ମାଟିରେ ମିଶିଯାଇଛି ଦହପଡା କଣ୍ଟାବଣିଆର ଇଟାଭାଟି । ଅପରେସନ ସ୍ୟାଣ୍ଡ ଷ୍ଟର୍ମ ଆରମ୍ଭ କରାଯାଇ ବେଆଇନ ବାଲି ଚୋରା ଚାଲାଣ ବନ୍ଦ କରିବାକୁ ପଦକ୍ଷେପ ଆରମ୍ଭ କରିଛି ପ୍ରଶାସନ । ଆକ୍ରମଣ ପଛରେ ଇଟାଭାଟି ମାଲିକଙ୍କ ହାତ ଥିବା ଜଣାପଡିବା ପରେ ଆକ୍ସନକୁ ଆସିଛି ପ୍ରଶାସନ । ପ୍ରଶାସନର ବୁଲଡୋଜରରେ ମାଟିରେ ମିଶିଯାଇଛି ଚିମିନି, ଅସ୍ଥାୟୀ ଘର ଓ ଇଟାଭାଟି । ତେବେ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଇଟାଭାଟି ମାଲିକ ଚିତରଞ୍ଜନ ବେହେରା ଫେରାର ଅଛି । ଚିତରଞ୍ଜନ ନିଜ ଭାଇ ମନୋରଞ୍ଜନ ବେହେରା ସହ ମିଶି ବେଆଇନ ଇଟାଭାଟି ଓ ବାଲି ଚାଲାଣ କରୁଥିଲେ ।
ଉପ ଜିଲ୍ଲାପାଳଙ୍କ ଆକ୍ରମଣ ଘଟଣାରେ ୩ ମହିଳାଙ୍କ ସମେତ ୧୧ଜଣ ଗିରଫ ହୋଇଛନ୍ତି । ଆକ୍ରମଣରେ ପ୍ରାୟ ୩୦ ଜଣ ସାମିଲ ଥିବା ସନ୍ଦେହ କରାଯାଉଛି । ଇଟାଭାଟି ଭାଙ୍ଗିବା ପରେ ଚିନ୍ତାରେ ଶ୍ରମିକ ଖାଇବାକୁ ନାହିଁ କି ଟଙ୍କା ବି ନାହିଁ ବେଆଇନ ଇଟାଭିଟି ଭଙ୍ଗାଯିବା ପରେ ଏଠାରେ ଝାଡଖଣ୍ଡରୁ ଆସି କାମ କରୁଥିବା ଶତାଧିକ ପରିବାର ବେସାହାରା ହୋଇପଡିଛନ୍ତି । ଏମାନଙ୍କ ମଧ୍ୟରେ ଅନେକ ଶିଶୁ ଓ ମହିଳା ଅଛନ୍ତି । ତେବେ ଦୁଇ ଭାଇ ସ୍ଥାନୀୟ ଅଞ୍ଚଳରେ ବେଆଇନ ଇଟାଭାଟି ଓ ଚୋରାବାଲି କାରବାର କରି ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତି ଥିବା ଅଭିଯୋଗ ରହିଛି ।

© 2023 Odisha Taza News.