No Result
View All Result
୨୬ ଜାନୁଆରୀ, ଗୁରୁବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା ଜିଲ୍ଲା :- ଗୁଣପୁର ବ୍ଲକ୍ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ନୂଆ ବସ୍ ଷ୍ଟାଣ୍ଡ ଠାରେ ଏକ ଶୋଭା ଯାତ୍ରା ବାହାରି ଗୁଣପୁର ଉପ-ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣ ପ୍ରତିବାଦ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ 15 ଦଫା ଦାବି ସ୍ମାରକ ପତ୍ର ଦେଇଥିଲେ । ସଂଯୁକ୍ତ କିଷାନ୍ ମୋର୍ଚ୍ଚା ନେତୃତରେ ହୋଇଥିବା କୃଷକ ଆନ୍ଦୋଳନକୁ ମୋଦି ସରକାର ଯେଉଁ ସବୁ ପ୍ରତିଶୃତି ଦେଇଥିଲେ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟ କଲେ ନାହିଁ । କୃଷକମାନଙ୍କ ନ୍ୟାୟ ପୂର୍ଣ୍ଣ ଦାବି ଗୁଡିକ ସମ୍ପର୍କରେ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ତରଫରୁ 06 ଦଫା ଏକ ସ୍ମାରକ ପତ୍ର 21 ନଭେମ୍ବର2021 କେନ୍ଦ୍ର ସରକାରଙ୍କୁ ଦିଆଯାଇଥିଲା । ଏହାକୁ ଗ୍ରହ ଣ କରି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ସଚିବ ଗତ ତା-09 ଡିସେମ୍ବର 2021 ରିଖରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ନେତୃବୃନ୍ଦଙ୍କ ନିକଟକୁ ଏକ ପତ୍ର ଲେଖିଥିଲେ । ଏହି ଚିଠିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେ ବିଭିନ୍ନ ପ୍ରସଙ୍ଗରେ ସଂଯୁକ୍ତ କୃଷକ ମୋର୍ଚ୍ଚାଙ୍କୁ ଆଶ୍ବାସନା ଦେଇଥଲେ ଓ ଐତିହାସିକ ଚାଷୀ ଆନ୍ଦୋଳନକୁ ପ୍ରତ୍ୟାହାର କରିବାକୁ ନିବେଦନ କରିଥିଲେ । ଏହି ଚିଠିକୁ ଭିତ୍ତି କରି ସଂଯୁକ୍ତ କୃଷକ ମୋର୍ଚ୍ଚା 11 ଡିସେମ୍ବର 2021ରେ ଦିଲ୍ଲୀର ସମସ୍ତ ସୀମାରୁ ଆନ୍ଦୋଳନ ପ୍ରତ୍ୟାହାର କରିଥିଲା । ଆନ୍ଦୋଳନ ପ୍ରତ୍ୟାହାର ହେବାର ଏକ ବର୍ଷ ଉର୍ଦ୍ଦ ସମୟ ହୋଇ ଥିଲେ ସୁଦ୍ଦା କେନ୍ଦ୍ର ସରକାର ଚାଷୀମାନଙ୍କୁ ଦେଇଥିବା କୈଣସି ପ୍ରତିଶୃତି ପୂରଣ କରି ନାହାଁନ୍ତି । ଯଥା କୃଷି ଋଣ ଛାଡ, ବିଦ୍ୟୁତ ବିଲ୍ ସଂଶୋଦନ 2022ପ୍ରତ୍ୟାହାର,4ଜଣ ଚାଷୀ ଓ ସାମ୍ବାଦିକଙ୍କୁ ଗାଡି ଚଡାଇ ହତ୍ୟା କାଣ୍ଡ ଷଡଯନ୍ତ୍ର କାରୀ କେନ୍ଦ୍ର ରାଷ୍ଟ୍ରପତି ଅଜୟ ମିଶ୍ରଙ୍କୁ କେନ୍ଦ୍ର ମନ୍ତ୍ରୀ ମଣ୍ଡଳୀକୁ ବହିଷ୍କାର କରିବା ସହିତ ତାଙ୍କୁ ଗିରଫ୍,ଜେଲ୍ ଦଣ୍ଡ ଦିଆଯାଉ, ନିରୀହ ଗରିବ ଚାଷୀଙ୍କୁ ଜେଲ୍ ଦଣ୍ଡରୁ ଗଭୀର ଆଘାତ ପାଇଥିବା କ୍ଷତି ପୂରଣ ଦିଆଯାଉ । ବନ୍ୟା, ବାତ୍ୟା,ମରୁଡି,ଅଦିନିଆ ଅତ୍ୟାଧିକ ବର୍ଷା,ଫସଲ ପୋକ ଜନିତ ରୋଗ ବିଭିନ୍ନ ବନ୍ୟ ଜନ୍ତୁ ଓ ପଶୁ ପକ୍ଷୀ କ୍ଷ ୟ କ୍ଷତି ଭରଣ ଫସଲ ବୀମା ଯୋଜନା ପ୍ରଚଳନ କରାଯାଉ । ଭାଗ ଚାଷୀଙ୍କୁ ଚାଷୀର ମାନ୍ୟତା ଚାଷୀ ପାଉଥିବା ସମସ୍ତ ପ୍ରକାର ସୁବିଧା ଭାଗ ଚାଷୀଙ୍କୁ ଏକ ଭାଗ ଚାଷୀ ସୁରକ୍ଷା ଆଇନ୍ ପ୍ରଣୟନ କରାଯାଉ । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବାର୍ଷିକ 200 ଦିନର କାମ ଦୈନିକ-600/-ଟଙ୍କା ମଜୁରୀ ଘୋଷଣା କରାଯାଉ । ଏଥିରେ ରାଜ୍ୟ ସଭାପତି ଶ୍ରୀ-ଅନାସୀମ ଶବର,ତ୍ରୀପତି ଗମାଙ୍ଗ,ବୃଦ୍ଦାବନ ବିଡିକା,ମିନ ଶବର,ଦାସୁରୁ ପାତିକା,ରମେଶ ବିଡିକା,ସଞ୍ଜୀବ ଶବର ବହୁତ ଲୋକେ ଯୋଗ ଦାନ ଦେଇଥିଲେ ।
No Result
View All Result