୨୬ ଜାନୁଆରୀ, ଗୁରୁବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ସାଧାରଣ ତନ୍ତ୍ର ଦିବସ ଓ ପବିତ୍ର ସରସ୍ଵତୀ ପୂଜା ଅବସରରେ ସକାଳ ୯ଟାରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବରଗଡ଼ ବ୍ଲକ ଅନ୍ତର୍ଗତ ସାହୁ ଟିକ୍ରା, ତୋରା ଠାରେ ନିଷ୍ଠା ପରିବାର ଓ ସାହୁ ଟିକ୍ରା ଗ୍ରାମବାସୀ ଙ୍କ ମିଳିତ ଆନୁକୁଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ସଦର ଥାନା ଅଧିକାରୀ ଶ୍ରୀମତୀ ସ୍ଵପ୍ନା ରାଣୀ ଗୋଚ୍ଛାୟତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ । ଏହି ଶିବିର ରୁ ବୁର୍ଲା ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୫୪ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ନିଷ୍ଠା ପରିବାର ର ଟିମ୍ ସାହୁ ଟିକ୍ରା ଶିବିର କୁ ପରିଚାଳନା କରିଥିଲେ ।
ଶିବିର ରୁ ବରଗଡ ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୫୩ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଉଭୟ ରକ୍ତ ଦାନ ଶିବିର ରୁ ସର୍ବମୋଟ୍ ୧୦୭ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ସାହ୍ଲେପାଲି ୟୁଥ ଏସୋସିଏସନ୍ ଓ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ଶିବିରକୁ ପରିଚାଳନା କରିଥିଲେ ।

© 2023 Odisha Taza News.