• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବାତ୍ୟାରେ ଛାରଖାର ବିପନ୍ନଙ୍କ ଦୁଃଖ ବୁଝିଲେ ସାଂସଦ : ଆଶ୍ରୟ ସ୍ଥଳୀରେ ଖାଦ୍ୟ ସାମଗ୍ରୀ ସହ କମ୍ବଳ ଓ ବସ୍ତ୍ର ବଣ୍ଟନ – ବିପର୍ଯ୍ୟସ୍ତ ରାସ୍ତାଘାଟର ସ୍ଥିତି ସମୀକ୍ଷା

Proprietor Abhimanyu Maharana by Proprietor Abhimanyu Maharana
November 10, 2026
in ଓଡ଼ିଶା, କନ୍ଧମାଳ, ହୋମ୍
0
ବାତ୍ୟାରେ ଛାରଖାର ବିପନ୍ନଙ୍କ ଦୁଃଖ ବୁଝିଲେ ସାଂସଦ : ଆଶ୍ରୟ ସ୍ଥଳୀରେ ଖାଦ୍ୟ ସାମଗ୍ରୀ ସହ କମ୍ବଳ ଓ ବସ୍ତ୍ର ବଣ୍ଟନ – ବିପର୍ଯ୍ୟସ୍ତ ରାସ୍ତାଘାଟର ସ୍ଥିତି ସମୀକ୍ଷା
Share on FacebookShare on TwitterWhatsapp

ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବାତ୍ୟା ‘ଅର୍ଣ୍ଣବ’ର ତାଣ୍ଡବରେ ରାଇକିଆ ବ୍ଲକର ଇନ୍ଦ୍ରଗଡ଼ ଓ ମାଣିକେଶ୍ୱର ପଞ୍ଚାୟତରେ ସୃଷ୍ଟି ହୋଇଛି ବ୍ୟାପକ କ୍ଷୟକ୍ଷତି। କେଉଁଠି ଘରଦ୍ୱାର ଭାଙ୍ଗିଛି ତ ଆଉ କେଉଁଠି ରାସ୍ତାଘାଟ ଧୋଇ ହୋଇଯାଇଛି। ଏପରିକି ଇନ୍ଦ୍ରଗଡ଼ ପଞ୍ଚାୟତର ପଞ୍ଚାୟତ ଗୃହ ମଧ୍ୟ ନଦୀଗର୍ଭରେ ଲୀନ ହୋଇଯାଇଛି। ବିପର୍ଯ୍ୟୟର ଏହି ଭୟାବହ ଚିତ୍ର ମଧ୍ୟରେ ବିପନ୍ନଙ୍କ ନିକଟରେ ପହଞ୍ଚି ସେମାନଙ୍କ ଦୁଃଖ ଓ ଦୁର୍ଦ୍ଦଶା ବୁଝିଛନ୍ତି କନ୍ଧମାଳ ଲୋକସଭା ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ। ଆଶ୍ରୟସ୍ଥଳୀରେ ରହୁଥିବା ପ୍ରଭାବିତ ପରିବାରଙ୍କୁ କମ୍ବଳ ଓ ବସ୍ତ୍ର ବଣ୍ଟନ କରିବା ସହ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି।

ବାତ୍ୟା ଓ ଲଗାଣ ବର୍ଷା ପରେ ଏହି ଦୁଇ ପଞ୍ଚାୟତର ଅନେକ ପରିବାର ନିଜ ଘର ଛାଡ଼ି ଆଶ୍ରୟସ୍ଥଳୀରେ ରହିବାକୁ ବାଧ୍ୟ ହୋଇଛନ୍ତି। ଜୀବନ ଓ ଜୀବିକାକୁ ଦୋହଲାଇ ଦେଇଥିବା ଏହି ବିପର୍ଯ୍ୟୟ ପରେ ବିପନ୍ନଙ୍କ ପାଖରେ ପହଞ୍ଚି ସାଂସଦ ସେମାନଙ୍କ ସହ ଆଲୋଚନା କରିଥିଲେ। କେଉଁ ପରିବାର କେତେ କ୍ଷତି ସହିଛନ୍ତି, ଆଶ୍ରୟସ୍ଥଳୀରେ କେଉଁ ସବୁ ସୁବିଧାର ଆବଶ୍ୟକତା ରହିଛି, ସେନେଇ ପଚାରି ବୁଝିଥିଲେ। ଏହି ଅବସରରେ ବିପନ୍ନଙ୍କୁ କମ୍ବଳ ଓ ଲୁଗା ବଣ୍ଟନ କରିଥିଲେ। ସାଂସଦଙ୍କ କ୍ଷେତ୍ର ପରିଦର୍ଶନ ସମୟରେ ସବୁଠାରୁ ଚିନ୍ତାଜନକ ଦୃଶ୍ୟ ସାମ୍ନାକୁ ଆସିଥିଲା ଇନ୍ଦ୍ରଗଡ଼ ପଞ୍ଚାୟତରେ। ବନ୍ୟାଜଳର ପ୍ରବଳ ସ୍ରୋତରେ ପଞ୍ଚାୟତ ଗୃହଟି ନଦୀଗର୍ଭରେ ଲୀନ ହୋଇଯାଇଛି।

ଏକ ସରକାରୀ କାର୍ଯ୍ୟାଳୟ ଏଭଳି ଭାବେ ନଷ୍ଟ ହେବା ଘଟଣା ବାତ୍ୟାର ପ୍ରକୋପ ଓ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ଭୟାବହତାକୁ ସ୍ପଷ୍ଟ କରିଛି। ସାଂସଦ ଏହି ସ୍ଥାନ ପରିଦର୍ଶନ କରିବା ସହ ଆଖପାଖ ଅଞ୍ଚଳର କ୍ଷତିଗ୍ରସ୍ତ ଘରଦ୍ୱାର ମଧ୍ୟ ବୁଲି ଦେଖିଥିଲେ। କେବଳ ଘରଦ୍ୱାର ନୁହେଁ, ବାତ୍ୟା ପରବର୍ତ୍ତୀ ବର୍ଷା ଓ ଭୂସ୍ଖଳନ ଯୋଗୁଁ ପାହାଡ଼ିଆ ଅଞ୍ଚଳର ରାସ୍ତାଘାଟ ମଧ୍ୟ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଅନେକ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଗ୍ରାମାଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସାଂସଦ ଓ ଅଧିକାରୀମାନେ କ୍ଷତିଗ୍ରସ୍ତ ରାସ୍ତା ଓ ଅନ୍ୟାନ୍ୟ ଭିତ୍ତିଭୂମିର ସ୍ଥିତି ଅନୁଧ୍ୟାନ କରିଥିଲେ।

ଯୋଗାଯୋଗ ବ୍ୟବସ୍ଥାର ତୁରନ୍ତ ପୁନରୁଦ୍ଧାର ସହ କ୍ଷତିଗ୍ରସ୍ତ ଅଞ୍ଚଳରେ ସ୍ୱାଭାବିକ ଜୀବନଯାତ୍ରା ଫେରାଇ ଆଣିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବାତ୍ୟା ପରେ ବିପନ୍ନଙ୍କୁ କେବଳ ଅସ୍ଥାୟୀ ସହାୟତା ପ୍ରଦାନ ନୁହେଁ, ବରଂ କ୍ଷୟକ୍ଷତିର ସଠିକ୍ ଆକଳନ କରି ଘରଦ୍ୱାର, ରାସ୍ତାଘାଟ ଓ ସରକାରୀ ଭିତ୍ତିଭୂମିର ପୁନର୍ନିର୍ମାଣ କରିବା ଏବେ ପ୍ରମୁଖ ଆହ୍ୱାନ ହୋଇଛି। ବିଶେଷକରି ନଦୀଗର୍ଭରେ ପଞ୍ଚାୟତ ଗୃହ ଲୀନ ହେବା ଘଟଣା ଭବିଷ୍ୟତରେ ପଞ୍ଚାୟତର ପ୍ରଶାସନିକ କାର୍ଯ୍ୟକଳାପ ଓ ଜନସାଧାରଣଙ୍କ ସେବା ଯୋଗାଣ ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି କରିଛି। ତେଣୁ ପ୍ରଭାବିତ ପରିବାରଙ୍କୁ ଯଥାଶୀଘ୍ର ସରକାରୀ ସହାୟତା ପ୍ରଦାନ ସହ ନଷ୍ଟ ହୋଇଥିବା ଭିତ୍ତିଭୂମିର ପୁନଃସ୍ଥାପନ ଉପରେ ଏବେ ସମସ୍ତଙ୍କ ନଜର।

ଏହି ଗସ୍ତ ସମୟରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ, ସିଡିଓ ଶମ୍ଭୁନାଥ ନନ୍ଦୀ, ଆରକ୍ଷୀ ଅଧୀକ୍ଷକ ରାମେନ୍ଦ୍ର ପ୍ରସାଦ, ସାଂସଦଙ୍କ କ୍ଷେତ୍ର ପ୍ରତିନିଧି ଦୁର୍ଗାମାଧବ ଆଚାର୍ଯ୍ୟ, ରାଇକିଆ ବ୍ଲକ ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ, ଜିଲ୍ଲା ଭାଜପାର ପୂର୍ବତନ ସଭାପତି ଜଗନ୍ନାଥ ସାହୁ, ଶୁଭାଶିଷ ମିଶ୍ର, ସଞ୍ଜୟ କୁମାର ଦାସ, ରାଇକିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନା ପ୍ରଧାନ, ବିଡିଓ ଡଃ. ସବ୍ୟସାଚୀ ସାହୁ, ରାଇକିଆ ଥାନା ଅଧିକାରୀ ଏ. ସ୍ୱର୍ଣ୍ଣଲତା ପାତ୍ର, ବ୍ଲକ ସଂଯୋଜକ କମଳ ପ୍ରସାଦ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ବଣ୍ଟି ଚୌଧୁରୀଙ୍କ ସମେତ ବହୁ ଜନପ୍ରତିନିଧି ଓ ଭାଜପା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାତ୍ୟାରେ ଛାରଖାର ବିପନ୍ନଙ୍କ ଦୁଃଖ ବୁଝିଲେ ସାଂସଦ : ଆଶ୍ରୟ ସ୍ଥଳୀରେ ଖାଦ୍ୟ ସାମଗ୍ରୀ ସହ କମ୍ବଳ ଓ ବସ୍ତ୍ର ବଣ୍ଟନ – ବିପର୍ଯ୍ୟସ୍ତ ରାସ୍ତାଘାଟର ସ୍ଥିତି ସମୀକ୍ଷା

ବାତ୍ୟାରେ ଛାରଖାର ବିପନ୍ନଙ୍କ ଦୁଃଖ ବୁଝିଲେ ସାଂସଦ : ଆଶ୍ରୟ ସ୍ଥଳୀରେ ଖାଦ୍ୟ ସାମଗ୍ରୀ ସହ କମ୍ବଳ ଓ ବସ୍ତ୍ର ବଣ୍ଟନ – ବିପର୍ଯ୍ୟସ୍ତ ରାସ୍ତାଘାଟର ସ୍ଥିତି ସମୀକ୍ଷା

November 10, 2026
ଭାରତ ସ୍କାଉଟ୍, ଗାଇଡ୍ପ୍ର ପ୍ରତିଷ୍ଠା ଦିବସ ଓ ତାଲିମ କର୍ମଶାଳା

ଭାରତ ସ୍କାଉଟ୍, ଗାଇଡ୍ପ୍ର ପ୍ରତିଷ୍ଠା ଦିବସ ଓ ତାଲିମ କର୍ମଶାଳା

November 10, 2026
ରାଜସୁନାଖଳାରେ ଶ୍ୟମାକାଳୀପୂଜା ଉତ୍ସବ ପାଳିତ  

ରାଜସୁନାଖଳାରେ ଶ୍ୟମାକାଳୀପୂଜା ଉତ୍ସବ ପାଳିତ  

November 10, 2026
ଅସାମାଜିକ ଦୃବୁତ୍ତଙ୍କ ଦ୍ୱାରା ପୋଖରୀରେ ବିଷ ପ୍ରୟୋଗ : ଲକ୍ଷାଧିକ ଟଙ୍କାର ମାଛ ନଷ୍ଟ, ଚାଷୀ ହତାଶ

ଅସାମାଜିକ ଦୃବୁତ୍ତଙ୍କ ଦ୍ୱାରା ପୋଖରୀରେ ବିଷ ପ୍ରୟୋଗ : ଲକ୍ଷାଧିକ ଟଙ୍କାର ମାଛ ନଷ୍ଟ, ଚାଷୀ ହତାଶ

November 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାତ୍ୟାରେ ଛାରଖାର ବିପନ୍ନଙ୍କ ଦୁଃଖ ବୁଝିଲେ ସାଂସଦ : ଆଶ୍ରୟ ସ୍ଥଳୀରେ ଖାଦ୍ୟ ସାମଗ୍ରୀ ସହ କମ୍ବଳ ଓ ବସ୍ତ୍ର ବଣ୍ଟନ – ବିପର୍ଯ୍ୟସ୍ତ ରାସ୍ତାଘାଟର ସ୍ଥିତି ସମୀକ୍ଷା

ବାତ୍ୟାରେ ଛାରଖାର ବିପନ୍ନଙ୍କ ଦୁଃଖ ବୁଝିଲେ ସାଂସଦ : ଆଶ୍ରୟ ସ୍ଥଳୀରେ ଖାଦ୍ୟ ସାମଗ୍ରୀ ସହ କମ୍ବଳ ଓ ବସ୍ତ୍ର ବଣ୍ଟନ – ବିପର୍ଯ୍ୟସ୍ତ ରାସ୍ତାଘାଟର ସ୍ଥିତି ସମୀକ୍ଷା

November 10, 2026
ଭାରତ ସ୍କାଉଟ୍, ଗାଇଡ୍ପ୍ର ପ୍ରତିଷ୍ଠା ଦିବସ ଓ ତାଲିମ କର୍ମଶାଳା

ଭାରତ ସ୍କାଉଟ୍, ଗାଇଡ୍ପ୍ର ପ୍ରତିଷ୍ଠା ଦିବସ ଓ ତାଲିମ କର୍ମଶାଳା

November 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version