No Result
View All Result

ରଣପୁର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ନୟାଗଡ଼ ଜିଲ୍ଲା ରଣପୁର ଶିକ୍ଷା ବ୍ଲକ ଅନ୍ତର୍ଗତ ରଣପୁର ସଦର ମହକୁମାସ୍ଥିତ ଚାରିଅଟ୍ ପବ୍ଲିକ୍ ସ୍କୁଲ ଆନୁକୂଲ୍ୟରେ ଓ ଅଧ୍ୟକ୍ଷା ସୁଜାତା ପ୍ରଧାନଙ୍କ ଆବାହକତ୍ୱରେଆଜି ସ୍କୁଲ ପରିସରରେ ୭୫ତମ ଭାରତ ସ୍କାଉଟ୍, ଗାଇଡ୍ପ୍ର ପ୍ରତିଷ୍ଠା ଦିବସ ଓ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରତିଷ୍ଠାତା ପ୍ରଭାତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥିଭାବେ ନୟାଗଡ଼ ଜିଲ୍ଲା ଲେଫ୍ଟନାଣ୍ଟ ସ୍କାଉଟ୍ ପ୍ରଶାନ୍ତ କୁମାର ମିଶ୍ର,ମୁଖ୍ୟବକ୍ତା ଭାବେ ଓଡ଼ଗାଁ ବ୍ଲକ ଅବସରପ୍ରାପ୍ତ ଏ.ବି.ଇ.ଓ ତଥା କବ୍ ମାଷ୍ଟର / କୋ-ଅର୍ଡିନେଟର – ଓ.ଏସ.ବି.ଏସ.ଜି ରବୀନ୍ଦ୍ର କୁମାର ନାୟକ ଓ ସମ୍ମାନିତ ଅତିଥିଭାବେ ଜିଲ୍ଲା ଆର.ପି. ସ୍କାଉଟ ନୀଳକଣ୍ଠ ବେହେରା,

ଦେଢ଼ସର ଅଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଅଶୋକ କୁମାର ପ୍ରଧାନ,ସ୍କାଉଟ୍ ମାଷ୍ଟର, ଚାରିଅଟ୍ ପବ୍ଲିକ୍ ସ୍କୁଲ୍ଲ ଲକ୍ଷ୍ମୀଧର ସାର୍ ଓ ସୁପ୍ରଭାତ ଟ୍ରଷ୍ଟ ଅଧ୍ୟକ୍ଷା ସୁପ୍ରଭା ପ୍ରଧାନ ପ୍ରମୁଖ ଯୋଗଦେଇ ଜଗନ୍ନତାଥଙ୍କ ଫୋଟୋ ଚିତ୍ରରେ ଫୁଲ, ଚନ୍ଦନ ଓ ପ୍ରଦୀପ ପ୍ରଜ୍ବଳନକରି ଏହାକୁ ଶୁଭ ଉଦଘାଟନ କରିଥିଲେ। ସକାଳ ୭ଟାରେ ସର୍ବଧର୍ମ ପ୍ରାଥନା ଓ ମାଣିନାଗ ପାହାଡ଼ରେ ଟ୍ରେକିଙ୍ଗ ପରେ ସଚେତନତା ଶୋଭାଯାତ୍ରା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଚାରିଅଟ୍ ପବ୍ଲିକ ସ୍କୁଲର ୩୮ଜଣ ସ୍କାଉଟ ଛାତ୍ର,୪୦ଜଣ କବ, ୧୭ଜଣ ବୁବୁଲ, ଶିବାଜୀ ଓ ପନ୍ନର ୧୦ଜଣ,୩ଜଣ ଗାଇଡ଼ ଓ ରୋଭର ୧୨ଜଣ ଭାରତ ସ୍କାଉଟ୍, ଗାଇଡ୍ପ୍ର ପ୍ରତିଷ୍ଠା ଦିବସ ଓ ତାଲିମ କର୍ମଶାଳା ସାମିଲ ହୋଇଥିଲେ ।ଭାରତର ଏକ ପ୍ରମୁଖ ସ୍ଵେଚ୍ଛାସେବୀ,

ଅଣ-ରାଜନୈତିକ ଓ ଶିକ୍ଷାନୁଷ୍ଠାନିକ ଯୁବ ସଙ୍ଗଠନ ଏହା ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ଵ, ଶୃଙ୍ଖଳା, ଦେଶସେବା,ସାମାଜିକ ଦାୟିତ୍ଵବୋଧ ଜାଗ୍ରତ କରିବାରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ମୁଖ୍ୟଅତିଥି ଲେଫ୍ଟନାଣ୍ଟ ସ୍କାଉଟ୍ଡ ପ୍ରଶାନ୍ତ କୁମାର ମିଶ୍ର ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।୧୯୫୦ ମସିହା ନଭେମ୍ବର ୭ ତାରିଖରେ ଭାରତର ବିଭିନ୍ନ ସ୍କାଉଟ୍ସ ଏବଂ ଗାଇଡ୍ସ ସଙ୍ଗଠନଗୁଡ଼ିକର ଏକତ୍ରୀକରଣ ହୋଇ ଆନୁଷ୍ଠାନିକ ଭାବେ ‘ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ’ ଗଠିତ ହୋଇଥିଲା ।

ଏହି କର୍ମଶାଳାଗୁଡ଼ିକରେ କ୍ୟାମ୍ପିଂ , ମାନଚିତ୍ର ପଠନ , ପ୍ରାଥମିକ ଚିକିତ୍ସା, ବିପର୍ଯ୍ୟୟ ପରିଚାଳନା ଏବଂ ବଞ୍ଚିବାର କୌଶଳ ଶିକ୍ଷା ଦିଆଯିବା ସହିତ ଆଧୁନିକ ଯୁଗ ସହ ତାଳ ମିଶାଇ ରୋବୋଟିକ୍ସ, ଏବଂ ଡିଜିଟାଲ୍ ସାକ୍ଷରତା ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶିକ୍ଷଣ କମିଶନର ଲଷ୍ମୀଧର ମହାପାତ୍ର,ନୀଳକଣ୍ଠ ବେହେରା, ପ୍ରଶାନ୍ତ ମିଶ୍ରଙ୍କ ସମେତ ଚାରିଅଟ୍ ପବ୍ଲିକ୍ ସ୍କୁଲର ସମସ୍ତ ଶିକ୍ଷକ ଶକ୍ଷୟିତ୍ରୀମାନେ ସହଯୋଗ କରି ପରିଚାଳନା କରିଥିଲେ ।


No Result
View All Result