No Result
View All Result
ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଧାରଣା ସ୍ଥଳକୁ ଆସି ଆଲୋଚନା ନ କରିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ : ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଶତାଧିକ ବିଜେପି କର୍ମୀ ନେତା । ନାମ ସଂକୀର୍ତ୍ତନ ସହିତ ଅଭିନବ ଢ଼ଙ୍ଗରେ ରେ ଧାରଣା ଜାରି ।
୬ ଫେବୃଆରୀ, ସୋମବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ପାଟଣାଗଡ଼ ସହର ରେ ଦିନ କୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଥିବା କୁ ନେଇ ପାଟଣାଗଡ଼ ବିଜେପି ପକ୍ଷରୁ ସୋମବାର ଏସଡିପିଓ ଅଫିସ ଘେରାଉ କରାଯାଇଛି । ପାଟଣାଗଡ଼ ସହର ବ୍ୟତୀତ ଏହା ର ଆଖପାଖ ଅଞ୍ଚଳରେ ଦିନ କୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ଫଳରେ ସହର ସମେତ ଆଖପାଖ ଅଞ୍ଚଳରେ ଚୋରି ଡାକାୟତି ,ଲୁଟ ,ରାହାଜାନୀ , ହତ୍ୟା ଭଲି ଘଟଣା ବଢ଼ିବାରେ ଲାଗିଛି । ଏହାର ପ୍ରତିବାଦରେ ବିଜେପି ନେତା ଓ କର୍ମୀ ସକାଳ ୧୧ ଟା ସମୟରେ ସମସ୍ତେ ହାଟପଦା ସ୍ଥିତ ପଞ୍ଚମୂଖି ହନୁମାନ ମନ୍ଦିର ଠାରେ ଏକତ୍ରିତ ହୋଇଥିଲେ । ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରାରେ ବାହାରି ଏସଡିପିଓ ଙ୍କ ଅଫିସ ସମ୍ମୁଖରେ ପହଞ୍ଚିଥିଲେ ।
ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଫିସ ସମ୍ମୁଖରେ ଧାରଣା ବସିପଡିଥିଲେ । ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଘଟଣାସ୍ଥଳକୁ ଆସି ସହର ର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଉପରେ ଆଲୋଚନା ନ କରିବା ଯାଏ ଶ୍ରୀ ସିଂ ଦେଓ ନିଜ ଜିତ ରେ ଅଡି ବସିଥିଲେ । ଅତ୍ୟଧିକ ଖରା ସହ ତାପମାତ୍ରା ବୃଦ୍ଧି ପାଇବାରୁ ଥାନା ଅଧିକାରୀ ଅନନ୍ତ ପ୍ରଧାନ ଓ ଏସଡିପିଓ ଜ୍ୟୋର୍ତି ମଧ୍ୟ ଭୁକ୍ତା ତାକୁ ଛାଇଁ କୁ ଯାଇ ବସିବାକୁ ଅନୁରୋଧ କରିଥିଲେ । କିନ୍ତୁ ସିଂ ଦେଓ ତାଙ୍କ ଜିତ ରେ ରେ ଅଡ଼ି ବସିଥିଲେ । ଖବର ଲେଖା ହେବା ପର୍ଯ୍ୟନ୍ତ ଶ୍ରୀ ସିଂ ଦେଓ ତାଙ୍କ କର୍ମୀ ଓ ନେତାମାନେ ଧାରଣା ଜାରି ଦେଖିବାକୁ ମିଳିଛି ।
ଏଥିରେ ଟାଉନ ବିଜେପି ସଭାପତି ଜିଲ୍ଲା ପରିଷଦ ସଦସ୍ୟା ଅନୁପମ ପଣ୍ଡା ,ସୁଶାନ୍ତ ମହାନ୍ତି , ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମାଧବ ଚନ୍ଦ୍ର ସାଏ,କରମସିଂ ସରାଫ ,ସାୟଦ ଅବଦୁଲ ସିରାଜ ,ବିଶ୍ଵିଜିତ ହୋତା ,ବାବୁଲା ଦାସ୍ , ଶୁଶାନ୍ତ ଦାସ ,ସୁରୁସିଂ ନିନା ,ରିବଚନ୍ଦ୍ର , ଜ୍ଞାନରଞ୍ଜନ ପଟେଲ ଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ । ସନ୍ଧ୍ୟା ସମୟରେ ନାମ ସଂକୀର୍ତ୍ତନ ସହିତ ଅଭିନବ ଉପାୟରେ ଧାରଣା ଜାରି ରହିଛି । ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ମଧ୍ୟ ସନ୍ଧ୍ୟା ସମୟରେ ପହଞ୍ଚି ଧାରଣା ରେ ସାମିଲ ହୋଇଥିଲେ । ସାରା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଷୁଡି ପଡିଛି ବୋଲି ରାଜ୍ୟ ସରକାରଙ୍କ ଆଇନ ବ୍ୟବସ୍ଥା କୁ ସମାଲୋଚନା କରିଥିଲେ ।


No Result
View All Result