No Result
View All Result
୬ ଫେବୃଆରୀ, ସୋମବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ )ବରଗଡ଼ :- ଏଲିମେଣ୍ଟରୀ ଟିଚର ଏସୋସିଏସନ୍ (NPS) ବରଗଡ଼ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ପ୍ରାଥମିକ ବିଦ୍ୟାଳୟ ସଂଘର ବାର୍ଷିକ ସାଧାରଣ ବୈଠକ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବରଗଡ଼ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ମାଷ୍ଟର ଟିକ୍ରା ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ବରଗଡ଼ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଯୋଗ ଦେଇ ଫିତା କାଟି ଶିବିର ର ଶୁଭ ଉଦ୍ଘାଟନ କରିଥିଲେ ।
ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସଙ୍ଘ ର ସଭାପତି ବୀରେନ୍ଦ୍ରନାଥ କୁମ୍ଭାର,ସଂପାଦକ ସାର୍ତିକ ସାହୁ,କୋଷାଧ୍ଯକ୍ଷ ସତ୍ୟ ଶଙ୍କର ବିଶି ଓ ନିଷ୍ଠା ପରିବାର ର ସଭାପତି ରକ୍ଷପାଲ ସାହୁ ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ, ମହିଳା ଶାଖା ର ସଦସ୍ୟା ରୀନା ମହାରଣାଙ୍କ ସମେତ ନିଷ୍ଠା ପରିବାର ର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ ।

No Result
View All Result