No Result
View All Result
୬ ଫେବୃଆରୀ, ସୋମବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ପାଟଣାଗଡ଼ ଜବାହାରଲାଲ ମହାବିଦ୍ୟାଳୟରେ ସଭାଗୃହ ଠାରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଯୁକ୍ତ ଦୁଇ ଅଧ୍ୟକ୍ଷା ଡ଼ କୃଷ୍ଣାପ୍ରିୟା ହୋତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦେବରାଜ ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦାନ କରି ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ପ୍ରଶିକ୍ଷଣ ଶିବିରରେ ସଂଯୋଜିକା ଅଧ୍ୟାପିକା ପ୍ରଜ୍ଞା ପ୍ରଗତି ଭୋଇ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭା ରେ ସହ ସଂଯୋଜିକା ଅଧ୍ୟାପିକା ଡୋଲେଶ୍ଵରୀ ବରିହା ଏବଂ ଅଧ୍ୟାପିକା ପନୀଷା ନାୟକ ସଭା ପରିଚାଳନା କରିଥିଲେ ।
୮ ଦିନ ବ୍ୟାପୀ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିର କୁ ମହାବିଦ୍ୟାଳୟ ର ପୁରାତନ ଛାତ୍ରୀ ବାସନ୍ତୀ ନାଏକ ଓ ନିଶା ଭୂଏ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ମୂଖ୍ୟ ଅତିଥି ଅଧ୍ୟକ୍ଷ ଶ୍ରୀ ମିଶ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିବା ବେଳେ ପ୍ରଧ୍ୟାପକ ପ୍ରଣବ ବଲ୍ଲଭ ପାଣିଗ୍ରାହୀ ,ଡ଼ ପ୍ରଦ୍ୟୁମ୍ନ କୁମାର ମିଶ୍ର,ପ୍ରାଧ୍ୟପିକା ଆରତୀ ପଣ୍ଡା , ଅଧ୍ୟାପକ ଆଦିତ୍ୟ କୁମାର ପଣ୍ଡା,ଶ୍ରୀହରି ମେହେର,ଡ଼ ନୀଳମଣି ମେହେର, ଶୁଶାନ୍ତ ନାଗ,ଟି କାଳିଆ ରାଓ, ଅଧ୍ୟାପିକା ଗାୟତ୍ରୀ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ସହ ସଂଯୋଜିକା ଡୋଲେଶ୍ଵରୀ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result