No Result
View All Result
୨୯ ଜାନୁଆରୀ,ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲେଶ୍ୱର :- ବିଶିଷ୍ଟ ସାହିତ୍ୟିକ ହୁସେନ ରବି ଗାନ୍ଧୀଙ୍କ ପରଲୋକ । ୭୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । କଟକ ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ହୁସେନ ରବି ଗାନ୍ଧୀ ବିଂଶ ଏକାଧାରରରେ ଜଣେ ଓଡ଼ିଆ ଲେଖକ ଜଣେ ରାଜନେତା ା ୧୯୯୮ରୁ ୨୦୦୫ ମସିହା ପର୍ଯ୍ୟନ୍ତ ସେ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ ।
ବାଲେଶ୍ୱର ସହିତ ତାଂକର କବିତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପ୍ରଦାନ କରିଥିଲେ । ୧୯୯୪ ମସିହାରେ ତାଙ୍କୁ କଟକ ମେୟରଙ୍କ ଦ୍ୱାରା “ବିପ୍ଳବୀ ଲୋକ କବି”ର ଆଖ୍ୟା ପ୍ରଦାନ କରାଯାଇଥିଲା । ୧୯୯୬ ମସିହାରେ ତାଙ୍କୁ ସ୍ୱାଧୀନତା ସଂଗ୍ରାମୀ ସଂଗଠନ ପକ୍ଷରୁ ଓଡ଼ିଶାର ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ୱାଳ ତାଙ୍କୁ ଉତ୍କଳ ଜ୍ୟୋତି ଆଖ୍ୟା ପ୍ରଦାନ କରିଥିଲେ ।
୧୯୯୩ ମସିହାରେ ଭାରତର ପୂର୍ବତନ ରାଷ୍ଟ୍ରପତି “ଜ୍ଞାନି ଜଇଲ ସିଂ”ଙ୍କ ଦ୍ୱାରା ଧର୍ମନିରପେକ୍ଷ ଭାରତ ହରମୋନି ପୁରସ୍କାର ଏବଂ ଓଡ଼ିଆ କବିତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୫ ମସିହାରେ ଗଙ୍ଗାଧର ମେହେର କବିତା ପୁରସ୍କାର ପାଇଥିଲେ । ହୁସେନ ଓଡ଼ିଶା ସାହିତ୍ୟ ଏକାଡେମୀ (୨୦୦୮-୨୦୧୦)ରେ ସଭାପତି ଭାବରେ କାର୍ଯ୍ୟ କରିଥିଲେ ।
ହୁସେନ ୨୩ ଏପ୍ରିଲ ୧୯୪୮ ମସିହାରେ ଯାଜପୁର ଜିଲ୍ଲାର ଏକ ଶାସକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଚୌଧୁରୀ ମହମ୍ମଦ ମୋଜାମିଲ ହୁସେନଙ୍କ ଜ୍ୟେଷ୍ଠପୁତ୍ର ଏବଂ ତାରାକୋଟେ ରାଜ୍ୟର ଶେଷ ଶାସକ ଚୌଧୁରୀ ମହମ୍ମଦ ଦାବିରୁଦ୍ଦିନଙ୍କ ନାତି ଅଟନ୍ତି । ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଲେଖକ ମହମ୍ମଦ ହୁସେନ ତାଙ୍କର ସାନ ଭାଇ ଅଟନ୍ତି । ହୁସେନ କଟକର ବିଶିଷ୍ଟ ଶିକ୍ଷାବିତ ତଥା ସ୍ୱାଧୀନତା ସଂଗ୍ରାମୀ ସୟୀଦ ମହମ୍ମଦଙ୍କ ନାତୁଣୀ ତବସୁମ ଅମିନ ସୁଲତାନାଙ୍କୁ ବିବାହ କରିଥିଲେ ।

No Result
View All Result