No Result
View All Result
୨୩ ଜାନୁଆରୀ ସୋମବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା ଜିଲ୍ଲା :- ରାୟଗଡା ଜିଲ୍ଲା କୋଲନରା ବ୍ଲକ୍ ଅନ୍ତର୍ଗତ କେଲୁଗୁଡା ଆମ୍ଭତୋଟା ଠାରେ ପାତ୍ରଫୁଟ୍,ପିତେସୁ,ବିରିବାଡି, ପୂଜାରୀଗୁଡା,ଲେଲିବାଡି,ଲେଲି ଗାଁ, ପଲିପିଣ୍ଡା,ଡୁମ୍ଭୁରିଗୁଡା, ବୃଦ୍ଧାବାଡି ଓ ଅନ୍ୟାନ୍ୟ ଗାଁରୁ ଶତାଧିକ ଲୋକ ଜନସାଧାରଣ ସିପିଆଇ ଏମ୍ ଏଲ୍ ଲିବରେସନ୍ ଆଦିବାସୀ ସଂଘର୍ଷ ମୋର୍ଚ୍ଚା ତରଫରୁ ସଭା ଅନୁଷ୍ଠିତ ହୋଇଛି । ତୃତୀୟ ରେଲୱେ ରାଜପଥ ଲାଇନ୍ ଜମି ହରା କ୍ଷତି ଗ୍ରସ୍ତ ଚାଷୀମାନଙ୍କୁ ପ୍ରଶାସନ ବୁଝାଇଥିଲେ । କିନ୍ତୁ ଗତ କିଛି ଦିନ ଯେଉଁ ଯେଉଁ ଗ୍ରାମରେ ପଲ୍ଲୀସଭା ହୋଇ ଜମି ହରା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରଶାସନ ତରଫରୁ ପ୍ରତ୍ୟେକ ଗ୍ରାମରେ ଯେଉଁ କ୍ଷତି ଗ୍ରସ୍ତ ପରିବାରଙ୍କୁ ଚାକିରି,ଗ୍ରାମରେ ରାସ୍ତା, ପୋଖରୀ,ଶିକ୍ଷା ବିଭାଗ,ସ୍ଜାସ୍ଥ୍ୟ ବିଭାଗ ସବୁ କ୍ଷେତ୍ରରେ ଉନ୍ନତି ନିମନ୍ତେ ଦିଆଯିବ କହିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ପରି କାମ ଆମକୁ ପ୍ରଶାସନ ଦେଖିବାକୁ ପାଇ ନ ଥିବାର ମୁହଁ ବଙ୍କାଇଛନ୍ତି । ମୁଖ୍ୟ ସ୍ଥିତି ରହିଛି କି ତୃତୀୟ ରେଲୱେ ରାଜପଥ ରେଳ ଲାଇନ୍ ଚାନ୍ଦିଲି ମୌଜାରେ ଏକର ପିଛା କ୍ଷତି ବାବଦରେ ଏକ କୋଟି କ୍ଷତି ପୂରଣ ଦିଆଯିବ ବୋଲି କହିଛନ୍ତି ।ଏ ଭଳି ପରିସ୍ଥିତିରେ ଅନ୍ୟ ମୌଜାରେ କମ୍ ଦରରେ ଜମି ଅଧିଗ୍ରହଣ କରି ନେବା ପାଇଁ ଚେଷ୍ଟା କରୁଛନ୍ତି । ଯଦି ଏହି ପରି ଭାବେ ପ୍ରଶାସନ ମୁହଁ ବଙ୍କା କରି ଦିଏ ତାହା ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବା ସଭା ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଉକ୍ତ ସଭାରେ ସଭାପତି-ଶ୍ରୀଧର ଅଟକା,ସମ୍ପାଦକ-ମହୋନ୍ ହିକକା,ଲିଙ୍ଗରାଜ୍ ପେଟେଣ୍ଟି,ଆର୍ଚ୍ଚନା ମାଣ୍ଡାଙ୍ଗି,ବାବୁ କାଡ୍ରାକା,କୃଷ୍ଣ ଯାକାସିକା,ରାମ ଚନ୍ଦ୍ର ମିଣିଆକା, ରାଇସିଂ ଅଟକା,ଟି ଆଦି ନାଇଡୁ, ସିପିଆଇ ଏମ୍ ଏଲ୍ ଲିବରେସନ୍ ରାଜ୍ୟ ସମ୍ପାଦକ- ଶ୍ରୀ-ତ୍ରୀପତି ଗମାଙ୍ଗ ଉପସ୍ଥିତ ଥିଲେ ।
No Result
View All Result