No Result
View All Result
୩ ଫେବୃଆରୀ ,ଶୁକ୍ରବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନା ଅଧିନରେ ଥିବା ଘସିଏନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗି କଲ୍ୟାଣ ସମିତି ର ବାର୍ଷିକ ବୈଠକ ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ସରୋଜ କୁମାର ମେହେର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଳକ ଅଧ୍ୟକ୍ଷ ନୀଳକାନ୍ତ ବାଗ, ବିଡ଼ିଓ ସୁମନ୍ତ କୁମ୍ଭାର , ଘସିଏନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ସୁଜୟ ମେହେର ଉପସ୍ଥିତ ଥିଲେ । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିବା ବେଳେ ସରକାରଙ୍କ ତରଫରୁ ଆସୁଥିବା ବିଭିନ୍ନ ପ୍ରକାର ଅନୁଦାନ ଅର୍ଥ ର ସୁବିନିଯୋଗ କିପରି କରାଯିବ ସେ ଉପରେ ବିଧାୟକ ଶ୍ରୀ ମେହେର ଉପସ୍ଥିତ ଥିବା ଡ଼ାକ୍ତର ଓ ସ୍ଵାସ୍ଥ୍ୟ କର୍ମୀ ସହ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ଏହା ବ୍ୟତୀତ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ଏକ କ୍ୟାଣ୍ଟିଟି ସମେତ ଡାକ୍ତର ଖାନା ର ପରିବେଶ ପରିଚ୍ଛନ୍ନତା ଓ ପାନୀୟ ଜଳ, ପାଚେରୀ , ଗେଟ୍ ର ମରାମତି ଆଦି ଉପରେ ସବିଶେଷ ଆଲୋଚନା ହୋଇଥିଲା । ଏହି ବୈଠକରେ ସ୍ଵାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ସମସ୍ତ ଡାକ୍ତର, ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ, ,ଆଣ୍ଟାଡେଣ୍ଡ , କର୍ମଚାରୀ ଙ୍କ ସମେତ ସ୍ଥାନୀୟ ସରପଞ୍ଚ , ସମିତି ସଭ୍ୟ ଉପସ୍ଥିତ ଥିଲେ । ଡ଼ ଟଙ୍କଧର ମେହେର ସଭା ପରିଚାଳନା କରିଥିବା ବେଳେ ଡ ମନୋଜ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result