No Result
View All Result

ବେଗୁନିଆ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବେଗୁନିଆ ସଦର ମହକୁମାସ୍ଥିତ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ସଭାଗୃହରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଉଦ୍ଯାପିତ ହୋଇଯାଇଛି । ଏ ନେଇ ଗୋଷ୍ଠୀ ଶିକ୍ଷାଧିକାରୀ ଅର୍ଣ୍ଣବ କୁମାର ବେଉରାଙ୍କ ଅଧ୍ୟକ୍ଷତାରେ ଏବଂ ଶିକ୍ଷକ ସୁଧାକର ସେଠୀ ଓ ଅଖିଳେଶ ମହାପାତ୍ରଙ୍କ ଯୁଗ୍ମ ସଂଯୋଜନାରେ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟଅତିଥି, ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି,

ଏବିଇଓ ସଞ୍ଜୁଲତା ବେହେରା, ସୁରେଶଚନ୍ଦ୍ର ସେଠୀ, ଡ. ତ୍ରିନାଥ ବେହେରା, ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରବୀନ୍ଦ୍ର କୁମାର ମହାପାତ୍ର, ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ଅଧ୍ୟକ୍ଷ ମାୟାଧର ମାର୍ଥା, ପ୍ରଧାନଶିକ୍ଷକ ଦିବାକର ସାହୁ, ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୌମ୍ୟରଞ୍ଜନ ସାହୁ ଓ ପରିଚାଳନା କମିଟି ସଭାପତି ପ୍ରଶାନ୍ତ କୁମାର ବାରିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ଓ ସୃଜନଶୀଳତାର ପରିପ୍ରକାଶ କ୍ଷେତ୍ରରେ ‘ସୁରଭି’ ମହୋତ୍ସବର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ କରିଥିଲେ ।

ଉଦ୍ଯାପନୀ ଉତ୍ସବରେ ତହସିଲଦାର ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ପ୍ରଧାନଶିକ୍ଷକ ବିଶ୍ୱଜିତ ପଲେଇ, ପ୍ରତିଭାରାଣୀ ମହାପାତ୍ର, ଶିକ୍ଷାବିତ୍ କୈଳାଶ ଚନ୍ଦ୍ର ସେଠୀ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୂର୍ଯ୍ୟନାରାୟଣ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଶେଷରେ ଗୋଷ୍ଠୀ ଶିକ୍ଷାଧିକାରୀ ଅର୍ଣ୍ଣବ କୁମାର ବେଉରା ଧନ୍ୟବାଦ ଅର୍ପଣ କରିବା ସହିତ ସାମ୍ବାଦିକ ଅଜୟ କୁମାର ସେଠୀ ଙ୍କୁ ବେଗୁନିଆ ତହସିଲ୍ ଦାରୁ ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ ।



No Result
View All Result