No Result
View All Result
୩୧ ଜାନୁଆରୀ ମଙ୍ଗଳବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ନୂଆଗାଁ ବ୍ଲକ୍ ସଦରମହକୁମା ରେ ଥିବା ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ବିଶେଷ କୁମାର ସାହୁ ଯୋଗଦେଇ ତ୍ୱରିତ ନ୍ୟାୟ ବ୍ୟବସ୍ଥା,ସ୍ଥାୟୀ ଲୋକ ଅଦାଲତ,ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ ।
ସମ୍ମାନୀତ ଅତିଥି ଭାବେ ପ୍ରାଧିକରଣ କର୍ମକର୍ତ୍ତା ପବନ କୁମାର ବେହେରା ଯୋଗଦେଇ ଆଇନ ସେବା ପ୍ରାଧିକରଣ କାର୍ଯ୍ୟକ୍ରମ ଉପରେ ଧାରଣା ପ୍ରଦାନ କରିଥିବା ବେଳେ ,ପ୍ରାଧିକରଣ ସଦସ୍ୟ ମହମ୍ମଦ ଓମାର ମଲିକ ଜାତୀୟ ସଂହତି,ଜାତୀୟ ପ୍ରତୀକ ଏବଂ ଅନୁଷ୍ଠାନ ର ଶୃଙ୍ଖଳା ଉପରେ ବର୍ଣ୍ଣନା କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ କୁମାର ସାହୁ ଆଇନ ସଚେତନତା ର ମହତ୍ତ୍ଵ ଉପରେ ବର୍ଣ୍ଣନା କରିଥିଲେ।
ଏହି ଶିବିରରେ ପ୍ରଶ୍ନ ଉତ୍ତର ମାଧ୍ୟମରେ ଛାତ୍ର ଛାତ୍ରୀ ମାନେ ଜ୍ଞାନ ଆହରଣ କରିଥିଲେ । ଇଂରାଜୀ ଅଧ୍ୟାପକ ମହେଶ୍ୱର ପ୍ରଧାନ ଏବଂ ଅର୍ଥ ବିଭାଗ ଅଧ୍ୟାପିକା ମଧୁଲିତା ପଟ୍ଟନାୟକ ଙ୍କ ତତ୍ତ୍ଵାବଧାନ ରେ ଯୁବ ରେଡକ୍ରସ୍ ର ଛାତ୍ର ଛାତ୍ରୀ ମାନେ ଆଇନ ସଚେତନତା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।ଶିକ୍ଷା ଅଧ୍ୟାପକ ଜୟକୃଷ୍ଣ ସାହୁ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ,କର୍ମଚାରୀ ଏବଂ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।

No Result
View All Result