନ ପରିଡା,ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା,ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ, ପୂର୍ବତନ ସରପଞ୍ଚ ଗୋଲଖ ବିହାରୀ ଗୋଚ୍ଛାୟତ,ସମାଜ ସେବୀ ଦାଶରଥି ପ୍ରଧାନ,ଯାତ୍ରା କମିଟି ସଭାପତି ନରସିଂହ ଜାନୀ,ସ୍ଥାନୀୟ ନାଏବ ସରପଞ୍ଚ ପ୍ରହଲ୍ଲାଦ ମଳିକ ପ୍ରମୁଖ ଯୋଗଦେଇ ମା ବାଗଦେଵୀ ଙ୍କ ଅଲୌକିକ କିମ୍ବଦନ୍ତୀ ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ପଞ୍ଚାୟତ ଛାତ୍ର ବିଜେଡ଼ି ସଭାପତି ଦିଲ୍ଲୀପ କୁମାର ଜାନୀ।ମା ବାଗଦେଵୀ ଙ୍କୁ ସ୍ମରଣ କରିଲେ ସବୁ କଷ୍ଟ ଦୂର ହେବା ସହ ମା ଙ୍କ ପୀଠରେ ଭକ୍ତମାନେ କରୁଥିବା ସମସ୍ତ ମାନସିକ ପୂର୍ଣ୍ଣ ହୁଏ ବୋଲି କିମ୍ବଦନ୍ତୀ ରହିଛି।ମା ବାଗଦେବୀ ଙ୍କ ପୀଠରେ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିଲା।

© 2023 Odisha Taza News.