୭ ଫେବୃଆରୀ ,ମଙ୍ଗଳବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ଚଳିତ ଆର୍ଥିକ ବର୍ଷ ୨୩-୨୪ରେ କେନ୍ଦ୍ର ସରକାର ଆଗତ କରିଥିବା ବଜେଟରେ ଖାଦ୍ୟ ଶସ୍ୟ ସଂଗ୍ରହ ବାବଦକୁ ୨୧-୨୨ ବର୍ଷ ତୁଳନାରେ ୨୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କମାଇ ଦେଇ ଚାଷୀ କୂଳକୁ କ୍ଷତି ପହଞ୍ଚାଇଛନ୍ତି। କେବଳ ସେତିକି ନୁହେଁ ଓଡ଼ିଶାରୁ କେନ୍ଦ୍ର କିଣୁଥିବା ଚାଉଳ ର ପରିମାଣ କୁ ମଧ୍ୟ ୮୦ ଭାଗ କମାଇଦେଇ ଚାଷୀ କୂଳକୁ ହତାଶା କୁ ଠେଲି ଦେଇ ଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।
ଏକ ହୋଟେଲରେ ବରଗଡ଼ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଭଟଲି ବିଧାୟକ ସୁଶାନ୍ତ ସିଂ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ କେନ୍ଦ୍ର ସରକାର ଙ୍କ ଓଡ଼ିଶାର କୃଷି ଓ କୃଷକ ବିରୋଧୀ ନୀତିକୁ ନିନ୍ଦା କରିଥିଲେ। ବିଶେଷ କରି ଧାନ ଉତ୍ପାଦନ ଚାଉଳ ସଂଗ୍ରହ ରେ ପ୍ରମୁଖ ନେଉଥିବା ପଶ୍ଚିମ ଓଡ଼ିଶା ର ଚାଷୀ କୂଳକୁ ହତାଶା କରିଛନ୍ତି। ପ୍ରଥମ ରେ ଧାନର ସହାୟକ ମୂଲ୍ୟ ୨୯୩୦ ଟଙ୍କା କୁ ବୃଦ୍ଧି ଓଡ଼ିଶାର ପ୍ରସ୍ତାବ କୁ ପ୍ରତ୍ୟାଖ୍ୟାନ କରିଥିଲେ। ଏବେ ଧାନ ସଂଗ୍ରହ ବାବଦକୁ ୨୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କମାଇ ଦେଇ ଛନ୍ତି। ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଭାରତୀୟ ଖାଦ୍ୟ ନିଗମ ଓଡ଼ିଶାରୁ ହାରାହାରି ୧୮ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠିଥିବା ବେଳେ ଚଳିତ ୨୨-୨୩ ସଂଗ୍ରହ ବର୍ଷରେ ତାହା ୮୦ ଭାଗ କମାଇ କେବଳ ମାତ୍ର ୪ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ କରିବା ପାଇଁ ଭାରତୀୟ ଖାଦ୍ୟ ନିଗମ କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ପ୍ରତି ଓଡ଼ିଶାରୁ ପ୍ରତିନିଧିତ୍ଵ କରୁଥିବା ଭାରତୀୟ ଜନତା ପାର୍ଟିର ସାଂସଦ ମାନେ ମଧ୍ୟ ସଂସଦ ରେ ପ୍ରତିବାଦ କରୁନାହାନ୍ତି। ସେହିପରି ଓଡ଼ିଶା ରୁ କେନ୍ଦ୍ର ସରକାର ରେ ଥିବା ୩ଜଣ ମନ୍ତ୍ରୀ ମଧ୍ୟ ଏଥିପ୍ରତି ଦୃଷ୍ଟି ନ ଦେବା କ୍ଷୋଭର ବିଷୟ ଅଟେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ। କେନ୍ଦ୍ର ସରକାର ତାଙ୍କର ଚାଷୀ ବିରୋଧୀ ନୀତିକୁ ପ୍ରତ୍ୟାହାର କରିବା ସହ ଧାନର ସହାୟକ ମୂଲ୍ୟ ବୃଦ୍ଧି କରିବା ଓଡ଼ିଶାରୁ ସମସ୍ତ ଚାଉଳ କୁ ଭାରତୀୟ ଖାଦ୍ୟ ନିଗମ ଜରିଆରେ ସଂଗ୍ରହ କରି ବାକୁ ଦାବି କରିଥିଲେ।