ବାରିପଦାବାସୀଙ୍କ ପାଇଁ ଉନ୍ନତମାନର ଅତ୍ୟାଧୁନିକ ଚିକିତ୍ସା ସୁବିଧାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉତ୍କଳ ହସ୍ପିଟାଲ ପକ୍ଷରୁ ବାରିପଦାରେ ଏକ ସୁପର ସ୍ପେସାଲିଟି ଆଉଟରିଚ୍ ସେଣ୍ଟର ଆରମ୍ଭ ହୋଇଛି । ଫଳରେ ଏହି ଅଞ୍ଚଳର ଲୋକମାନେ ବହୁ ଦୂରକୁ ନଯାଇ ସହଜରେ ସୁପର ସ୍ପେସାଲିଟି ଡାକ୍ତରମାନଙ୍କ ଚିକିତ୍ସା ସେବା ପାଇବେ ବୋଲି ଲକ୍ଷ୍ୟ ରହିଛି ।
ଆଉଟରିଚ କ୍ଲିନିକରେ ପ୍ରତିଦିନ ମୌଳିକ ଚିକିତ୍ସା, ନିଦାନ, ଫାର୍ମାସି ଏବଂ ହୋମ୍ ସର୍ଭିସ ସହିତ କାର୍ଡିଓଲୋଜି, କାର୍ଡିଓ ଥୋରାସିକ ସାଇନ୍ସ, ଅର୍ଥୋପେଡିକ, ଜଏଣ୍ଟ ଆଣ୍ଡ ସ୍ପାଇନ, ଅଙ୍କୋଲୋଜି, ନ୍ୟୁରୋ ସାଇନ୍ସ, ଗ୍ୟାଷ୍ଟ୍ରୋ ସାଇନ୍ସ, ୟୁରୋଲୋଜି ଆଦି ବିଭାଗରେ ସାପ୍ତାହିକ ସୁପର ସ୍ପେସାଲିଟି କ୍ଲିନିକ ସେବା ଉପଲବ୍ଧ ହେବ । ଏହି ପଦକ୍ଷେପ ଦ୍ୱାରା ସ୍ଥାନୀୟ ଅଞ୍ଚଳର ଲୋକମାନେ ସେମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପାଇଁ ଉଚ୍ଚ କୁଶଳୀ ଏବଂ ତାଲିମପ୍ରାପ୍ତ ଡାକ୍ତରମାନଙ୍କ ହାତରେ ଚିକିତ୍ସିତ ହେବାର ସୁଯୋଗ ପାଇବେ l

© 2023 Odisha Taza News.