ସେହିପରି ବରଗଡ଼ ର କୃଷି,ପର୍ଯ୍ୟଟନ, ସଂସ୍କୃତି ଆଜି ବିଶ୍ୱ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। ଓଡ଼ିଶା ବିକାଶ କ୍ଷେତ୍ରରେ ଆଗକୁ ବଢିବା ପାଇଁ ଯୁବ ସମାଜର କାର୍ଯ୍ୟ ଦକ୍ଷତା ଓ ନିଷ୍ଠା ପର ଉଦ୍ୟମ ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ଢୋଲକିଆ କହିଥିଲେ । ଏହି ଅବସରରେ ଆୟୋଜିତ ଜିଲ୍ଲା ସ୍ତରୀୟ ମିଳିତ ପ୍ୟାରେଡ଼ ର ଅଭିବାଦନ ଗ୍ରହଣ କରିଥିଲେ । ପରେ ସାଧାରଣ ତନ୍ତ୍ର ଦିବସ ପାଳନ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀଙ୍କୁ ଓ ପ୍ୟାରେଡ଼ ର କୃତି ଦଳକୁ ମୁଖ୍ୟ ଅତିଥି ପୁରସ୍କାର ବିତରଣ କରିଥିଲେ ।
ପ୍ୟାରେଡ଼ କୁ ରିଜର୍ଭ ଇନ୍ସପେକ୍ଟର ଚୂଡ଼ାମଣି ନାୟକ ପରିଚାଳନା କରିଥିବା ବେଳେ ଏଥିରେ ୩୬ଟି ଦଳ ଅଂଶ ଗ୍ରହଣ କରିଥିଲେ । ସେହିପରି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରୀ ମାନେ ଜାତୀୟ ସଂଗୀତ ଗାନ କରିଥିଲେ । ତାଙ୍କ ସଂଗେ ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ସାଂକେତିକ ଭାବରେ ଜାତୀୟ ସଂଗୀତ ଗାନ କରିଥିଲେ । ଉତ୍ସବରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀ, ଜିଲ୍ଲା ଏସପି ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶ, ସିଇଓ ଆଦିତ୍ୟ କୁମାର ଗୋୟଲ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ମନ୍ତ୍ରୀ ଢୋଲକିଆ ପରେ ସ୍ଥାନୀୟ ଡାକ୍ତରଖାନା ଓ ଜେଲର ଅନ୍ତେବାସୀ ଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାସ ପରିଚାଳନା କରିଥିଲେ ।

© 2023 Odisha Taza News.